ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ଚାରିକାନ୍ଧ’

Spread the love

ଭୁବନେଶ୍ଵର,୨୬/୦୨:ଆସନ୍ତାକାଲି ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଚାରିକାନ୍ଧ’ । ୪୬ ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଥିବା ଭାରତର ପ୍ରଥମ ମିଡ଼ ଲେନଥ ଫିଲ୍ମ ଅଟେ । ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ଏବେ ରାଜ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି ।

‘ଚାରିକାନ୍ଧ’ର ଅବଧି ମାତ୍ର ୩୬ ମିନିଟ ରହିଥିବା ବେଳେ ସାମାଜିକ ବ୍ୟବସ୍ଥାର ଏକ କରୁଣ ଚିତ୍ର ବଖାଣିବ ଚଳଚିତ୍ର। ୩୬ ମିନିଟି ର ଏହି ସିନେମା ଓଡ଼ିଶାର ଭୁବନେଶ୍ୱର, କଟକ ଓ ରାଉଲକେଲା ଏହି ୩ ଟି ସ୍ଥାନରେ ମୁକ୍ତିଲାଭ ହେବାକୁ ଯାଇଛି । ଋତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଚାରିକାନ୍ଧ’ ଏକ ନିଆରା ଇତିହାସ ସହ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି ।ଚାରିକାନ୍ଧ’ ଦେଇ ମସାଣି ଯିବାର ପରମ୍ପରା ଓ ଅସହାୟ ବାପା ମାଆଙ୍କର କରୁଣ କାହାଣୀ ଉପରେ ନିର୍ମିତ । ଏହି ସିନେମାଟି ସାମାଜିକ ପରମ୍ପରାର ଏକ ନିଛକ ଉଦାହରଣବାଦୀ କାହାଣୀକୁ ନେଇ ସୁନ୍ଦର ଏକ ସାମାଜିକ ବାର୍ତ୍ତା ରହିଚି, ଯାହା ଦର୍ଶକଙ୍କ ଭାବବିହ୍ୱଳ କରାଇବା ସହ ବାସ୍ତବ ଜୀବନର କାହାଣୀ ଦେଖାଇବ ।”

ଜାପାନର ହୋକ୍କାଇଡୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହୋଇଥିବା ମଧ୍ୟମ ଅବଧି ସିନେମା ବିଭାଗ ‘ଚାରିକାନ୍ଧ’ ସବୁ ଓଡ଼ିଆଙ୍କ ପାଇଁ ଥିଲା ଗର୍ବର ମୁହୂର୍ତ୍ତ । ଏଥିପାଇଁ ମଧ୍ୟମ ଅବଧିର ମାତ୍ର 8ଟି ଚଳଚ୍ଚିତ୍ର ମନୋନୀତ ହୋଇଥିବା ବେଳେ, ଭାରତ ପକ୍ଷରୁ ‘ଚାରିକାନ୍ଧ’ ଏକମାତ୍ର ସିନେମା ଭାବରେ ପ୍ରତିନିଧିତ୍ୱ କରି ପୁରସ୍କୃତ ହୋଇଛି । ସାମ୍ପ୍ରତିକ ସମାଜର ବାସ୍ତବତା ଓ ବାର୍ଦ୍ଧକ୍ୟର ଏକୁଟିଆପଣ ଓ କିଛି ଭିନ୍ନ କଥାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ନିଶ୍ଚୟ ଭଲଲାଗିବ ବୋଲି କହିଛନ୍ତି ପ୍ରଯୋଜକ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ବିଶ୍ୱନାଥ ରଥ, ସହ ପ୍ରଯୋଜକ ହେଲେ ସୁପ୍ରିୟା ରାଉତ ଓ ଅଖିଲ ରାଜୁରକର । ଏଥିରେ ଅଭିନେତା ଶକ୍ତି ବରାଳ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।


Spread the love

Leave A Reply

Your email address will not be published.