ସର୍ବୋତମ ଶ୍ରେଣୀର ବ୍ୟାଟେରୀ ସହିତ ନୂଆ ଓପୋ ଏ୭୮ର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରା ଓପୋ, ଭାରତରେ ଏହାର ନୂଆ ଓପୋ ଏ୭୮ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ ଘୋଷଣା କରିଛି । ଏହି ହ୍ୟାସେଟ୍ ଦୁଇଟି କଲର୍ ଫିନିଶ୍ ଯଥା ଆକ୍ୱା ଗ୍ରୀନ୍ ଓ ମିଷ୍ଟ୍ ବ୍ଲାକ୍‌ରେ ଉପଲବ୍ଧ ହେବ । ଓପୋ ଏ୭୮ରେ ୫୦ଏମ୍‌ପି ମେନ୍ କ୍ୟାମେରା ରହିଛି ଏବଂ ଏଥିରେ ପୋର୍ଟ୍ରେଟ୍‌ରେ ବୋକେ ଇଫେକ୍ଟ ପାଇଁ ୨ଏମ୍‌ପି ଡେପ୍‌ଥ କ୍ୟାମେରା ରହିଛି । ଏହି ହ୍ୟାସେଟ୍ ଡୁଆଲ-ଭ୍ୟୁ ଭିଡିଓ ଫଙ୍କ୍‌ଶନକୁ ସମର୍ଥନ କରୁଛି ଯାହା କ୍ରିଏଟିଭ୍ ବ୍ଲଗ୍ ପାଇଁ ଏକ ସିଙ୍ଗଲ୍ ଫ୍ରେମ୍‌ରେ ଫୁଟେଜ୍‌ଗୁଡିକୁ ମିଶ୍ରଣ କରିବା ପାଇଁ ଏହାର ୮ଏମ୍‌ପି ଫ୍ରଂଟ୍ ଓ ୫୦ଏମ୍‌ପି ରିୟର କ୍ୟାମେରାରୁ ଏକାସଙ୍ଗେ ରେକର୍ଡିଂ କରିବାକୁ ଅନୁମତି ଦେଇଥାଏ । ଏଥିରେ ସ୍ନାପ୍‌ଡ୍ରାଗନ ୬୮୦ ଏସ୍‌ଓସି, ୮ଜିବି ରାମ୍‌, ୧୨୮ଜିବି ଷ୍ଟୋରେଜ୍ ଓ ମାଇକ୍ରୋଏସ୍‌ଡି କାର୍ଡ ମାଧ୍ୟମରେ ୧ ଟିବିର ଅତିରିକ୍ତ ଷ୍ଟୋରେଜ୍ ପାଇଁ ସମର୍ଥନ ରହିଛି ।

ଏହି ସ୍ମାର୍ଟଫୋନ୍ ଆ୍ରଏଡ୍ ୧୩ ଉପରେ ଆଧାରିତ କଲର୍‌ଓଏସ୍ ୧୩.୧ ଉପରେ ପରିଚାଳିତ । ଓପୋ ଏ୭୮ ୬୭ୱାଟ୍ ସୁପରଭିଓଓସି ଫ୍ଲାଶ୍ ଚାର୍ଜିଂ ଟେକ୍ନୋଲୋଜି ଓ ଏକ ବିଶାଳ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ସହ ସୁସଜ୍ଜିତ ରହିଛି । ଏହି ସମ୍ମିଶ୍ରଣ ସହିତ ଏହି ଡିଭାଇସ୍ କେବଳ ୩୦ ମିନିଟ୍‌ରେ ୭୩% ପର୍ଯ୍ୟନ୍ତ ଏବଂ ୪୫ ମିନିଟ୍‌ରେ ସର୍ମ୍ପୂ ଚାର୍ଜ ହୋଇଥାଏ । ଏହି ସ୍ମାର୍ଟଫୋନ୍‌ରେ ୨.୫ଡି ରାଇଟ୍‌-ଆଙ୍ଗେଲ୍‌ଡ ମିଡିଲ୍ ଫ୍ରେମ୍ ସହିତ ଏକ ଅଲ୍‌ଟ୍ରା-ସ୍ଲିମ୍ ରେଟ୍ରୋ ଡିଜାଇନ ଓ ସ୍ମୁଥ୍ ଏଜ୍ ରହିଛି । ଏହାର ୮ଜିବି ରାମ୍ + ୧୨୮ ଜିବି ରମ୍ ମଡେଲ୍‌ର ମୂଲ୍ୟ ୧୭୪୯୯ ଟଙ୍କା ରହିଛି ଏବଂ ଏହା ଅଗଷ୍ଟ ୧ ତାରିଖ ୨୦୨୩ରୁ ମେନ୍‌ଲାଇନ୍ ରିଟେଲ୍ ଆଉଟ୍‌ଲେଟ୍‌, ଓପୋ ଇ-ଷ୍ଟୋର୍ ଓ ଫ୍ଲିପ୍‌କାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହୋଇଯାଇଛି ।


