ରାଜ୍ୟସଭା ନିର୍ବାଚନରେ ଆଜି ପ୍ରାର୍ଥି ପତ୍ର ପ୍ରତ୍ୟାହାର ର ଶେଷ ଦିନ

Spread the love

ଭୁବନେଶ୍ଵର,୦୯/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରାଥୀପତ୍ର ପ୍ରତ୍ୟାହାର ପାଇଁ ଆଜି ଶେଷ ଦିନ ଥିବାରୁ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାଥୀପତ୍ରଗୁଡିକର ଯାଞ୍ଚ ୬ ତାରିଖରେ ସମ୍ପନ୍ନ ହୋଇଥିଲା। ଯାଞ୍ଚ ପରେ ମୋଟ ୫ ଜଣ ପ୍ରାଥୀଙ୍କ ପ୍ରାଥୀପତ୍ର କାଏମ ରହିଛି।
ଆଜି ପ୍ରାଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ଥିବାରୁ କେହି ପ୍ରାଥୀ ପ୍ରତ୍ୟାହାର କରିବେ କି ନାହିଁ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି। ଯଦି ୫ ଜଣ ପ୍ରାଥୀଙ୍କ ମଧ୍ୟରୁ କେହି ଜଣେ ପ୍ରତ୍ୟାହାର କରନ୍ତି, ତେବେ ନିର୍ବାଚନର ସମୀକରଣ ପରିବର୍ତ୍ତନ ହୋଇପାରେ। ସେପରି ସ୍ଥିତିରେ ଭୋଟିଂର ଆବଶ୍ୟକତା ପଡ଼ିବ ନାହିଁ ଏବଂ ପ୍ରାଥୀମାନେ ନିର୍ବିରୋଧରେ ନିର୍ବାଚିତ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ, ଯଦି କୌଣସି ପ୍ରାଥୀ ପ୍ରତ୍ୟାହାର ନ କରନ୍ତି, ତେବେ ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୬ ତାରିଖରେ ଭୋଟିଂ ହେବ। ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ରାଜନୈତିକ ଗଣିତ ଏବଂ କୌଶଳ ଜୋରଦାର ହୋଇଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମସ୍ତଙ୍କ ନଜର ଆଜିର ପ୍ରାଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଉପରେ ରହିଛି।


Spread the love

Leave A Reply

Your email address will not be published.