ଭୁବନେଶ୍ଵର,୧୨/୦୨: ଭୁବନେଶ୍ବର ଦମ୍ପତିଙ୍କୁ ୩୫ ଘଣ୍ଟା ନିଜ ଘର ଭିତରେ ଡିଜିଟାଲ ଆରେଷ୍ଟ।ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ।ନିଜକୁ ପୋଲିସ ଅଫିସର କହି ୯ ତାରିଖରେ ଦିନ ୧୧ଟା ୩୦ରେ ଦମ୍ପତିଙ୍କୁ ପ୍ରଥମ କଲ ଆସିଥିଲା । ଆଧାର କାର୍ଡରେ ଜଣେ ଆତଙ୍କବାଦୀ ସିମ କାର୍ଡ ନେଇକି ବ୍ୟବହାର କରୁଛନ୍ତି ବୋଲି କହିଥିଲେ ସାଇବର ଲୁଟେରା।ଏଭଳି ଘଟଣା ଘଟିଛି ରାଜଧାନୀରେ ।
ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ ହୋଇଥିଲେ । ସବୁ ଡକ୍ୟୁମେଣ୍ଟ ଅନ ଲାଇନରେ ନେଇଛନ୍ତି ସାଇବର ଲୁଟେରା ।ଏହାକୁ ନେଇ ଆଜି ସଇବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତି ।