ଭୁବନେଶ୍ୱର : ଭାରତରେ ୧୨ ବର୍ଷ ପୂର୍ତି ପାଳନ କରି ଷ୍ଟାରବକ୍ସ ଏହାର ନୂଆ କ୍ଲାସିକ୍ କଫି ରେଞ୍ଜର ଶୁଭାରମ୍ଭ କରିଛି । ଯାହା ଆଂଚଳିକ ସ୍ୱାଦ ଓ ସମୃଦ୍ଧ ସାଂସ୍କୃତିକ ବିବିଧତା ସହ ଗଭୀର ଭାବେ ଜଡିତ । ଏହି ସ୍ୱତନ୍ତ୍ର ମେନ୍ୟୁ ଭାରତର ବିବିଧ ଐତିହ୍ୟକୁ ସମ୍ମାନ ଜଣାଉଛି ଯେଉଁଥିରେ ଯତ୍ନଶୀଳ ଭାବେ ଚୟନ କରାଯାଇଥିବା ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି, ଯାହା ଭାରତୀୟ ସ୍ୱାଦଗୁଡିକର ମହତ୍ୱକୁ ପ୍ରତିଫଳନ କରୁଛି । ଦେଶବ୍ୟାପୀ କଫି ପ୍ରେମୀଙ୍କ ପାଇଁ ବାସ୍ତବରେ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ପାଇଁ ଯତ୍ନର ସହ ପ୍ରସ୍ତୁତ ଏହି ସ୍ୱାଦିଷ୍ଟ କଫି ସ୍ଥାନୀୟ ସ୍ୱାଦଗୁଡିକୁ ଷ୍ଟାରବକ୍ସ କଫି ଅନୁଭୂତି ସହ ସମ୍ମିଶ୍ରଣ କରିଛି । ଏହି ମେନ୍ୟୁରେ ରିଚ୍ ଏସ୍ପ୍ରେସୋ ଓ କ୍ଷୀରର ମିଶ୍ରଣ ଭାବେ କ୍ଲାସିକ ହଟ୍ କଫି ଏବଂ ବୋଲ୍ଡ ଏସ୍ପ୍ରେସୋ, ଗୁଡ ଓ କ୍ଷୀରର ଏକ ସତେଜ ମିଶ୍ରଣ ଭାବେ କ୍ଲାସିକ ଆଇସ୍ଡ କଫି ଆଦି ସାମିଲ ରହିଛି । ଉଭୟ ପାନୀୟ ୧୫୦ ଟଙ୍କାରେ ଉପଲବ୍ଧ ହେଉଛି । ନୂଆ ପାନୀୟଗୁଡିକୁ ପରିପୂର୍ଣ୍ଣ କରିବା ପାଇଁ ଗ୍ରାହକମାନେ ପସନ୍ଦର ସ୍ୱାଦ ସହ ପ୍ରସ୍ତୁତ କ୍ଲାସିକ ସ୍ୟାଣ୍ଡୱିଚ୍ର ଏକ ଚୟନକୁ ଉପଭୋଗ କରିପାରିବେ । ଏହି ରେଞ୍ଜରେ ଚିଲି ପନୀର ସ୍ୟାଣ୍ଡୱିଚ, ସ୍ପିନାଚ କର୍ଣ୍ଣ ସ୍ୟାଣ୍ଡ୍ୱିଚ, ପନିର ଟିକ୍କା ସ୍ୟାଣ୍ଡୱିଚ୍, ଏଗ୍ ଆଣ୍ଡ ମାୟୋ ସ୍ୟାଣ୍ଡ୍ୱିଚ୍ ଓ ଚିକେନ ସାଲାଡ ସ୍ୟାଣ୍ଡ୍ୱିଚ ଆଦି ସାମିଲ ରହିଛି ଯାହା ଗ୍ରାହକଙ୍କୁ ପ୍ରତ୍ୟେକ ବାଇଟ୍ ସହ ଆନନ୍ଦିତ କରିଥାଏ ।
ଏସମ୍ପର୍କରେ ଟାଟା ଷ୍ଟାର୍ବକ୍ସର ସିଇଓ ସୁଶାନ୍ତ ଦାକ କହିଛନ୍ତି, “ଭାରତରେ ଏକ ଦଶନ୍ଧିରୁ ଅଧିକ ସମୟ ସହିତ ଆମେ ଦେଶର ସମୃଦ୍ଧ ବିବିଧତା, ଜୀବନ୍ତ ସାଂସ୍କୃତିକ କାହାଣୀ ଓ ଆମ ଚାରିପଟେ ବିକଶିତ ହେଉଥିବା ଅନେକ ବିଚାରଧାରା ଦ୍ୱାରା ଅନୁପ୍ରାଣିତ ହୋଇଛୁ । ଏହା ଆମକୁ ଏଭଳି ଏକ ପାନୀୟ ଶୃଙ୍ଖଳା ପ୍ରସ୍ତୁତ କରିବା ପାଇଁ ଅନୁପ୍ରାଣିତ କରିଥିଲା ଯାହା ଭାରତର ବର୍ଦ୍ଧିତ ସାଂସ୍କୃତିକ ଆତ୍ୱବିଶ୍ୱାସ ଓ ଗୌରବ ପ୍ରତି ଏକ ବାସ୍ତବ ପ୍ରମାଣ ଅଟେ । ପ୍ରତ୍ୟେକ ପାନୀୟକୁ ଭାରତୀୟ ଉପଭୋକ୍ତାଙ୍କ ସ୍ୱାଦକୁ ପ୍ରତିଫଳନ କରିବା ପାଇଁ ଯତ୍ନର ସହ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆମର ଥାର୍ଡ ପ୍ଲେସ୍ ଅନୁଭୂତି ସହ ଏକତ୍ରିତ କରାଗଲେ ଏହା କେବଳ ସ୍ୱତନ୍ତ୍ର ଅବସରଗୁଡିକୁ ଉନ୍ନତ କରେନାହିଁ ବରଂ ପ୍ରତିଦିନର ମୁହୂର୍ତ ଓ ପ୍ରିୟଜନଙ୍କ ସହ ବାର୍ତାଳାପଗୁଡିକୁ ଉନ୍ନତ କରିଥାଏ ।” ୨୦୧୨ରେ ଭାରତୀୟ ବଜାରରେ ପ୍ରବେଶ କରିବା ପରଠାରୁ ଟାଟା ଷ୍ଟାରବକ୍ସ ବର୍ତମାନ ୩୮୦୦ରୁ ଅଧିକ ପାର୍ଟନର (କର୍ମଚାରୀ)ଙ୍କ ସହିତ ଦେଶର ୬୭ଟି ସହରରେ ୪୫୪ରୁ ଅଧିକ ଷ୍ଟୋରକୁ ପରିଚାଳନା କରୁଛି ଯାହା ବିଶ୍ୱ ଓ ସ୍ଥାନୀୟ ଉତ୍ପାଦର ସର୍ବୋତମତା ପ୍ରଦାନ କରୁଛି ।