ଆମେରିକାର ୩ ଏୟାରପୋର୍ଟ ବନ୍ଦ

Spread the love

ଆମେରିକାର ରାଜଧାନୀ ଅଞ୍ଚଳରେ ଅଜଣା ଓ ଉତ୍କଟ ଗନ୍ଧ ପାଇଁ ୩ଟି ମୁଖ୍ୟ ବିମାନବନ୍ଦରକୁ ଅସ୍ଥାୟୀଭାବେ ବନ୍ଦ କରାଯାଇଛି। ଏହା ସମ୍ବନ୍ଧରେ ପରିବହନ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ସୂଚନା ଜାରି କରାଯାଇଛି।ବନ୍ଦ ହୋଇଥିବା ବିମାନବନ୍ଦରମାନଙ୍କ ମଧ୍ୟରେ ରହିଛି ରୋନାଲ୍ଡ ରିଗାନ ୱାଶିଂଟନ ନ୍ୟାସନାଲ୍‌ ଏୟାରପୋର୍ଟ (DCA),ୱାଶିଂଟନ ଡୁଲେସ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (IAD),ରିଚମଣ୍ଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (RIC)।ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ଉଡାଣ ସେବାକୁ ବନ୍ଦ ରଖାଯାଇଛି। ଘଟଣାସ୍ଥଳରେ ରାସାୟନିକ ସୁରକ୍ଷା ବିଶେଷଜ୍ଞମାନେ ତଦନ୍ତ ଜାରି ରଖିଛନ୍ତି।ଏହାର ପ୍ରଭାବରେ ଅନେକ ଉଡାଣ ବାତିଲ୍‌ ଓ ବିଳମ୍ବ ହୋଇଥିବା ସହ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ପରିସ୍ଥିତି ସାଧାରଣ ହେଲେ ପୁନର୍ବାର ବିମାନ ସେବା ଚାଲୁ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।


Spread the love

Leave A Reply

Your email address will not be published.