ପ୍ରଜନନ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ଡିଭାଇସଗୁଡ଼ିକର ଅତ୍ୟଧିକ ବ୍ୟବହାର

Spread the love

ଭୁବନେଶ୍ୱର : ୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ଦମ୍ପତିମାନଙ୍କ ଠାରେ ଗର୍ଭଧାରଣ ସମସ୍ୟା ଦେଖାଦେବା ଅତ୍ୟନ୍ତ ସାଧାରଣ କଥା । ମାତ୍ର ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ, ବନ୍ଧ୍ୟାପଣ କେବଳ ବୟସ ବୃଦ୍ଧିର ଏକ ସମସ୍ୟା ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରତି ୬ ଜଣ ଲୋକଙ୍କ ମଧ୍ୟରୁ ଜଣେ ଜୀବନର କୌଣସି ଏକ ସମୟରେ ବନ୍ଧ୍ୟାପଣରେ ପୀଡିତ ହୋଇଥାନ୍ତି । ଏସମ୍ପର୍କରେ ଭୁବନେଶ୍ୱରର ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫରେ ଫର୍ଟିଲିଟି ସ୍ପେଶାଲିଷ୍ଟ ଡା. ରୋହଣୀ ନାୟକ କହିଛନ୍ତି, ଏଭଳି ସଂଖ୍ୟା ପ୍ରଜନନ ସମସ୍ୟା କେବଳ ୩୦ ବର୍ଷ ବୟସ ପରେ ଆରମ୍ଭ ହୁଏ ବୋଲି ରହିଥିବା ଦୀର୍ଘ ଦିନର ବିଶ୍ୱାସକୁ ଚ୍ୟାଲେଞ୍ଜ କରୁଛି । ତେଣୁ କ’ଣ ପରିବର୍ତନ ହୋଇଛି ଏବଂ ଯୁବ ଦମ୍ପତିମାନେ କାହିଁକି ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି ଏସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଗବେଷଣାର ଏକ ବର୍ଦ୍ଧିତ ଅଂଶ ଖରାପ ଆହାର, ମେଦ ବହୁଳତା, ବ୍ୟାୟାମର ଅଭାବ, ମଦ୍ୟପାନ, ଧୂମ୍ରପାନ ଓ ପରିବେଶୀୟ ପ୍ରଦୂଷଣ ଭଳି କାରକଗୁଡିକୁ ଉଭୟ ପୁରୁଷ ଓ ମହିଳାମାନଙ୍କ ବିକୃତ ପ୍ରଜନନ ସ୍ୱାସ୍ଥ୍ୟ ସହ ସଂଯୋଗ କରିଛି ।

ଏହାବ୍ୟତୀତ ଆଧୁନିକ ପରିବେଶଜନିତ ଏକ୍ସପୋଜର ଓ ବସି ରହିବା ଆଚରଣ ସାମାନ୍ୟ ଜୈବିକ ଚାପଗୁଡିକରେ ଯୋଗଦାନ ଦେଇପାରନ୍ତି । ଉଦାହରଣ ସ୍ୱରୁପ, କିଛି ସଦ୍ୟତମ ଅନୁସନ୍ଧାନ କିଛି ନିର୍ଦ୍ଧିଷ୍ଟ ଡିଭାଇସଗୁଡିକର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାରରୁ ବାହାରୁ ଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ ରେଡିଏଶନ ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି ଯାହା ସମ୍ଭବତଃ ସ୍ପର୍ମ ବା ଶୁକ୍ରାଣୁ ଗୁଣବତାକୁ ପ୍ରଭାବିତ କରୁଛି । ଏହି ପ୍ରଭାବଗୁଡ଼ିକ ୩୫ କିମ୍ବା ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ । ଯେତେବେଳେ ମିଶ୍ରିତ ହୋଇଥାନ୍ତି, ଏଗୁଡିକ ଯଥେଷ୍ଟ ପୂର୍ବରୁ ପ୍ରଜନନ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ଆରମ୍ଭ କରିପାରନ୍ତି, ଯାହା ଦମ୍ପତିମାନେ ଏଭଳି କିଛି ସମସ୍ୟା ରହିଛି ବୋଲି ଅନୁଭବ କରିବା ପୂର୍ବରୁ, ମହିଳାଙ୍କଠାରେ ଡିମ୍ବାଣୁ ଗୁଣବତା ଏବଂ ପୁରୁଷଙ୍କଠାରେ ଶୁକ୍ରାଣୁ ସ୍ୱାସ୍ଥ୍ୟକୁ ହ୍ରାସ କରିଥାଏ ।

