ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଦୃଷ୍ଟିବାଧିତ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

Spread the love

ଭୁବନେଶ୍ୱର, ୨/୧୨: ବିଶ୍ୱକପ୍‌ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍‌ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି।
ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି ଆସିଥିବା ୪ ଓଡିଆ ଖେଳାଳିଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ବର୍ଦ୍ଧିିତ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।
ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ମଙ୍ଗ ଧରିଥିବା ୪ ଓଡିଆ ଖେଳାଳୀ ହେଉଛନ୍ତି ଫୁଲ ସାରେନ୍‌, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି। ଏହି ଚାମ୍ପିଅନ୍ ଟିମ୍ ସୋମବାର ଓଡିଶା ଫେରିଛନ୍ତି। ସେମାନଙ୍କ ସହ ତାଙ୍କ ମେଂଟର ଜାଫର ଇକବାଲ୍ ମଧ୍ୟ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିଛନ୍ତି।
ପ୍ରଫେସର ନାୟକ ଏହି ଖେଳାଳୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଚା ଜଣାଇବା ସହ ସେମାନଙ୍କର ଆହୁରି ଉତରୋତର ଉନ୍ନତି କାମନା କରିଛନ୍ତି।
ସୋଆ ଦ୍ୱାରା ଏପରି ସମ୍ବର୍ଦ୍ଧନା ଏବଂ ଆର୍ଥିକ ପୁରସ୍କାର ପ୍ରଦାନ ସେମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି ବୋଲି ଖେଳାଳୀମାନେ କହିଛନ୍ତି। ଏଥି ନିମନ୍ତେ ଖେଳାଳୀ ଓ ତାଙ୍କ ମେଂଟର ପ୍ରଫେସର ନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।


Spread the love

Leave A Reply

Your email address will not be published.