କେନ୍ଦ୍ରାପଡା,୦୭/୦୩:କେନ୍ଦ୍ରାପଡ଼ା ଇରିଗେସନ ଡିଭିଜନ ଅଧିନସ୍ଥ ଡେରାବିଷ ଇରିଗେସନ ସବ ଡିଭିଜନ ର ଆସିଷ୍ଟାଣ୍ଟ ଏଜକୁଟିଭ ଇଞ୍ଜିନିୟର ଙ୍କ ଘରେ ଭିଜିଲାନ୍ସ ରେଡ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରମୋଦ ରାୟ ଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଭଦ୍ରକ ଏବଂ ଭୁବନେଶ୍ୱର ର ଏକକାଳୀନ 7ଟି ସ୍ଥାନରେ ରେଡ ଚାଲିଛି।ରେଡ ରେ ସାମିଲ ଅଛନ୍ତି 2ଜଣ ଅତିରିକ୍ତ ଏସ୍ପି, 9ଜଣ DSP, 9ଜଣ ଇନ୍ସୀପେକ୍ଟର ଏବଂ 4ଜଣ ASI।ଭୁବନେଶ୍ୱର ବାଲିଅନ୍ତା ଯୋହଳ ରେ ଥିବା 4ମହଲା ଘର, କଟକ ଚୌଦ୍ୱାର ରେ ଥିବା ଦୁଇ ମହଲା ଘର, କଟକ ବାଙ୍କୀ ରେ ଥିବା ପୈତୃକ ଘର, ଭଦ୍ରକ ରେ ସମ୍ପର୍କୀୟ ଙ୍କ ଘର, କେନ୍ଦ୍ରାପଡା ରେ ଅଫିସ ଚାମ୍ବର, ଢେଙ୍କାନାଳ ରେ ସମ୍ପର୍କୀୟ ଙ୍କ ଘର ସମେତ ଭୁବନେଶ୍ୱର ପଟିଆ ରେ ସମ୍ପର୍କୀୟ ଙ୍କ ଘରେ ରେଡ କରୁଛି ଭିଜିଲାନ୍ସ।