ଭୁବନେଶ୍ୱର: ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ (ପିସିଓଏସ)କୁ ସାଧାରଣତଃ ଅନିୟମିତ ଋତୁସ୍ରାବ, କେଶ ଓ ତ୍ୱଚାରେ ପରିବର୍ତନ, ଓଜନ ବୃଦ୍ଧି କିମ୍ବା ଗର୍ଭଧାରଣରେ ସମସ୍ୟା ଭଳି ଏକ ବ୍ୟକ୍ତିଗତ ସମସ୍ୟା ଭାବେ ବିବେଚନା କରାଯାଇଥାଏ । ଡଚ୍ ଆଣ୍ଡ ଇରାନିଆନ କୋହର୍ଟସର ଯୁଗ୍ମ ଅଧ୍ୟୟନ ଦର୍ଶାଇଛି ଯେ, ପିସିଓଏସ ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୭୦% ପରିବର୍ତନ ବଂଶଗତ ଜେନେଟିକ କାରଣଗୁଡିକ ଦ୍ୱାରା ବ୍ୟାଖ୍ୟା କରାଯାଇପାରିବ । ଭୁବନେଶ୍ୱରର ର୍ବିଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ସ୍ପେଶାଲିଷ୍ଟ ଡକ୍ଟର ଲିପ୍ସା ମିଶ୍ରଙ୍କ କହିବା ଅନୁସାରେ, ସାଧାରଣ ଶବ୍ଦରେ କହିବାକୁ ଗଲେ ଯଦି ପିସିଓଏସ ଜଣେ ମା’, ଭଉଣୀ କିମ୍ବା ମାଉସୀଙ୍କଠାରେ ଦେଖାଯାଏ, ତେବେ ଏହା ପରିବାରର ଅନ୍ୟ ମହିଳାଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏକ ଉଚ୍ଚ ପାରିବାରିକ ଘଟଣା ପରିପ୍ରେକ୍ଷୀରେ ଅସ୍ୱଭାବିକ ଋତୁସ୍ରାବ ହେଉଥିବା ଜଣେ ଯୁବ ବୟସର ବ୍ୟକ୍ତି ଅପେକ୍ଷା କରିବା ଉଚିତ ନୁହେଁ, ଶୀଘ୍ର ନିଦାନ ବର୍ଷ ବର୍ଷର ଅନିଶ୍ଚିତତାକୁ ଏଡାଇ ପାରିଥାଏ । ସମାନ ରୂପେ ନିଜ ପରିବାରର ପିସିଓଏସ ଇତିହାସକୁ ଜାଣିଥିବା ମହିଳାମାନେ ସକ୍ରିୟ ଭାବେ ନିଜର ମେଟାବୋଲିଜିମକୁ ତଦାରଖ କରିପାରିବେ, ଜୀବନର ପରବର୍ତୀ ସମୟରେ ଟାଇପ ୨ ମଧୁମେହ, ହୃଦରୋଗ, ଓ ବନ୍ଧ୍ୟାପଣର ବିପଦକୁ ଏଡାଇ ପାରିବେ ।
ଡା. ଲିପ୍ସା ମିଶ୍ର କହିଛନ୍ତି ଯେ, ସୁସ୍ଥ ଆହାର, ନିୟମିତ ବ୍ୟାୟାମ, ଓଜନ ନିୟନ୍ତ୍ରଣ ଓ ମାନସିକ ଚାପମୁକ୍ତ ରହିବା ଭଳି ଜୀବନଶୈଳୀ ବିକଳ୍ପଗୁଡିକ ଜେନେଟିକ ସମ୍ବେଦନଶୀଳତା ବିରୋଧରେ ଉପଯୁକ୍ତ ଉପାୟ ଅଟେ । ନିୟମିତ ଫର୍ଟିଲିଟି ଟେଷ୍ଟିଙ୍ଗ ଓ ହରମୋନ ବ୍ଲଡ ଟେଷ୍ଟଗୁଡିକ ଜଟିଳତା ଦେଖା ଦେବା ପୂର୍ବରୁ ଲକ୍ଷଣଗୁଡିକୁ ଚିହ୍ନଟ କରିଥାଏ । ପରିବାରଗୁଡିକରେ ପିସିଓଏସକୁ ନେଇ ରହିଥିବା ନୀରବତା ବୋଧହୁଏ ସବୁଠାରୁ ବଡ ପ୍ରତିବନ୍ଧକ । ଆମେ ଯେପରି ମଧୁମେହ କିମ୍ବା ରକ୍ତଚାପ ସମ୍ପର୍କରେ କଥା ହେଉଛୁ, ଠିକ ସେହିପରି ଖୋଲାଖୋଲି ଭାବେ ପରିବାରର ଇତିହାସ ସମ୍ପର୍କରେ ସେୟାର କରିବା ଯୁବ ମହିଳାମାନଙ୍କୁ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକ ଆତ୍ମବିଶ୍ୱାସୀ କରିବ । ପିସିଓଏସର ଜେନେଟିକ୍ସକୁ ଗ୍ରହଣ କରିବା ଦ୍ୱାରା ତାହା ଏହି ଅବସ୍ଥାକୁ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଥାଏ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇନପାରେ କିନ୍ତୁ ଏଥିରେ ଏକ ଇଂଟରଜେନେରେଶନାଲ ହେଲ୍ଥ ଷ୍ଟ୍ରାଣ୍ଡ (ପିଢିଗତ ସ୍ୱାସ୍ଥ୍ୟ ପ୍ରବଣତା) ରହିଥାଏ । ସଠିକ ଜ୍ଞାନ, ପ୍ରାରମ୍ଭିକ ହସ୍ତକ୍ଷେପ ଓ ଖୋଲାଖୋଲି ପାରିବାରିକ ଆଲୋଚନା ସହିତ ପିସିଓଏସକୁ ଭଲ ଭାବରେ ଚିକିତ୍ସା କରାଯାଇପାରିବ, ଯାହା ବର୍ତମାନର ବୋଝ ହ୍ରାସ କରିବା ସହ ଭବିଷ୍ୟତ ପାଇଁ ପଥ ଆଲୋକିତ କରିବ ।