କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

Spread the love

ଭୁବନେଶ୍ୱର, ୨୬/୦୧୭/୨୦୨୪ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ କୃଷିର ମୁଖ୍ୟ ଭୂମିକା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତିା
ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଡ. ପାଢ଼ୀ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦର୍ଶୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯେଉଁମାନେ ସ୍ୱାଧୀନ ଭାରତବର୍ଷକୁ ଏକ ପ୍ରଜାତନ୍ତ୍ରର ରୂପ ଦେଇଛନ୍ତିା ଡ. ପାଢ଼ୀ ସାର୍ବଜନୀନ ଭ୍ରାତୃତ୍ୱ, ଅହିଂସା ଏବଂ ଶାନ୍ତିର ଆଲୋକବର୍ତ୍ତିକା ଭାବରେ ଭାରତବର୍ଷର ଅଦ୍ୱିତୀୟ ସ୍ଥିତି ଉପରେ ଆଲୋଚନା କରି ସମସ୍ତଙ୍କୁ ସମ୍ବିଧାନର ଆଦର୍ଶ ଓ ଚେତନାକୁ ସମ୍ମାନ ଓ ଅନୁପାଳନ କରିବାକୁ କହିଥିଲୋ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିରନ୍ତର କୃଷି ସହିତ କୃଷକମାନଙ୍କ ଆୟବୃଦ୍ଧି ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାର ଲକ୍ଷ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଆହ୍ୱାନ ସହିତ ଯୋଡ଼ି ହୋଇ ରହିଛିା ଏହା ରାଜ୍ୟର କୃଷି ପ୍ରେକ୍ଷାପଟରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବ ଏବଂ ସ୍ଥିତିସ୍ଥାପକ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରେରିତ କରିବ ବୋଲି ଡ. ପାଢ଼ୀ କହିଥିଲୋ
ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲୋ


Spread the love

Leave A Reply

Your email address will not be published.