ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

Spread the love

କଳାହାଣ୍ଡି,୧୫/୦୩:କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ରବିବାର ଦିନ ଏକାସାଙ୍ଗେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉପସ୍ଥିତ ରହିଥିଲେ

ସୂଚନା ଅନୁସାରେ, ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣର ଶେଷ ତାରିଖ ମାର୍ଚ୍ଚ ୩୧ ଧରାଯାଇଛି। ଏହା ପୂର୍ବରୁ ଓଡ଼ିଶାରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମାଓବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଉଦ୍ବୋଧନ ଦେଇଥିଲେ। ପୋଲିସଙ୍କ ଜୋରଦାର କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ପୁନର୍ବାସ ଯୋଜନାର ପ୍ରଭାବରେ ବିଜିଏନ ଡିଭିଜନରେ ସକ୍ରିୟ ଥିବା ସମସ୍ତ ୧୧ ଜଣ ମାଓବାଦୀ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।ଏହାର ଫଳରେ ଏହି ଅଞ୍ଚଳ ମାଓବାଦୀମୁକ୍ତ ହୋଇଥିବାକୁ ପୋଲିସ କହିଛି।

ବର୍ତ୍ତମାନ ରାଜ୍ୟରେ ଆହୁରି ପ୍ରାୟ ୧୫ ଜଣ ମାଓବାଦୀ ରହିଥିବା ଅନୁମାନ ରହିଛି। ସେମାନଙ୍କୁ ମଧ୍ୟ ଆସନ୍ତା ମାର୍ଚ୍ଚ ୩୧ ମଧ୍ୟରେ ଆତ୍ମସମର୍ପଣ କରି ସାଧାରଣ ଜୀବନରେ ଫେରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି।


Spread the love

Leave A Reply

Your email address will not be published.