SCB ନିଆଁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର,୨୦/୦୩: ଏସସିବି ମେଡ଼ିକାଲ ଆଇସିୟୁରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନାଟକବାଜି କରି ଶବ ଉପରେ ଶୋଭାଯାତ୍ରା କରୁଛନ୍ତି । ପୀଡ଼ିତ ପରିବାରକୁ ଉପହାସ କରୁଛନ୍ତି । ବିଧାନସଭାରେ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗୁରୁବାର ବି ଏସସିସିବି ନିଆଁ ତାତିରେ ଉଠିଥିଲା ପଡିଥିଲା ବିଧାନସଭା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ସେପଟେ ଏସସିବିରେ ପହଞ୍ଚି ତନାଘନା କରିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।


Spread the love

Leave A Reply

Your email address will not be published.