ଓପୋ ଏ୭୮ର ଆମୋଲେଡ୍ ସ୍କ୍ରିନ୍ ଗଭୀର କଳା, ଉନ୍ନତ କଂଟ୍ରାଷ୍ଟ ଓ ବାସ୍ତବରେ ଜୀବନ୍ତ ଦେଖାଯାଉଥିବା ରଙ୍ଗଗୁଡିକୁ ପ୍ରଦର୍ଶିତ କରିବାକୁ ସମର୍ଥ ଅଟେ । କ୍ରିସ୍ପ ୬.୪ ଇଂଚ୍ ଏଫ୍‌ଏଚ୍‌ଡି+ ଡିସ୍‌ପ୍ଲେରେ ହାଇଏ ହ୍ୟାସେଟ୍ ଭଳି ସୁଗମ ସ୍କ୍ରୋଲିଂ ପାଇଁ ୯୦ ଏଚ୍‌ଜେଡ୍ ରିଫ୍ରେଶ୍ ରେଟ୍‌, ୧୮୦ ଏଚ୍‌ଜେଡ୍ ପର୍ଯ୍ୟନ୍ତ ଟଚ୍ ସାମ୍ପ୍‌ଲିଂ ରେଟ୍ ଓ ବ୍ୟାକ୍‌ଲାଇଟିଂ ଫିଚର ରହିଛି । ଏହାବ୍ୟତୀତ ଏ୭୮ର ଏଲ୍‌୧ ୱାଇଡଭାଇନ୍ ସାର୍ଟିଫିକେଶନର ରହିଛି । ଗ୍ରାହକମାନେ ଓପୋ ଏ୭୮ର ପ୍ରଥମ ସେଲ୍ ଉପରେ ଅନେକ ଅଫର୍ ପାଇପାରିବେ ।

ଗ୍ରାହକମାନେ ମେନ୍‌ଲାଇନ୍ ରିଟେଲ୍ ଆଉଟ୍‌ଲେଟ୍‌ଗୁଡିକରୁ ୧୦% (୧୫୦୦ ଟଙ୍କା) ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଏବଂ ଏସ୍‌ବିଆଇ କାର୍ଡ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ୱାନ୍ କାର୍ଡ ଭଳି ଅଗ୍ରଣୀ ବ୍ୟାଙ୍କରୁ ୩ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ଗ୍ରାହକମାନେ ଅଗ୍ରଣୀ ଫାଇନାନ୍ସିଅରଙ୍କଠାରୁ ଆକର୍ଷଣୀୟ ଇଏମ୍‌ଆଇ ସ୍କିମ୍ ଉପଭୋଗ କରିପାରିବେ । ଗ୍ରାହକମାନେ ଫ୍ଲିପ୍‌କାର୍ଟରେ ଅଗ୍ରଣୀ ବ୍ୟାଙ୍କ କାର୍ଡହୋଲ୍ଡରଙ୍କଠାରୁ ୧୫୦୦ ଟଙ୍କାର ତତ୍କାଳ ରିହାତି ଏବଂ ୩ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ଓପୋ ଗ୍ରାହକମାନେ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ଷ୍ଟୋର୍‌ଗୁଡିକରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ- + ଲୟାଲ୍ଟି ବୋନସ୍ ଉପଭୋଗ କରିପାରିବେ ।


Spread the love

Leave A Reply

Your email address will not be published.