ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍ଶୋ ଆୟୋଜିତ
ଓଡିଶାରେ ଏହି ବିଶାଳ ରୋଡ୍ଶୋର ନେତୃତ୍ୱ ନେଇଛନ୍ତି ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ ରାଜଭାର ଓଡିଶାରେ ଏକ ବିଶାଳ ରୋଡ୍ଶୋର ନେତୃତ୍ୱ ନେଇଥିଲେ । ସେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶାର ଲୋକମାନଙ୍କୁ ପ୍ରୟାଗରାଜ-ମହାକୁମ୍ଭ ୨୦୨୫ରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥିଲେ । ସରକାର ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେଉଁଥିରେ ଆନ୍ତର୍ଜାତୀୟ ଅଂଶଗ୍ରହଣ ଓ ଅତ୍ୟାଧୁନିକ ବ୍ୟବସ୍ଥା ସାମିଲ ରହିଛି । ରୋଡ୍ଶୋ’ ପରେ ସାମ୍ବାଦିକ ସମ୍ମିଳନୀ ସମୟରେ ମିଡିଆ ସହ ଆଲୋଚନା କରି ସେ କହିଛନ୍ତି, ଚଳିତ ବର୍ଷର ମହାକୁମ୍ଭ ଉଭୟ ମହାନତା ଓ ଦିବ୍ୟ ମହତ୍ୱ ଦୃଷ୍ଟିରୁ ପୂର୍ବର କୁମ୍ଭମେଳାକୁ ଅତିକ୍ରମ କରିବ । ପ୍ରୟାଗରାଜ-ମହାକୁମ୍ଭ ୨୦୨୫, ୪୫୦ ମିଲିୟନରୁ ଅଧିକ ତୀର୍ଥଯାତ୍ରୀ, ସାଧୁ ସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ବୋଲି ଆଶା କରାଯାଉଛି । ଉତରପ୍ରଦେଶ ସରକାର ଅନେକ ଯତ୍ନଶୀଳ ଓ ସମୟାନୁବର୍ତୀ ବ୍ୟବସ୍ଥା କରିଛି ।
ମିଡିଆକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ରାଜଭାର କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଅଧିନରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ପବିତ୍ର ମିଳନସ୍ଥଳୀରେ ମହାକୁମ୍ଭ ଆସନ୍ତା ଜାନୁଆରୀ ୧୩ରୁ ଫେବୃଆରୀ ୧୬ ତାରିଖ ୨୦୨୫ ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ଆୟୋଜିତ ହେବ । ୟୁନେସ୍କୋ ଦ୍ୱାରା ମାନବିକତାର ଏକ ମହାନ ସାଂସ୍କୃତିକ ଐତିହ୍ୟ ଭାବେ ସ୍ୱୀକୃତିପ୍ରାପ୍ତ ମହାକୁମ୍ଭ ପୁଣିଥରେ ୧୨ ବର୍ଷର ଅନ୍ତର ପରେ ପ୍ରୟାଗର ପବିତ୍ର ଭୂମିରେ ଆୟୋଜିତ ହେବାକୁ ଯାଉଛି । ଶ୍ରୀଯୁକ୍ତ ରାଜଭାର ଆହୁରି ମଧ୍ୟ କହିଛନ୍ତି ଯେ “ ଏହା ଏକ ସ୍ୱଚ୍ଛ, ସୁସ୍ଥ, ସୁରକ୍ଷିତ ଓ ଡିଜିଟାଲ ମହାକୁମ୍ଭ ହେବ । ଏହାକୁ ଏକ ସିଙ୍ଗଲ-ୟୁଜ ପ୍ଲାଷ୍ଟିକ-ଫ୍ରି ମହାକୁମ୍ଭ ଘୋଷଣା କରି ଏହି ସମାରୋହକୁ ପରିବେଶ ଅନୁକୂଳ କରିବା ପାଇଁ ସଙ୍କଳ୍ପ ନିଆଯାଇଛି । ଏହି ଅଭିଯାନର ଅଂଶ ଭାବେ ଦୋନା-ପତାଲ ଭେଣ୍ଡରମାନଙ୍କର ବିଭିନ୍ନ ଦୋକାନଗୁଡିକୁ ମେଳା ଅଂଚଳ ଆବଂଟନ କରାଯିବ ଏବଂ ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରିବା ପାଇଁ ୪୦୦ ସ୍କୁଲର ପ୍ରିନ୍ସିପାଲଙ୍କ ସହ ବୈଠକ କରାଯାଇଛି, ଏକ ସ୍ୱଚ୍ଛ ମହାକୁମ୍ଭ ଅଭିଯାନ ସମ୍ପର୍କରେ ପ୍ରୟାଗରାଜର ୪ ଲକ୍ଷ ଛାତ୍ରଛାତ୍ରୀ ଓ ଏହାର ୫ ଗୁଣ ଜନତାଙ୍କୁ ଅବଗତ କରାଯାଇଛି । ‘ହର୍ ଘର ଦସ୍ତକ’ କ୍ୟାମ୍ପେନ ଅଧିନରେ ଏକ ସିଙ୍ଗଲ-ୟୁଜ ପ୍ଲାଷ୍ଟିକ-ଫ୍ରି ପରିବେଶର ବାର୍ତାକୁ ପ୍ରତ୍ୟେକ ଘରଗୁଡିକରେ ପହଂଚାଯାଉଛି । ପ୍ରୟାଗରାଜରେ ହାରାହାରି ୩ ଲକ୍ଷ ଗଛ ଲଗାଯାଇଥିବା ବେଳେ ଉତରପ୍ରଦେଶ ସରକାର ମେଳା ଶେଷ ହେବା ପରେ ମଧ୍ୟ ସେଗୁଡିକର ଯତ୍ନ ନେବା ଓ ରକ୍ଷଣାବେକ୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିରେ ମହାକୁମ୍ଭରେ କଳ୍ପୱାସ ପାଳନ କରୁଥିବା ତୀର୍ଥଯାତ୍ରୀ, ସାଧୁ, ସନ୍ଥ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ବହୁସଂଖ୍ୟକ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ପ୍ୟାରେଡ ଗ୍ରାଉଣ୍ଡରେ ୧୦୦ଟି ବେଡ୍ ବିଶିଷ୍ଟ ହସ୍ପିଟାଲ ସ୍ଥାପନ କରାଯାଇଛି ।୨୦ଟି ଲେଖାଏଁ ବେଡ୍ ସହିତ ଆଉ ଦୁଇଟି ହସ୍ପିଟାଲ ଓ ୮ଟି ବେଡ୍ ସହିତ ଛୋଟ ଛୋଟ ହସ୍ପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ମେଳା ଅଂଚଳ ଓ ଆରେଲରେ ଆର୍ମି ହସ୍ପିଟାଲ ଦ୍ୱାରା ଦୁଇଟି ୧୦ଟି ବେଡ୍ ବିଶିଷ୍ଟ ଆଇସିୟୁ ସ୍ଥାପନ କରାଯାଇଛି । ଏହି ହସ୍ପିଟାଲଗୁଡିକରେ ଡାକ୍ତରମାନେ ୨୪ ଘଂଟା ଡ୍ୟୁଟିରେ ରହିବେ । ମୋଟ ୨୯୧ ଜଣ ଏମ୍ବିବିଏସ୍ ଡାକ୍ତର ଓ ସ୍ପେଶିଆଲିଷ୍ଟ, ୯୦ ଜଣ ଆୟୁର୍ବେଦିକ ଓ ୟୁନାନି ସ୍ପେଶାଲିଷ୍ଟ ଓ ୧୮୨ ଜଣ ନର୍ସିଂ ଷ୍ଟାଫ୍ ଉପସ୍ଥିତ ରହିବେ । ଏହି ହସ୍ପିଟାଲଗୁଡିକରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯାଇଛି । ଡେଲିଭରି ରୁମ୍, ଏମର୍ଜେନ୍ସି ୱାର୍ଡ ଓ ଡାକ୍ତରଙ୍କ ରୁମ୍ ଉପଲବ୍ଧ ରହିବ ।
ଉତରପ୍ରଦେଶର ଖାଦ୍ୟ ଓ ସାର୍ବଜନିନ ବିତରଣ ମନ୍ତ୍ରୀ ସତିଶ ଚନ୍ଦ୍ର ଶର୍ମା କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଅଧିନରେ ଉତରପ୍ରଦେଶର ଡବଲ ଇଞ୍ଜିନ ସରକାର ବିଶ୍ୱ ମଂଚରେ ଏହି ବିରଳ ଓ ଅତ୍ୟଧିକ ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମର ସାଂସ୍କୃତିକ, ଆଧ୍ୟାତ୍ମିକ, ପାରମ୍ପାରିକ ଓ ପୌରାଣିକ ମହତ୍ୱକୁ ପ୍ରଦର୍ଶିତ କରୁଛନ୍ତି । ରାଜ୍ୟ ସରକାର ସନାତନ ଭାରତୀୟଙ୍କ ବିଶାଳ ମହୋତ୍ସବ ମହାକୁମ୍ଭ-୨୦୨୫ ପାଇଁ ଭାରତର ସମସ୍ତ ରାଜ୍ୟ ଓ ସମଗ୍ର ବିଶ୍ୱକୁ ଆମନ୍ତ୍ରିତ କରିଛନ୍ତି । ଏହି କାରଣରୁ ଆମେ ଏହି ପବିତ୍ର ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରିବା ପାଇଁ ଏଠାକୁ ଆସିଛୁ ।
ମିଡିଆକୁ ସମ୍ବୋଧିତ କରି ରାଜ୍ୟର ଶ୍ରମ ଓ ରୋଜଗାର ମନ୍ତ୍ରୀ କହିଛନ୍ତି, ଉତରପ୍ରଦେଶ ସରକାର ଏକ ଦିବ୍ୟ, ବିଶାଳ ଓ ଡିଜିଟାଲ ମହାକୁମ୍ଭର ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି । ପ୍ରସ୍ତୁତିଗୁଡିକରେ ଏକ ଡେଡିକେଟେଡ ୱେସାଇଟ ଓ ଆପ୍ର ଶୁଭାରମ୍ଭ, ୧୧ଟି ଭାଷାରେ ଏକ ଏଆଇ-ପରିଚାଳିତ ଚାଟ୍ବଟ, ଲୋକ ଓ ଯାନଗୁଡିକ ପାଇଁ କ୍ୟୁାର-ଆଧାରିତ ପାସ୍, ଏକ ବହୁଭାଷୀୟ ଡିଜିଟାଲ ଲଷ୍ଟ-ଆଣ୍ଡ ଫାଉଣ୍ଡ ସେଂଟର, ସ୍ୱଚ୍ଛତା ଓ ଟେଂଟଗୁଡିକର ତଦାରଖ ପାଇଁ ଆଇସିଟି, ଜମି ଓ ସୁବିଧା ଆବଂଟନ ପାଇଁ ସଫ୍ଟୱେୟାର, ବହୁଭାଷୀୟ ଡିଜିଟାଲ ସିଗ୍ନେଜ (ଭିଏମ୍ଡି), ଏକ ଅଟୋମେଟେଡ ରାଶନ ସପ୍ଲାଇ ସିଷ୍ଟମ, ଡ୍ରୋନ-ଆଧାରିତ ସର୍ଭିଲାନ୍ସ ଓ ଡିଜାଷ୍ଟର ମ୍ୟାନେଜମେଂଟ, ୫୩୦ଟି ପ୍ରକଳ୍ପକୁ ତଦାରଖ କରିବା ପାଇଁ ଲାଇଭ ସଫ୍ଟୱେୟାର, ଏକ ଇନ୍ଭେଂଟୋରୀ ଟ୍ରାକିଙ୍ଗ୍ ସିଷ୍ଟମ ଓ ଗୁଗଲ ମ୍ୟାପ୍ରେ ସମସ୍ତ ସ୍ଥାନଗୁଡିକର ଏକତ୍ରୀକରଣ ଆଦି ସାମିଲ ରହିଛି ।
ପର୍ଯ୍ୟଟକଙ୍କ ପାଇଁ ୧୦୧ଟି ସ୍ମାର୍ଟ ପାର୍କିଂ ଫ୍ୟାସିଲିଟି ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରତିଦିନ ୫ ଲକ୍ଷ ପର୍ଯ୍ୟନ୍ତ ଯାନ ରଖାଯାଇପାରିବ । ତୀର୍ଥଯାତ୍ରୀମାନଙ୍କ ସ୍ନାନକୁ ସୁଗମ କରିବା ପାଇଁ ମହାକୁମ୍ଭ ସହରରେ ବିଦ୍ୟମାନ ୩୫ଟି ସ୍ଥାୟୀ ଘାଟ ସମେତ ୯ଟି ନୂତନ ଘାଟ ସ୍ଥାପନ କରାଯାଇଛି । ମୁମ୍ବାଇର ମାରାଇନ୍ ଡ୍ରାଇଭଭଳି ଏକ ନଦୀମୁହାଣକୁ ପ୍ରସ୍ତୁତ କରାଯାଇଛି ଯାହାକୁ ଗଙ୍ଗା ନଦୀ କୂଳରେ ୧୫.୨୫ କିଲୋମିଟର ଅଂଚଳରେ ବିକଶିତ କରାଯାଇଛି, ଏହା ସଙ୍ଗମରୁ ନାଗବାସୁକି ମନ୍ଦିର, ସୁରଦାସରୁ ଛଟନାଗ ଓ କୁର୍ଜନ ପୋଲରୁ ମହାବୀର ପୁରୀ ପର୍ଯ୍ୟନ୍ତ ବିସ୍ତାର ହୋଇରହିଛି । ଏହାଛଡା ଇଂଟିଗ୍ରେଟେଡ କଂଟ୍ରୋଲ କମାଣ୍ଡ ସେଂଟରକୁ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଅପ୍ଗ୍ରେଡ କରାଯାଇଛି । ୫୨ ସିଟର ସେଟଅପ୍ ସହିତ ସୁସଜ୍ଜିତ ୪ଟି ଭ୍ୟୁୟିଙ୍ଗ ସେଂଟରକୁ ରିଅଲ ଟାଇମ୍ ସିସିଟିଭି ମନିଟରିଂ ପାଇଁ ସ୍ଥାପନ କରାଯାଇଛି । ହାରାହାରି ୫୦ ମିଲିୟନ ଭକ୍ତ ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଯୋଗ ଦେବେ ବୋଲି ଆଶା କରାଯାଉଛି, ଯାହା ଏକ ବଡ ସଫଳତାକୁ ଚିହ୍ନିତ କରୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଣିବା ପାଇଁ ୩ଟି ଟେକ୍ନିକାଲ ପଦ୍ଧତିକୁ ବ୍ୟବହାର କରାଯିବ । ପ୍ରଥମ ପଦ୍ଧତି ହେଉଛି ଆଟ୍ରିବ୍ୟୁଟେଡ-ବେସ୍ଡ ସର୍ଚ୍ଚ, ୨ୟ ପଦ୍ଧତିରେ ଆର୍ଏଫ୍ଆଇଡି ରିଷ୍ଟବ୍ୟାଣ୍ଡ ସାମିଲ ରହିଛି ଏବଂ ୩ୟ ପଦ୍ଧତି ହେଉଛି ମୋବାଇଲ ଆପ୍ ଟ୍ରାକିଙ୍ଗ୍ ।