ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ -ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

Spread the love

ଭୁବନେଶ୍ୱର  : ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍‌ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି ଦୁଇଦିନିଆ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା  ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଜଳବାୟୁ ପରିବର୍ତନର ପ୍ରଭାବକୁ ମୁକାବିଲା କରିବା ପାଇଁ ସ୍ୱଚ୍ଛ ଶକ୍ତିକୁ ସ୍ଥାନାନ୍ତରଣ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସେ  ‘୫ଜେ’ ଲକ୍ଷ୍ୟ – ଜଳ, ଜଙ୍ଗଲ, ଜମି, ଜୀବଜନ୍ତୁ ଓ ଜନସାଧାରଣ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ହାଇଲାଇଟ କରିଥିଲେ, ଯାହା  ପରିବେଶ ସଂରକ୍ଷଣ ସହିତ ସ୍ଥାୟୀ ବିକାଶ ନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି । ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଓଡିଶା ସ୍ୱଚ୍ଛ ଶକ୍ତି ଗ୍ରହଣୀୟତାକୁ ବୃଦ୍ଧି କରିବା ପାଇଁ  ସବ୍‌ସିଡି, ଋଣ ଗ୍ୟାରେଂଟି ଓ ନୀତିଗତ ପ୍ରୋତ୍ସାହନ ମାଧ୍ୟମରେ ସକ୍ରିୟ ଭାବେ ଏମଏସଏମଇଗୁଡିକୁ ସହଯୋଗ କରୁଛି । “ଆମେ ପ୍ରତ୍ୟେକ ଘରକୁ ସୋଲାରାଇଜ୍‌ଡ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି, ଏଥିସହିତ ପ୍ରାୟ ୫୦୦୦ ଏମଏସଏମଇ ପୂର୍ବରୁ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଇକୋସିଷ୍ଟମ ସହ ଜଡିତ ଅଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଓ ୟୁନାଇଟେଡ ଷ୍ଟେଟ୍‌ସ ସମେତ ୨୦ରୁ ଅଧିକ ଦେଶଗୁଡିକର ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ କମ୍ପାନୀର ଅଂଶଗ୍ରହଣର ସାକ୍ଷୀ ହୋଇଥିଲା, ଯାହା ଓଡିଶାକୁ ସ୍ୱଚ୍ଛ ଶକ୍ତି ଉଦ୍ଭାବନ ଓ ନିବେଶ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିଛି ।  ଶିଳ୍ପର ଲିଡର, ନୀତି ନିର୍ମାତା, ଉଦ୍ଭାବକ ଓ ନିବେଶକମାନଙ୍କୁ ଏକତ୍ରିତ କରି ଏହି ଏକ୍ସପୋ ପୂର୍ବ ଭାରତରେ ପ୍ରଥମ ଧରଣର ବୃହତ ସ୍ତରର କ୍ଲିନଟେକ ପ୍ରଦର୍ଶନୀ ଭାବେ ଉଭା ହୋଇଛି ।

ଏହି ସମ୍ମିଳନୀ  ନେଟ୍‌ଜିରୋ ଏନର୍ଜି ଟ୍ରାଞ୍ଜିସନ ଆସୋସିଏଶନ (ଏନଇଟିଆରଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାସଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଆରମ୍ଭ ହୋଇଥିଲା, ଏହାପରେ ଲୁମିନସ୍ ପାୱାର ଟେକ୍ନୋଲୋଜିସର ଅପରେଶନ୍ସ  ଆଣ୍ଡ ଆର୍‌ଆଣ୍ଡଡି ବିଭାଗର ବରିଷ୍ଠ ଉପାଧ୍ୟକ୍ଷ  ଅମ୍ଳାନ କାନ୍ତି ଦାସ ତଥ୍ୟପୂର୍ଣ୍ଣ ଅଭିଭାଷଣ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥିଙ୍କ ମଧ୍ୟରେ  ଓଡିଶା ରିନେୱଲ ଏନର୍ଜି ଡିପାର୍ଟମେଂଟ ଏଜେନ୍ସିର ସିଇଓ ସାଇଦତ ବିପ୍ଳବ କେଶରୀ ପ୍ରଧାନ, ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡର ସିଇଓ ଅରବିନ୍ଦ ସିଂହ, ଗ୍ରିଡ୍‌କୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ ଡଃ ସତ୍ୟପ୍ରିୟ ରଥ ଓ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ଆଦି ସାମିଲ ଥିଲେ । ଏହି ଅବସରରେ ଓଡିଶା କ୍ଲିନଟେକ ଆସୋସିଏଶନ (ଓସିଟିଏ)ର ଅଧ୍ୟକ୍ଷ ଏବଂ ଗାୟତ୍ରୀ ସୋଲାରର ଏମ୍‌ଡି ପ୍ରଶାନ୍ତ ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ ।

ଗ୍ଲୋବାଲ କ୍ଲିନଟେକ ଏକ୍ସପୋ-ଓଡିଶାର ମୁଖ୍ୟ ପରାମର୍ଶଦାତା ଏବଂ ନେଟ୍‌ଜିରୋ ଏନର୍ଜି ଟ୍ରାଞ୍ଜିସନ ଆସୋସିଏଶନ (ଏନଇଟିଆରଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାସ କହିଛନ୍ତି, “ ଏହି କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା ସହିତ ପୂର୍ବ ଭାରତ ବିଶ୍ୱ ସ୍ୱଚ୍ଛ ଶକ୍ତି ମାନଚିତ୍ରରେ ଦୃଢତାର ସହ ପ୍ରବେଶ କରିଛି । ଏହି ମଂଚ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ନିବେଶ, ସହଭାଗିତା ଓ ଟେକ୍ନୋଲୋଜି ସ୍ଥାନାନ୍ତରଣକୁ ପ୍ରୋତ୍ସାହିତ କରୁଛି ।” ସାତ୍ୱିକ ଗ୍ରୀନ ଏନର୍ଜି, ନବିତାସ ସୋଲାର, ନୋଭାସିସ ଗ୍ରୀନଏନର୍ଜି, ଅଷ୍ଟ୍ରେଲିଆନ ପ୍ରିମିୟମ ସୋଲାର, ଗୌତମ ସୋଲାର, ପହଲ ସୋଲାର, ଇଷ୍ଟମ୍ୟାନ ଅଟୋ ଆଣ୍ଡ ପାୱାର, ଗାଲୋ ଏନର୍ଜି, ଜେଡି ସୋଲାର ଓ ଲାଟେସ୍ ଇଣ୍ଡଷ୍ଟ୍ରୀଜ ଭଳି ଅଗ୍ରଣୀ ସ୍ୱଚ୍ଛ ଶକ୍ତି କମ୍ପାନୀଗୁଡିକ ଏଠାରେ ସୋଲାର ଏନର୍ଜି, ବ୍ୟାଟେରୀ ଷ୍ଟୋରେଜ, ଗ୍ରୀନ ହାଇଡ୍ରୋଜେନ ଓ ଇଲେକ୍‌ଟ୍ରିକ ମୋବିଲିଟି ଆଦି କ୍ଷେତ୍ରରେ ପରିବ୍ୟାପ୍ତ  ଅତ୍ୟାଧୁନିକ ସମାଧନଗୁଡିକର ପ୍ରଦର୍ଶନ କରିଥିଲେ ।

ସେହିପରି ଲୁମିନସ୍ ପାୱାର ଟେକ୍ନୋଲୋଜିସ (ପି) ଲିମିଟେଡର ଅପରେଶନ୍ସ ଓ ଆର୍‌ଆଣ୍ଡଡି ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଅମ୍ଳାନ କାନ୍ତି ଦାସ କହିଛନ୍ତି, “ଓଡିଶା ଭାରତର ଖଣିଜ ପଦାର୍ଥ ପରିମାଣରେ ୪୦ରୁ ୫୯%ର ଯୋଗଦାନ ଦେଉଛି, ଯାହା ଏହାକୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଆନ୍ତର୍ଜାତୀୟ ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ଲୁମିନସ୍ ପାଇଁ ଏକ ରଣନୈତିକ କେନ୍ଦ୍ରରେ ପରିଣତ କରିଛି ।  ଓଡିଶାରେ ୩୦ ଏକରର ଜମି ଓ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀଗୁଡିକ ପ୍ରତି ପହଂଚ ସହିତ ଆମେ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ସମାଧାନ କ୍ଷେତ୍ରରେ ଉଦ୍ଭାବନକୁ ତ୍ୱରାନ୍ୱିତ କରୁଛୁ ।”

୧୦ ଜିଡବ୍ଲ୍ୟୁର ନବୀକରଣ ଲକ୍ଷ୍ୟ, ବ୍ୟାଟେରୀ ଷ୍ଟୋରେଜ, ଇଭି, ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରରେ ଅଗ୍ରଗତି ଏବଂ ଟାଇଡାଲ ଏନର୍ଜି, ଆଗ୍ରୋ ପିଭି, ଫ୍ଲୋଟିଙ୍ଗ ସୋଲାର ଓ ଗ୍ରିଡ ମଡର୍ଣ୍ଣାଇଜେଶନ ପାଇଁ ଆଡ୍‌ଭାନ୍ସଡ ବିଇଏସଏସ ଭଳି ନୂତନ ଟେକ୍ନୋଲୋଜିଗୁଡିକର ଗ୍ରହଣୀୟତା ସମେତ ଓଡିଶାର ମହତ୍ୱାକାଂକ୍ଷୀ ଶକ୍ତି ଲକ୍ଷ୍ୟ ଏହି ଏକ୍ସପୋରେ କେନ୍ଦ୍ରରେ ରହିଥିଲା । ଏହି କାର୍ଯ୍ୟକ୍ରମ କେବଳ ଓଡିଶାର ଅଭିବୃଦ୍ଧିକୁ ହାଇଲାଇଟ କରିନଥିଲା ବରଂ ଏହା  ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ପଡୋଶୀ ରାଜ୍ୟ ସମେତ ପୂର୍ବ ଭାରତୀୟ ବଜାରକୁ ସଂଯୋଜିତ କରିଥିଲା ।

ଏହି କାର୍ଯ୍ୟକ୍ରମ ଓଡିଶା ଓ ପଡୋଶୀ ରାଜ୍ୟଗୁଡିକରୁ ୧୦,୦୦୦ରୁ ଅଧିକ ବ୍ୟବସାୟ ପରିଦର୍ଶକଙ୍କୁ ଆକର୍ଷିତ କରିବା ସହ କନ୍‌ଫରେନ୍ସ, ସିଏକ୍ସଓ ରାଉଣ୍ଡଟେବୁଲ ଓ କ୍ଲିନଟେକ ଏକ୍ସିଲେନ୍ସ ଆୱାର୍ଡସରେ ଅଂଶଗ୍ରହଣ କରିବା ପାଇଁ ୧୦୦୦ରୁ ଅଧିକ ପ୍ରତିନିଧିଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛିା । ସ୍ୱତନ୍ତ୍ର ପାଭିଲିଅନଗୁଡିକରେ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ, ଇଭି ଓ ଚାର୍ଜିଙ୍ଗ ଭିତିଭୂମି, ସୋଲାର, ଗ୍ରୀନ ହାଇଡ୍ରୋଜେନ, ସ୍ମାର୍ଟ ଗ୍ରିଡ୍‌ସ ଓ ଏକାଡେମିକ ରିସର୍ଚ୍ଚ କ୍ଷେତ୍ରରେ ନୂତନତମ ପ୍ରଦର୍ଶନ ସାମିଲ ରହିଛି । ଉଭୟ ଦିନରେ ଉଚ୍ଚ ପ୍ରଭାବଶାଳୀ ଗତିବିଧିଗୁଡିକରେ କ୍ଲିନ ଏନର୍ଜି ଲିଡରସିପ କନ୍‌ଫରେନ୍ସ, ଛାତ୍ରଛାତ୍ରୀ ଓ ପେସାଦାରଙ୍କ ପାଇଁ କର୍ମଶାଳା, ଗ୍ଲୋବାଲ ଓଇଏମ, ଷ୍ଟାର୍ଟଅପ, ରେଗୁଲେଟର ଓ ଫାଇନାନ୍ସିଅରଙ୍କ ସହ ବି୨ବି ନେଟ୍‌ୱର୍କିଙ୍ଗ ସେଶନ ଆଦି ଅନ୍ତର୍ଭୁକ୍ତ ରହିଛି । ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ନିବେଶ ଓ ଟେକ୍ନୋଲୋଜି ବିନିମୟକୁ ପ୍ରୋତ୍ସାହିତ କରିବ ଏବଂ ଭାରତରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ଓ ଉଦ୍ଭାବନ ପାଇଁ ଏକ କେନ୍ଦ୍ର ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।


Spread the love

Leave A Reply

Your email address will not be published.