କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

Spread the love

ଭୁବନେଶ୍ୱର, ୨୧ ।୯: ଆମେରିକାର ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ, ମୁମ୍ବାଇସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍, କିଟ୍‍ ଓ କିସ୍‍ ମିଳିତ ଆନୁକୂଲ୍ୟରେ ୧୯ ତାରିଖରୁ ଚାଲିଥିବା ହାକାଥନ୍‍ ଶନିବାର ଉଦ୍‍ଯାପିତ ହୋଇଯାଇଛି । ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁର ଗୁଣବତ୍ତା ସହିତ ଜଡ଼ିତ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କ୍ୟୁନି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସମେତ ଗୋଆ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଆଦି ଭାରତର ୧୬ଟି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗବେଷକମାନେ ଏଥିରେ ଯୋଗ ଦେଇଥିଲେ ।

ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଜଳବାୟୁ ଓ ବାୟୁର ମାନକୁ ନେଇ ଜନ ସଚେତନତା ଏବଂ ଲୋକମାନେ ଯେଭଳି ବୁଝି ପାରିବେ ସେହି ଉଦ୍ଦେଶ୍ୟରେ ଉପକରଣ ଓ ଆପ୍‍ ତିଆରି କାର୍ଯ୍ୟକ୍ରମ କରିଥିଲେ । ଆମେରିକା ବୈଦେଶିକ ବିଭାଗ ଓ ରାଷ୍ଟ୍ରୀୟ ବିଜ୍ଞାନ ଫାଉଣ୍ଡେସନ୍‍ (ଏନ୍‍ଏସ୍‍ଏଫ୍‍) ଅନୁସନ୍ଧାନ ଅନୁଦାନରେ ସ୍ଥାପିତ ୨୨ଟି ପାଣିପାଗ ଓ ଜଳବାୟୁ ନେଟୱାର୍କ କେନ୍ଦ୍ରରୁ ସେମାନେ ତଥ୍ୟ ବିନିଯୋଗ କରିଥିଲେ । ତେବେ ଏହି ପୟାସ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ପଦକ୍ଷେପଗୁଡ଼ିକରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ପ୍ରତିଯୋଗୀମାନଙ୍କୁ ହାକାଥନ୍‍ ଅବସରରେ ପାଣିପାଗ, ଜଳବାୟୁ, ବାୟୁର ମାନରେ ଉନ୍ନତି, ଉତ୍ତାପ ତରଙ୍ଗ ଆଦି ୫ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା । 

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍‍ ସାଣ୍ଟିଆଗୋ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଓ ଏହାର ସମାଧାନ କିପରି କରାଯିବ ତା ଉପରେ କହିଥିଲେ । ଏହା ସହିତ କିଟ୍‍ ଓ କିସ୍‍ର ସହଯୋଗ ତଥା ଏ ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । କ୍ୟୁନି ବିଶ୍ୱବିଦ୍ୟାଳୟ ପ୍ରଫେସର ପିଟର ଗ୍ରୋଫ୍‍ମ୍ୟାନ୍‍ ଭବିଷ୍ୟତ ପାଇଁ ଜଳବାୟୁର ସୁରକ୍ଷା ଓ ଚରମ ସ୍ଥିତି ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡ଼ିବ ତା ଉପରେ ଆଲୋଚନା କରିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କହିଲେ, କିଟରେ ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀମାନ ଆୟୋଜିତ ହୋଇଥାଏ । ଏହା ଦ୍ୱାରା ଓଡ଼ିଶାର କଳା, ସଂସ୍କୃତି ଓ ପରିବେଶ ଉପରେ ବିଦେଶରୁ ଆସୁଥିବା ଲୋକମାନେ ସକାରାତ୍ମକ ଅନୁଭୂତି ନେଇ ଯାଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।


Spread the love

Leave A Reply

Your email address will not be published.