ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ଅଖ ଚକ ବନ୍ଦ

Spread the love

ନବରଙ୍ଗପୁର,୧୦/୦୨:ସଂଗ୍ରାମୀ ମଞ୍ଚ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ କରାଯାଉଛି ।ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ କରିବାକୁ ଡାକରା ଦିଆଯାଇଛି।ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ। ୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ହୋଇନାହିଁ ଭୁ ବନ୍ଦୋବସ୍ତ। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟ୍ଟା ପାଇବାରୁ ବଞ୍ଚିତ । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ଦିଆ ହୋଇଛି କିନ୍ତୁ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହାନ୍ତି। ପ୍ରସ୍ତାବିତ ମେଡିକାଲ କଲେଜକୁ ଉମରକୋଟ ରେ ସ୍ଥାପନ ପାଇଁ ଦାବି ଜୋର ଧରିଛି। ସେହିପରି ମକା ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ, ଅଞ୍ଚଳରେ ଏକ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ସଂଗ୍ରାମ ମଞ୍ଚ ଦାବି କରିଛି ।


Spread the love

Leave A Reply

Your email address will not be published.