ଭାରତରେ ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ପକ୍ଷରୁ ଏହାର ଫାର୍ଷ୍ଟ ଇଲେକ୍‌ଟ୍ରିକ ଅଫରିଂ ଅଲ୍‌-ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ କରାଯାଇଛି ଯାହାକି ଭାରତର ପ୍ରଥମ ପ୍ରିମିୟମ ଇଲେକ୍‌ଟ୍ରିକ ସ୍କୁଟର ଅଟେ । ଏହି ଅର୍ବାନ ଇଲେକ୍‌ଟ୍ରିକ ସ୍କୁଟର କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଭାରତର କିଛି ବଛା ବଛା ପ୍ରମୁଖ ନଗରଗୁଡ଼ିକରେ ଉପଲବ୍ଧ ହେବ । ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହେବ । ଏହାର ଇଲେକ୍‌ଟ୍ରି ଡ୍ରାଇଭ, ଫର୍‌ୱାର୍ଡ-ଲୁକିଂ ଡିଜାଇନ ଓ ନୂତନ ଟେକ୍ନୋଲୋଜି ସହିତ ଏହି ନୂଆ ସ୍କୁଟରକୁ ଏକ ସତେଜ ମୋବିଲିଟି ଅନୁଭୂତି ପାଇଁ ନିର୍ମାଣ କରାଯାଇଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍ ବିକ୍ରମ ପାୱା କହିଛନ୍ତି, “ ଅଲ୍‌-ନ୍ୟୁ ବିଏମଡବ୍ଲୁ ସିଇ ୦୪ହେଉଛି ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆରେ ଇଲେକ୍‌ଟ୍ରୋ-ମୋବିଲିଟିର ଏକ ସମ୍ପୂର୍ଣ୍ଣ ନୂତନ ଯୁଗର ଆରମ୍ଭ । ଏହା ହେଉଛି ନ୍ୟୁ ଇଲେକ୍‌ଟ୍ରିକ ଷ୍ଟାର ଯାହାକୁ ସହରାଂଚଳ ପାଇଁ ନିର୍ମାଣ କରାଯାଇଛି । ଏହା ଫ୍ୟୁଚରିଷ୍ଟିକ ଓ ଇନୋଭେଟିକ ଷ୍ଟାଇଲ ସହିତ ଡିଜାଇନ୍ ଷ୍ଟେଟ୍‌ମେଂଟ୍‌ରେ ବିଶାଳ ଅଟେ । ପ୍ରଭାବଶାଳୀ ଶକ୍ତି, ନୂତନ ଟେକ୍ନୋଲୋଜି ଓ ବିସ୍ତୃତ ରେଞ୍ଜ ଏକ ଆନନ୍ଦଦାୟକ ଚାଳନା ଅନୁଭୂତି ପ୍ରଦାନ କରୁଛି ଯାହା ପାଇଁ ଆପଣ ପ୍ରତିଦିନ ଜାଗ୍ରତ ହେବା ପାଇଁ ଚାହିଁବେ । ବିଏମଡବ୍ଲୁ ସିଇ ୦୪ର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧୪,୯୦,୦୦୦ଟଙ୍କା ରହିଛି ।

ଲିକ୍ୱିଡ୍‌-କୁଲ୍‌ଡ ଇଲେକ୍‌ଟ୍ରିକ ମୋଟର ସହିତ ବିଏମଡବ୍ଲୁ ସିଇ ୦୪ର ଅଭିନବ ଇଲେକ୍‌ଟ୍ରିକ ଡ୍ରାଇଭ ୪୨ଏଚପି(୩୧କେଡବ୍ଲୁ)ର ସର୍ବାଧିକ ଆଉଟ୍‌ପୁଟ୍ ପ୍ରଦାନ କରୁଛି । ପର୍‌ମାନେଂଟ ମ୍ୟାଗ୍ନେଟ ଇଲେକ୍‌ଟ୍ରିକ ମୋଟର ବିଏମଡବ୍ଲୁ କାର୍‌ଗୁଡିକ ଭଳି ବ୍ୟାଟେରୀ ଓ ରିୟର ହ୍ୱିଲ୍ ମଧ୍ୟରେ ଫ୍ରେମ୍‌ରେ ମାଉଂଟ୍ ହୋଇଛି । କ୍ଲାସିକ ପାଇଁ ‘ଟ୍ରାଫିକ୍ ଲାଇଟ୍ ଘଂଟାପ୍ରତି ୦ରୁ ୫୦ କି.ମିରେ ଷ୍ଟାର୍ଟ ହେଉଛି, ଏହା କେବଳ ୨.୬ ସେକେଣ୍ଡରେ ଏକ ତତ୍କାଳ ଆକ୍‌ସିଲରେଶନ ପ୍ରଦାନ କରୁଛି । ଏହାର ସର୍ବାଧିକ ବେଗ ଘଂଟା ପ୍ରତି ୧୨୦ କିମି ରହିଛି । ୮.୫କେଡବ୍ଲୁଏଚର ଶୁଦ୍ଧ କ୍ଷମତା ସହିତ ଲିଥିୟମ-ଆୟନ ବ୍ୟାଟେରୀ ୧୩୦କିମିର ବିସ୍ତୃତ ରେଞ୍ଜ ଏବଂ ପ୍ରତି ୧୦୦କିମି ପିଛା ୭.୭ କେଡବ୍ଲୁଏଚର ଏନର୍ଜି କଞ୍ଜମ୍ପଶନ ପ୍ରଦାନ କରୁଛି । ଏହା ଏକ ମାଗଣା ୨.୩କେଡବ୍ଲୁ ହୋମ୍ ଚାର୍ଜର ସହିତ ଆସିବ ଯାହ ୦-୮୦% ଚାର୍ଜ ପାଇଁ ୩ଘଂଟା ୩୦ମିନିଟ ମିନିଟ୍ ସମୟ ନେଇଥାଏ । ଅପ୍ସନାଲ ବିଏମଡବ୍ଲୁ ୱାଲ୍‌ବକ୍ସ ଚାର୍ଜର କେବଳ ୬୫ ମିନିଟ୍‌ରେ ସମାନ ସ୍ତରର ଚାର୍ଜିଂ ପ୍ରଦାନ କରୁଛି ।

