ଭୁବନେଶ୍ୱର, ଏପ୍ରିଲ୍ ୪ : ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲାଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍ଥ କେୟାର ସର୍ଭିସ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନେଇ ପୂର୍ବ ଭାରତର ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ମମ୍କୁ ‘ମିର୍ଚି’ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନକୁ ହସ୍ପିଟାଲ୍ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଗ୍ରହଣ କରିଥିଲେ ।
‘ଏହି ସମ୍ମାନ ଆମ ପାଇଁ ଗର୍ବ ଓ ଗୌରବ ଭରି ଦେଇଥିବା ବେଳେ ମୁଁ ଅତି ବିନମ୍ରତାର ସହ ଏହାକୁ ଗ୍ରହଣ କରୁଛି’ ବୋଲି ଡକ୍ଟର ଦାଶ କହିଛନ୍ତି ।
ମାତ୍ର ୪ ବର୍ଷ ମଧ୍ୟରେ ଏହି ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଟି ସାଧାରଣରେ ଆଦୃତ ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ପସନ୍ଦ ଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଉଭା ହୋଇପାରିଛି । ଏହି ସମ୍ମାନ ହସ୍ପିଟାଲର ପ୍ରତ୍ୟେକ ସଦସ୍ୟଙ୍କର କଠିନ ପରିଶ୍ରମ ଓ ଏକାଗ୍ରତାକୁ ଇଙ୍ଗିତ କରେ ବୋଲି ସେ କହିଛନ୍ତି ।
“ମିଳିତ ଭାବେ ଆମେ ଇତିହାସ ରଚିଛୁ ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପରେ ନୂତନ ମାନର ଉତ୍କର୍ଷ ସୃଷ୍ଟି କରିଛୁ । ଏ ନେଇ ମୁଁ ଆମ ରୋଗୀ, ସେମାନଙ୍କର ପରିବାରବର୍ଗ ଓ ସମାଜକୁ ସେମାନଙ୍କର ଆକୁଣ୍ଠ ସହଯୋଗ ପାଇଁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି । ଏହି ସମ୍ମାନରେ ଆମ ଠାରୁ ସେମାନଙ୍କର ଅଧିକ ଅଧିକାର ଅଛି” ବୋଲି ଡକ୍ଟର ଦାଶ କହିଛନ୍ତି ।