ସେହିଭଳି ରୋହଣୀ କହିଛନ୍ତି ଜୈବିକ ରୂପେ ପ୍ରତ୍ୟେକ ମହିଳା ଏକ ଧାର୍ଯ୍ୟ ସଂଖ୍ୟକ ଡିମ୍ବାଣୁ (ନନ୍‌-ଗ୍ରୋୟିଙ୍ଗ ଫଲିକିଲ୍ସ , କିମ୍ବା ଏନଜିଏଫ) ସହ ଜନ୍ମ ହୋଇଥାନ୍ତି ଯାହା ସମୟ କ୍ରମେ ଧୀରେ ଧୀରେ ହ୍ରାସ ପାଇଥାଏ । ଏକ ବହୁଳ ଭାବରେ ଉଲ୍ଲେଖିତ ମଡେଲ ଆକଳନ କରୁଛି ଯେ, ୩୦ ବର୍ଷ ବୟସ ସୁଦ୍ଧା ଅନେକ ମହିଳାଙ୍କ ପାଖରେ ସେମାନଙ୍କର ସର୍ବାଧିକ ପ୍ରି-ବାର୍ଥ ଏନଜିଏଫ ସଂଖ୍ୟାର କେବଳ ୧୦ରୁ ୧୫% ବଜାୟ ରହିଥାଏ । ତେଣୁ ବୟସ ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇ ରହୁଥିବା ବେଳେ, ଜୀବନଶୈଳୀ କିମ୍ବା ପରିବେଶୀୟ ଚାପ ପ୍ରଭାବୀ ସଂରକ୍ଷଣକୁ ହ୍ରାସ କରିପାରେ କିମ୍ବା ପ୍ରଜନନ କୋଷ ଗୁଣବତାକୁ କ୍ଷତି ପହଂଚାଇପାରେ । ଫଳରେ ପ୍ରଜନନ ସମସ୍ୟା ସୁରକ୍ଷିତ ବୟସ ବର୍ଗ ଭାବେ ବିଚାର କରାଯାଉଥିବା କ୍ଷେତ୍ରରେ ମଧ୍ୟ ଦେଖା ଦେଇଥାଏ ।

ଗର୍ଭଧାରଣରେ ଅପ୍ରତ୍ୟାଶିତ ବିଳମ୍ବର ସମ୍ମୁଖୀନ ହେଉଥିବା ୨୦ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ଦମ୍ପତିଙ୍କ ପାଇଁ ଏହି ବିକଶିତ ବାସ୍ତବତା ଡିମ୍ବାଶୟ ସଂରକ୍ଷଣର ପ୍ରାରମ୍ଭିକ ମୂଲ୍ୟାୟନ, ଜୀବନଶୈଳୀ ସମୀକ୍ଷା ଓ ଜଣେ ଫର୍ଟିଲିଟି ସ୍ପେଶାଲିଷ୍ଟଙ୍କ ସହ ତତ୍କାଳ ପରାମର୍ଶର ମହତ୍ୱକୁ ରେଖାଙ୍କିତ କରୁଛି । ଶୀଘ୍ର ଚିହ୍ନଟ ଓ ହସ୍ତକ୍ଷେପ ପ୍ରଜନନ କ୍ଷମତାକୁ ସଂରକ୍ଷିତ କରିପାରିଥାଏ ଏବଂ ସେମାନଙ୍କର ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତେ ଦମ୍ପତିମାନଙ୍କୁ ଉତମ ଭାବେ ମାର୍ଗଦର୍ଶନ ଦେଇପାରିଥାଏ । କେବଳ ଯୁବାବସ୍ଥା ଦ୍ୱାରା ପ୍ରଜନନର ଗ୍ୟାରେଂଟି ଦିଆଯାଇନଥାଏ । ଏହା ଜୈବିକ ସ୍ଥିତି, ଜୀବନଶୈଳୀ ଓ ପରିବେଶଗତ କାରକଗୁଡିକର ଏକ ଜଟିଳ ମିଶ୍ରଣ ଦ୍ୱାରା ରୂପ ନେଇଥାଏ ଏବଂ ଦମ୍ପତିମାନେ ସଚେତନ ହେବା ଉଚିତ ଯେ, ବର୍ତମାନର ସତର୍କତା ସମ୍ଭାବନାକୁ ସଂରକ୍ଷଣ କରିପାରେ ।


Spread the love

Leave A Reply

Your email address will not be published.