ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସର ଦ୍ୱାରା ୧୭ଦିନରେ ୨୨୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

Spread the love

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶୁକ୍ରବାର ଯାତ୍ରାର ୧୭ତମ ଦିବସରେ ୨୨୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, କୋରାପୁଟ ଏବଂ ଢେଙ୍କାନାଳ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୦ଟି କଲେଜ ଏବଂ ୪ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୧୫୦ଟି ଆଇଡିଆ ସଂଗ୍ରହ କରିଛି ।

ଏହି ଷ୍ଟାର୍ଟଅପ୍ ଯାତ୍ରା ଶୁକ୍ରବାର ନୂଆପଡ଼ା ଜିଲ୍ଲାର ଖରିଆର ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ମଡେଲ ଡିଗ୍ରୀ କଲେଜ ପରିଦର୍ଶନ କରିଛି। ଯେବେକି ଏହି ଭ୍ୟାନ୍ ସୁନ୍ଦରଗଡ଼ ଜିଲ୍ଲାର ବିପିୟୁଟି, ସରକାରୀ ଆଇଟିଆଇ ରାଉରକେଲା ଓ ଡ. ଆମ୍ବେଦକର ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ସାଇନ୍ସ (ଡାମିଟ୍ସ) ପରିଦର୍ଶନ କରିଛି। ଏହି ଭ୍ୟାନ୍ କୋରାପୁଟ ଜିଲ୍ଲା ସ୍ଥିତ ସରକାରୀ ପଲିଟେକ୍ନିକ୍ କଲେଜ, ଜୟପୁର କଲେଜ ଅଫ୍ ଫାର୍ମାସି ଆଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟରେ ପହଞ୍ଚିଥିବା ବେଳେ ଭ୍ୟାନ୍ ଢେଙ୍କାନାଳ ଜିଲ୍ଲାର ମଣ୍ଟଫୋର୍ଟ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲ୍ ପରିଦର୍ଶନ କରିଛି। ଏହାବାଦ ୪ଟି ବୁଟକ୍ୟାମ୍ପ ଯଥା, ସେଞ୍ଚୁରିଆନ୍ ୟୁନିଭର୍ସିଟି(ଖୋର୍ଦ୍ଧା), ମଣ୍ଟ ଫୋର୍ଟ ସ୍କୁଲ ଓ ସେଣ୍ଟ ଜାଭିୟର ସ୍କୁଲରେ ଅନୁଷ୍ଠିତ ହୋଇଥିଲା।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୫୬ଟି କଲେଜ୍ ଏବଂ ୫୫ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୧,୪୪୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୨୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗକୁ ନେଇ ଅକ୍ଟୋବର ୭ (ଶନିବାର) ମାଲକାନଗିରି ଜିଲ୍ଲା ଗସ୍ତ କରିବ । ଏଥିସହ ସୁନ୍ଦରଗଡ଼ ଓ ନୂଆପଡା ଜିଲ୍ଲାର ଅନ୍ୟ କେତେକ ଅନୁଷ୍ଠାନ ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଶନିବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସୁନ୍ଦରଗଡ ଜିଲ୍ଲାର ଇସ୍ପାତ କଲେଜ ରାଉଲକେଲା, ଇସ୍ପାତ ବିଦ୍ୟା ମନ୍ଦିର(ସେକ୍ଟର ୧୯) ଓ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିକ୍ରମା କରିବ। ଏହି ଭ୍ୟାନ୍ ମାଲକାନଗିରି ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ଓ ମାଲକାନଗିରି ଡିଗ୍ରୀ କଲେଜରେ ପହଞ୍ଚିବ, ସେହିପରି ଭ୍ୟାନ୍ ନୂଆପଡ଼ା ଜିଲ୍ଲାର ମଡେଲ୍ କଲେଜ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Spread the love

Leave A Reply

Your email address will not be published.