ଏବେ ଆରମ୍ଭ ହୋଇଛି ଶକ୍ତିର ନୂତନ ଯୁଗ: ଶ୍ରୀପଦ ୱାଇ. ନାୟକ

Spread the love

ନୂଆଦିଲ୍ଲୀ : ଗ୍ରୀନ ହାଇଡ୍ରୋଜେନ (ଆଇସିଜିଏଚ୍‌-୨୦୨୪) ଉପରେ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସମାପ୍ତି ହୋଇଯାଇଛି । ଏହି ସମ୍ମିଳନୀର ବିଦାୟକାଳିନ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୱାଇ ନାୟକ ସୂଚିତ କରିଛନ୍ତି ଯେ, ଭାରତ ଶକ୍ତି ସ୍ଥାନାନ୍ତରଣର ଏକ ନୂତନ ଯୁଗରେ ପ୍ରବେଶ କରିଛି ଯାହାକି ହାଇଡ୍ରୋଜେନ ଏଜେଣ୍ଡାକୁ ଆଗକୁ ବଢାଇବା ପ୍ରତି ଏକ ମିଳିତ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହେଉଛି । ଶ୍ରୀ ନାୟକ ଭାରତ ସରକାରଙ୍କ ଅତ୍ୟାଧୁନିକ ସ୍ୱଚ୍ଛ ଓ ସବୁଜ ଶକ୍ତି ପ୍ରତି ଦୃଢ ପ୍ରତିଶ୍ରୁତିବଦ୍ଧତାକୁ ମହତ୍ୱ ଦେଇଛନ୍ତି । ସେ ୧୯୭୪୪ କୋଟି ଟଙ୍କାର ପ୍ରାରମ୍ଭିକ ବଜେଟ ସହିତ ନ୍ୟାଶନାଲ ଗ୍ରୀନ ହାଇଡ୍ରୋଜେନ ମିଶନକୁ ଚାହିଦା ସୃଷ୍ଟି, ଉତ୍ପାଦନ, ଆର୍‌ଆଣ୍ଡ୍‌ଡି, ଭିତିଭୂମି, ନିୟାମକୀୟ ଢାଂଚା, ଆନ୍ତର୍ଜାତୀୟ ସହଭାଗିତା ଓ ସବୁଠାରୁ ଗୁୁତ୍ୱପୂର୍ଣ୍ଣ ଭାବେ ଦକ୍ଷତା ବିକାଶ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବା ଏକ ବିସ୍ତୃତ ରଣନୀତି ଭାବେ ଆଲୋକପାତ କରିଥିଲେ । ଏହାଛଡା ଶ୍ରୀ ନାୟକ ଯୁବପିଢିଙ୍କ ମହତ୍ୱକୁ ରେଖାଙ୍କିତ କରିଥିଲେ, ଏବଂ ସୁନିଶ୍ଚିତ କରିଥିଲେ ଯେ, ଯୁବପିଢିଙ୍କୁ ଆବଶ୍ୟକୀୟ ଦକ୍ଷତା ସହ ସଶକ୍ତ କରି ଭାରତ ସେମାନଙ୍କୁ ଏକ ସ୍ଥାୟୀ ଭବିଷ୍ୟତର ସ୍ଥପତି ହେବା ପାଇଁ ସୁସଜ୍ଜିତ କରୁଛି । ଗତ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ୨୦୨୪ ପର୍ଯ୍ୟନ୍ତ ଆୟୋଜିତ ଏହି ସମ୍ମିଳନୀକୁ କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି; ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବିତରଣ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉଦ୍‌ଘାଟନ କରିଥିଲେ ଯାହା ୩୦୦୦ରୁ ଅଧିକ ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ସମେତ ୮୫୦୦ରୁ ଅଧିକ ପ୍ରତିନିଧିଙ୍କୁ ଆକର୍ଷିତ କରିଥିଲା । ଏଥିରେ ଏକ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ଥିଲା ଯାହା ଗ୍ରୀନ ହାଇଡ୍ରୋଜେନ ସେକ୍ଟରରେ ଉଦ୍ଭାବନ ଓ ବୈଷୟିକ ଅଗ୍ରଗତିକୁ ପ୍ରଦର୍ଶିତ କରିଥିଲା । ହାଇଡ୍ରୋଜେନ ପରିଚାଳିତ ବସ୍ ଓ ହାଇଡ୍ରୋଜେନ ଇଂଟରନାଲ କମ୍ବୁସନ ଇଞ୍ଜିନ (ଏଚ୍‌୨ଆଇସିଇ) ପରିଚାଳିତ ଟ୍ରାକ୍‌କୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଥିଲା ଯାହା ପରିଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ବିଦାୟକାଳିନ ଅଧିବେଶନକୁ ସମ୍ବୋଧିତ କରି ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କେ ସୁଦ କହିଛନ୍ତି, “ଗ୍ରୀନ ହାଇଡ୍ରୋଜେନ ପ୍ରତି ଆମର ପ୍ରତିବଦ୍ଧତା କେବଳ ନିର୍ଗମନ ଲକ୍ଷ୍ୟକୁ ପୂରା କରିବା ସମ୍ପର୍କିତ ନୁହେଁ, ବରଂ ଏହା ଆମର ଶକ୍ତି ବ୍ୟବସ୍ଥାକୁ ପୁନଃବ୍ୟାଖ୍ୟା କରିବା, ନୂଆ ନିଯୁକ୍ତି ସୃଷ୍ଟି କରିବା ଏବଂ ଭବିଷ୍ୟତର ପିଢି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ପୃଥିବୀ ସୁରକ୍ଷିତ ରଖିବା ପାଇଁ ଏକ ଐତିହାସିକ ସୁଯୋଗ ହାସଲ କରିବା ସମ୍ପର୍କିତ ଅଟେ ।” ନିଜ ସମ୍ବୋଧନ ସମୟରେ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ଭୂପିନ୍ଦର ଏସ୍‌. ଭଲ୍ଲା ଭାରତର ଶକ୍ତି କ୍ଷେତ୍ର ପାଇଁ ଗ୍ରୀନ୍ ହାଇଡ୍ରୋଜେନର ପରିବର୍ତନଶୀଳ କ୍ଷମତାକୁ ଆଲୋକପାତ କରିଥିଲେ ।” ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ଶ୍ରୀ ପଙ୍କଜ ଜୈନ ଗ୍ରୀନ ହାଇଡ୍ରୋଜେନ ଅର୍ଥନୀତିକୁ ଆଗକୁ ବଢାଇବା କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗିତା ଓ ଅଭିନବ ଟେକ୍ନୋଲୋଜିଗୁଡିକର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଫ୍‌ଆଇସିସିଆଇର ମହାନିର୍ଦ୍ଦେଶକ ଜ୍ୟୋତି ବିଜ୍ ଏହି ସମ୍ମିଳନୀର ସଫଳତା ପାଇଁ ସମସ୍ତ ଅଂଶଗ୍ରହଣକାରୀ, ହିତାଧିକାରୀଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ମିଳନୀର ଶେଷ ଦିନରେ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣଳାୟର ଯୁଗ୍ମ ସଚିବ ଅଜୟ ଯାଦବ ଆଲୋକପାତ କରିଥିଲେ ଯେ, ସର୍ବାଧିକ ୧୩ଟି ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ଇକୋସିଷ୍ଟମକୁ ସମର୍ଥନ କରିବା ପାଇଁ ନୀତି ବ୍ୟବସ୍ଥା ରହିଛି । ଏହି ମିଶନ ୬ ଲକ୍ଷ ସବୁଜ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ ଦର୍ଶାଇଥିଲେ । ଶ୍ରୀଯୁକ୍ତ ଯାଦବ ଭାରତକୁ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଭାବେ ସ୍ଥାପିତ କରିବା କ୍ଷେତ୍ରରେ ଦକ୍ଷତା, ସୁରକ୍ଷା, ପାଇଲଟ ପ୍ରକଳ୍ପ, ଅନୁସନ୍ଧାନ ଓ ବିକାଶ ଏବଂ ଉଦ୍ଭାବନର ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ ।

