ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ

Spread the love

ଗଜପତି,୦୮/୦୨:ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଦୁର୍ଘଟଣା ଘଟିଛି । ଗାଡିଟି ଗଞ୍ଜାମ ଜିଲ୍ଲା ସୋରଡା ମଧୁରବନ୍ଧ ଗାଁରୁ ଖାରିଖୁମ୍ମା ଗାଁକୁ ଯାଉଥିଲା ।  ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗାଡିରେ ୨୫ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି ।


Spread the love

Leave A Reply

Your email address will not be published.