ରାଜ୍ୟ କ୍ୟାବିନେଟର 36 ତମ ବୈଠକ,ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ 4ଟି ପ୍ରସ୍ତାବରେ ବାଜିଲା ମୋହର

Spread the love

ଭୁବନେଶ୍ଵର,୧୩/୦୨:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ଅନୁଷ୍ଠିତ ହୋଇଛି।କ୍ୟାବିନେଟ ବୈଠକରେ ମୋଟ ୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା ।ତନ୍ମଧ୍ୟରେ ୪ ଟି ପ୍ରସ୍ତାବ କ୍ୟାବିନେଟ ରେ ଅନୁମୋଦନ ଲାଭ କରିଛି । ଅର୍ଥ ବିଭାଗ ପକ୍ଷରୁ ୧ଟି ପ୍ରସ୍ତାବ  ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା, ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ  ହେବ।ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

                                                      


Spread the love

Leave A Reply

Your email address will not be published.