ନବରାତ୍ରିରେ ଝୁମିବ ଟ୍ୱିନ ସିଟି – ସଙ୍ଗୀତ, ନୃତ୍ୟରେ ପୁରିଉଠିବ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫’

Spread the love

ଭୁବନେଶ୍ୱର: ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ – ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ରହିଛି । ଟ୍ୱିନସିଟିର ସବୁଠାରୁ ବଡ ନବରାତ୍ରି ଭାବେ ପାଳିତ ହେବାକୁ ଥିବା ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ ଇଭେଂଟ ୩ ରାତିର ଅତୁଳନୀୟ ଉତ୍ସାହ, ଆକର୍ଷଣୀୟ ନୃତ୍ୟ,ଲାଇଭ ମ୍ୟୁଜିକ ଓ ଅସିମୀତ ପାର୍ବଣ ଆନନ୍ଦର ପ୍ରତିଶ୍ରୁତି ଦେଉଛି । ଏହି ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫ର ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଡୋଲ ଭଳି ଷ୍ଟାର ପ୍ରଦର୍ଶନ ସାମିଲ ରହିଛି ।

ଏହି ଉତ୍ସବ ସମ୍ପର୍କରେ ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସର ପ୍ରତିଷ୍ଠାତା ଚନ୍ଦନ ନାୟକ କହିଛନ୍ତି, “ ଦାଣ୍ଡିଆ କାର୍ଣ୍ଣିଭାଲ ସବୁବେଳେ ନୃତ୍ୟ, ଭକ୍ତି ଓ ଆନନ୍ଦ ସହିତ ନବରାତ୍ରିର ଉତ୍ସାହକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଏକତ୍ରିତ କରିଆସିଛି । ଚଳିତ ବର୍ଷ ଆମେ ଏହାକୁ ସମସ୍ତଙ୍କ ପାଇଁ ଆହୁରି ବୃହତ ଓ ସ୍ମରଣୀୟ କରିଛୁ ।”

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ, ଲିପସା ମିଶ୍ର ଏବଂ ପ୍ରିୟଙ୍କା ପାଣିଗ୍ରାହୀ, କ୍ରିଷ୍ଟାଲ କ୍ରାଉନର ଜେନେରାଲ ମ୍ୟାନେଜର, ରମେଶ ସିଂ କନ୍ଦାରୀ, କ୍ରିଷ୍ଟାଲ କ୍ରାଉନର ଡ଼ାଇରେକ୍ଟର, ନିକଲାସ ମହାନ୍ତି ଏବଂ ଜୁନିୟର ସେଫ୍‌, ଜୀବନ କୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବର ପ୍ରଥମ ଦିନରେ ଅର୍ଥାତ୍ ୨୯ ତାରିଖରେ ଓଡ଼ିଶାର ପ୍ରଥମ ଡ଼ିଜେ ବ୍ୟାଣ୍ଡ, ବଲି ବଏଜ୍‌, ପ୍ଲେବ୍ୟାକ୍ ସିଙ୍ଗର, ନବ୍ୟା ଜଇତି, ସେଲିବ୍ରେଟି ଆଙ୍କର ଶୁଭମ୍ ପ୍ରମୁଖ କାର୍ଯ୍ୟକ୍ରମ ପରିବେଶଣ କରିବାକୁ ଥିବାବେଳେ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବଲିଉଡ଼ ପ୍ଲେବ୍ୟାକ ସିଙ୍ଗର, ମେହେରୋଲିୟା, ଇଣ୍ଡିଆନ ଆଇଡ଼ଲ ସେନସେସନ୍‌, ତୋରଶା ସରକାର, ଆଙ୍କର ପୁନ୍ୟା, ଡ଼ିଜେ ଏସକେବି (ରିମିକ୍ସ ମାଷ୍ଟର) ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଶେଷ ଦିବସରେ ଅର୍ଥାତ୍ ୧ ଅକ୍ଟୋବରରେ ପିନାକୀ ଝା, (ଶ୍ରେଷ୍ଠ ୨୫ ଏମସିି ଅଫ ଏସିଆ), ମୁମ୍ବାଇ ଡ଼ିଜେ ବ୍ୟାଣ୍ଡ, ଶୁଭାରମ୍ଭ, ବଲିଉଡ଼୍ ଡ଼ିଜେ, ଡ଼ିଜେ ରାଜ୍ ପ୍ରମୁଖ କାର୍ଯ୍ୟକ୍ରମ ପରିବେଶଣ କରିବେ ।

ନୃତ୍ୟ ଓ ଉତ୍ସବରେ ପେସାଦାର କଳାକାରଙ୍କ ସହିତ ଉତ୍ସାହପୂର୍ଣ୍ଣ ଗର୍‌ବା ଓ ଦାଣ୍ଡିଆ ନୃତ୍ୟ, ଓପନ-ଫ୍ଲୋର ପାର୍ଟିସିପେଶନ ସାମିଲ ଥିବା ବେଳେ ଏହି ଇଭେଂଟରେ ଅସିମୀତ ଖାଦ୍ୟ ଓ ବୁଫେ, ଗିଫ୍ଟ ହାମ୍ପର, ଫେଷ୍ଟିଭ କ୍ଲିକ ଓ ସ୍ମରଣୀୟ ଅନୁଭୂତି ଅନ୍ତର୍ଭୁକ୍ତ ରହିଛି । ଏକ୍ସକ୍ଲୁସିଭ ଭିଆଇପି ଲାଉଞ୍ଜରେ ଏନର୍ଜି ଡ୍ରିଙ୍କ, ବଟ୍‌ଲର ସର୍ଭିସ, ହୁକା, ଭିଆଇପି ସୋଫା ସିଟିଙ୍ଗ ଓ ପ୍ରିମିୟମ ହସ୍ପିଟାଲିଟି ଉପଲବ୍ଧ ରହିଛି । ଏହି ଇଭେଂଟ ପାଇଁ ଟିକେଟ ମୂଲ୍ୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୨୦୦ ଟଙ୍କା ଏବଂ ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ୮୦୦ ଟଙ୍କା ରହିଛି । ୫ ଜଣଙ୍କ ପାଇଁ ଏକ ଭିଆଇପି ଅନୁଭୂତି କେବଳ ୧୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି । ଏହାର ଟିକେଟଗୁଡିକୁ ଅନ୍‌ଲାଇନରେ ବୁକ୍‌ମାଇଁଶୋ’ ମାଧ୍ୟମରେ ଏବଂ ଅଫ୍‌ଲାଇନରେ ପଟିଆସ୍ଥିତ ଜଷ୍ଟ୍ ଡେଲିସିୟସ ବାଏ କ୍ରିଷ୍ଟାଲ କ୍ରାଉନ ଏବଂ ଅଶୋକ ନଗରସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟରେ ବୁକ୍ କରାଯାଇପାରିବ ।

 


Spread the love

Leave A Reply

Your email address will not be published.