LAXMI PUJA: ଆଲୋକ ସଜ୍ଜାରେ ଝଲସୁଛି ଗୁଡିଆନାଳି ପୂଜା ମଣ୍ଡପ

LAXMI PUJA: ଆକର୍ଷଣର ପାତ୍ର ସାଜିଛି ଆଲୋକର ସାଜ୍ଜସଜ୍ଜା

Spread the love

ଢ଼େଙ୍କାନାଳ୧୭/୧୦ (ମଧୁସ୍ମିତା ସାହୁ): ଢେଙ୍କାନାଳ(DHENKANAL)ର ଗୁଡିଆନାଳି ଠାରେ ଥିବା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୁଜା(LAXMI PUJA) ପ୍ରତିଷ୍ଠାନକୁ ଚଳିତ ବର୍ଷ ୭୨ ବର୍ଷ ପୂରିଲା । ସେଠାରେ ପ୍ରାୟ ୧୦ ଲକ୍ଷ ୫୦ ହଜାର ଟଙ୍କା ବିନିଯୋଗ କରାଯାଇ ଆଲୋକର ସାଜ୍ଜସଜ୍ଜା(LIGHT DECORATIN)କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଅଛି । ଏଥର ମା ଲକ୍ଷ୍ମୀଙ୍କ ମୂର୍ତ୍ତୀରେ ପାଖାପାଖି ୨୪୦ କି.ଗ୍ରା ରୂପା ଓ ୨୦୦ ଗ୍ରାମ ସୁନା ବ୍ୟବହୃତ କରାଯାଇଇଛି ।
ଏହି ବର୍ଷ ଆଲୋକ ଓ ଗେଟ୍ ର ସଜ୍ଜୀକରଣ କରିବା ପାଇଁ କଲିକତା(KOLKATA)ରୁ ଦକ୍ଷ କାରିଗର ମାନେ ଆଥିଲେ । ସେମାନେ ରାଜଦରବାର ଶୈଳୀରେ ତଥା ପଦ୍ମ ଫୁଲ, ଲକ୍ଷ୍ମୀ ମା ଙ୍କ ମନ୍ଦିର ଆଦି ଆକାରରେ ଗେଟ ସଜ୍ଜୀକରଣ(GATE DECORATION)କରି ଆକର୍ଷଣର ପାତ୍ର ସାଜିଥିଲେ । ମୂର୍ତ୍ତୀ ପ୍ରସ୍ତୁତି ନିମନ୍ତେ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ବରିଷ୍ଠ ବ୍ୟକ୍ତି ମାନେ କହିଛନ୍ତି ଯେ ଏହି ସାଜ୍ଜସଜ୍ଜା ଢେଙ୍କାନାଳର କଳାତ୍ମକ ଉତ୍କୃଷ୍ଟତା ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତି ସମ୍ପ୍ରଦାୟର ଗଭୀର ଭକ୍ତି ଉଭୟଙ୍କୁ ପ୍ରତିଫଳିତ କରୁଛି ।


Spread the love

Leave A Reply

Your email address will not be published.