ସମ୍ମିଳନୀ ସମୟରେ ଆୟୋଜିତ ସର୍ବଦଳୀୟ ଅଧିବେଶନ ୟୁଏସ୍‌ଏ, ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ୍‌ସ, ଜର୍ମାନୀ ଆଦିର ଅଭିଯାନ ଓ ଅଗ୍ରଗତି ଏବଂ ଆଇଆର୍‌ଇଏନ୍‌ଏ ଦ୍ୱାରା ଉପସ୍ଥାପିତ ଆନ୍ତର୍ଜାତୀୟ ଦୃଷ୍ଟିକୋଣକୁ ଆଲୋକପାତ କରିଥିଲା । ସମ୍ମିଳନୀର ପ୍ରଥମ ଦିନରେ ଭାରତର ଶକ୍ତି ଭବିଷ୍ୟତ ଗଠନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବାରେ ସବୁଜ ହାଇଡ୍ରୋଜେନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଦ୍ୱିତୀୟ ଦିନରେ ସାଇନା ନେହୱାଲ ଯୁବ ପ୍ରତିଯୋଗୀଙ୍କୁ ପ୍ରେରଣା ଦେବା ସହ ଯୁବ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହାବ୍ୟତୀତ ଆଇଆଇଟି ବମ୍ବେର ନନ୍ଦଲାଲ ଗୁପ୍ତା ଜିଏଚ୨ଥନ୍ ହ୍ୟାକାଥନ୍ ବିଜେତା ହୋଇଥିବା ବେଳେ ଏକ ଇଂଟରଆକ୍ଟିଭ୍ ପୋଷ୍ଟର ପ୍ରତିଯୋଗିତାରେ ଗ୍ରୀନ୍ ହାଇଡ୍ରୋଜେନ୍‌ରେ ଉଦ୍ଭାବନଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା । ତୃତୀୟ ତଥା ଅନ୍ତିମ ଦିବସରେ ସମ୍ମିଳନୀରେ ଅନ୍ତର୍ଜାତୀୟ ସହଯୋଗ ଓ ଉଦ୍ଭାବନ ପ୍ରତି ଭାରତର ସମର୍ପଣ ଉପରେ ଆଲୋକପାତ କରାଯାଇଥିଲା । ଇଣ୍ଡିଆନ ଅଏଲର ଡେପୁଟି ଜେନେରାଲ ମ୍ୟାନେଜର ଦୀପକ ତନେଜାଙ୍କ ଦ୍ୱାରା ପରିଚାଳିତ ଏକ ଆକର୍ଷଣୀୟ କୁଇଜ୍ \”ଦ ହାଇଡ୍ରୋଜେନ ଚ୍ୟାଲେଞ୍ଜ: ଟେଷ୍ଟ ୟୋର ଏଲିମେଂଟାଲ ନଲେଜ’-ଏକ ପ୍ରମୁଖ ବୈଶିଷ୍ଟ୍ୟ ଥିଲା । ଗ୍ରୀନ୍ ହାଇଡ୍ରୋଜେନ୍ ବିଷୟରେ ୭ଟି ରାଉଣ୍ଡ୍ ବିଶିଷ୍ଟ ଏହି କୁଇଜ୍ ରେ ଆଇଆଇଟି ବମ୍ବେର ନନ୍ଦଲାଲ ଗୁପ୍ତା ଓ ଚନ୍ଦ୍ରମଣି ରାୟ ବିଜେତା ହୋଇଥିଲେ । ଏହାବ୍ୟତୀତ ପୋଷ୍ଟର ପ୍ରତିଯୋଗୀତାରେ ଗ୍ରୀନ୍ ହାେଇଡ୍ରୋଜେନ୍ କ୍ଷେତ୍ରେର ଉଲ୍ଲେଖନୀୟ ଗବେଷଣା ପ୍ରଦଶର୍ନ କରାଯାଇଥିଲା । ବିଜେତାଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର କପିଲ କେଦାର ତିର୍ପୁଡେ ଏବଂ ତୃଷ୍ଣା ଠାକୁର ।

 


Spread the love

Leave A Reply

Your email address will not be published.