କେଏଫସି ପକ୍ଷରୁ ଦ ଗ୍ରେଟ କେଏଫସି ଫେଷ୍ଟିଭାଲ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: କେଏଫସି ଏହାର ନୂତନ କ୍ୟାମ୍ପେନ ଦ ଗ୍ରେଟ କେଏଫସି ଫେଷ୍ଟିଭାଲ ସହିତ ଉତ୍ସବଗୁଡିକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ହୋଇଛି । ଦ ଗ୍ରେଟ କେଏଫସି ଫେଷ୍ଟିଭାଲ ୨୯୯ ଟଙ୍କା ଲେଖାଏଁ ଏକ ଅତୁଳନୀୟ ମୂଲ୍ୟରେ ୪ଟି ପର୍ଯ୍ୟନ୍ତ ଫ୍ୟାନ-ଫେଭରାଇଟ ମିଲ ପ୍ରଦାନ କରୁଛି । ଚିକେନ ପ୍ରେମୀମାନେ ଏବେ ସୀମିତ ସମୟ ପାଇଁ କ୍ରଂଚି, ଚିଜି ଚିଜା ଓ ଅଲ୍ ଚିକେନ, ନୋ ବନ ଡବଲ ଡାଉନ ବର୍ଗର ପୁଣିଥରେ ଉପଭୋଗ କରିପାରିବେ । ସେହିପରି ଫ୍ରାଏଜ ଓ ପେପ୍ସି ସହିତ ଗୋଲ୍ଡ ବର୍ଗର ଓ ୯ ପିସେସ ଚିକେନ ଭଳି ସିଗ୍ନେଚର ମେନ୍ୟୁ ଆଇଟମଗୁଡିକ ଗ୍ରେଟ କେଏଫସି ଫେଷ୍ଟିଭାଲ ମେନ୍ୟୁକୁ ପରିପୂର୍ଣ୍ଣ କରିଛି । ଏହି ମେନ୍ୟୁକୁ ଏକ କ୍ୟାମ୍ପେନ ଫିଲ୍ମ ସହ ଶୁଭାରମ୍ଭ କରାଯାଇଛି ।
ଏହି କ୍ୟାମ୍ପେନ ସମ୍ପର୍କରେ କେଏଫସି ଇଣ୍ଡିଆ ଓ ପାର୍ଟନର କଂଟ୍ରିସର ସିଏମଓ ଅପର୍ଣ୍ଣା ଭୱାଲ କହିଛନ୍ତି, “ ଦେଶବ୍ୟାପୀ ଉତ୍ସବପୂର୍ଣ୍ଣ ମନୋଭାବ ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଗ୍ରେଟ କେଏଫସି ଫେଷ୍ଟିଭାଲ ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ଆସିଛି । ଏହା ଚିଜା ଓ ଡବଲ ଡାଉନ ଭଳି ଲିମିଟେଡ ଏଡିସନ ଫେଭରାଇଟଠାରୁ ଆରମ୍ଭ କରି ଗୋଲ୍ଡ ଜିଞ୍ଜର ଓ ୯ ପିସେସ ଚିକେନ ଭଳି ସର୍ବାଧିକ ଲୋକପ୍ରିୟ ମେନ୍ୟୁ ଆଇଟମ ପର୍ଯ୍ୟନ୍ତ ସବୁକିଛି ଚିକେନର ଏକ ଉତ୍କୃଷ୍ଟ ଉତ୍ସବ ଅଟେ । ଗ୍ରେଟ କେଏଫସି ଫେଷ୍ଟିଭାଲ ୨୯୯ ଟଙ୍କା ଲେଖାଏଁ ଅବିଶ୍ୱସନନୀୟ ମୂଲ୍ୟରେ ୪ଟି ଲୋଭନୀୟ ଫ୍ୟାନ-ଫେଭରାଇଟ ମିଲ୍ ଆଣିଛି ।”
ଗ୍ରେଟ କେଏଫସି ଫେଷ୍ଟିଭାଲ ମେନ୍ୟୁ ଡାଇନ-ଇନ ଓ ଟେକ୍‌ଆୱେ ପାଇଁ ଭାରତର ସମସ୍ତ ୧୩୦୦ରୁ ଅଧିକ କେଏଫସି ରେଷ୍ଟୁରାଂଟଗୁଡିକରେ ଏବଂ କେଏଫସି ଆପ, ୱେବସାଇଟ (https://online.kfc.co.in/) ଏବଂ ଅଗ୍ରଣୀ ଫୁଡ ଡେଲିଭରି ଆପଗୁଡିକରେ ଉପଲବ୍ଧ ରହିଛି । କେଏଫସି ପ୍ରଶଂସକମାନେ ଧାଡିରେ ଅପେକ୍ଷା କରିବାରୁ ବର୍ତିବା ପାଇଁ ଡାଇନ ଇନ ସମୟରେ କେଏଫସି ଆପ ମାଧ୍ୟମରେ ପ୍ରି-ଅର୍ଡର କରିପାରିବେ ।


Spread the love

Leave A Reply

Your email address will not be published.