ୱାନ୍‌-ପିସ ଟ୍ୟୁବୁଲାର ଷ୍ଟିଲ ମେନ୍ ଫ୍ରେମ୍ ସହିତ ଡାଇରେକ୍ସନାଲି ଷ୍ଟେବୁଲ ସସ୍‌ପେନ୍‌ଶନ ସୁଗମ ନିୟନ୍ତ୍ରଣ ଏବଂ ଏକ ଉଚ୍ଚ ସ୍ତରର ରାଇଡ କମ୍ଫର୍ଟ ପ୍ରଦାନ କରୁଛି । ଫ୍ରଂଟ୍‌ରେ ଡବଲ୍ ଡିସ୍କ ବ୍ରେକ୍‌କୁ ନିର୍ଭରଯେଗ୍ୟେ ଡିସିଲରେଶନ ପାଇଁ ଡିଜାଇନ କରାଯାଇଛି, ଯାହା ରିୟରରେ ସିଙ୍ଗଲ୍ ଡିସ୍କ ବ୍ରେକ୍ ଦ୍ୱାରା ସମର୍ଥିତ ଅଟେ । ବିଏମଡବ୍ଲୁ ମୋଟୋରାଡ ଆଂଟି-ଲକ୍ ବ୍ରେକିଂ ସିଷ୍ଟମ (ଏବିଏସ)ଅତିରିକ୍ତ ଆକ୍ଟିଭ ସେଫ୍ଟି ଯୋଗ କରୁଛି । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ ବିଏମଡବ୍ଲୁ ମୋଟୋରାଡ ପାଇଁ କଷ୍ଟମାଇଜ୍‌ଡ ଓ ଫ୍ଲେକ୍ସିବୁଲ ଫାଇନାନ୍ସିଆଲ ସଲ୍ୟୁଶନ୍ ପ୍ରଦାନ କରୁଛି । ଗ୍ରାହକମାନେ ଡେଲିଭରି କରାଯିବା ପୂର୍ବରୁ ନିଜର ଋଣ ମଞ୍ଜୁର କରାଇପାରିବେ । ସମସ୍ତ ବିଏମଡବ୍ଲୁ ମୋଟୋରାଡ ଯାନଗୁଡିକ ୱାରେଂଟିକୁ ୪ର୍ଥରୁ ୫ମ ବର୍ଷକୁ ବୃଦ୍ଧି କରିବାର ଏକ ବିକଳ୍ପ ସହିତ ୩ ବର୍ଷ ପାଇଁ ଏକ ଷ୍ଟାଣ୍ଡାର୍ଡ ୱାରେଂଟି, ଅନ୍‌ଲିମିଟେଡ କିଲୋମିଟର ସହିତ ଆସୁଛି । ରୋଡ୍‌-ସାଇଡ ଆସିଷ୍ଟାନ୍ସ, ଏକ ଦିନର ପ୍ୟାକେଜ ବ୍ରେକ୍‌ଡାଉନ ଓ ଟୋଇଙ୍ଗ ସ୍ଥିତିରେ ତତ୍କାଳ ସେବା ସୁନିଶ୍ଚିତ କରୁଛି । ଦୁଇଟି ଆକର୍ଷଣୀୟ କଲର୍ କନ୍‌ସେପ୍ଟ ବିଏମଡବ୍ଲୁ ସିଇ ୦୪ର ମଡର୍ଣ୍ଣ ଓ ତ୍ରୁଟିହୀନ ଡିଜାଇନକୁ ବହନ କରିଛି । ଏହାର ବେସ୍ ଭାରିଆଂଟ୍ ଲାଇଟ୍ ହ୍ୱାଇଟ୍‌ରେ ଏବଂ ଅପ୍ସନାଲ ଆଭାଂଟଗ୍ରେଡ୍ ଷ୍ଟାଇଲ୍ ଇମ୍ପେରିଆଲ ବ୍ଲୁ ମେଟାଲିକ କଲର୍‌ରେ ଉପଲବ୍ଧ ହେଉଛି । ଷ୍ଟାଇଲ୍ ଆଭାଂଟଗ୍ରେଡ୍‌ର ସିଟ୍ ଓ ୱାଇଣ୍ଡ ଡିଫ୍ଲେକ୍ଟର୍‌ରେ ଉଜ୍ଜ୍ୱଳ ଅରେଞ୍ଜ କଲର୍‌ର ବ୍ୟବହାର କରାଯାଇଛି ।


Spread the love

Leave A Reply

Your email address will not be published.