forest conservation : ଲୁଣା ଜଙ୍ଗଲ ସଂରକ୍ଷଣ ପାଇଁ କର୍ମଶାଳା ଆୟୋଜିତ

forest conservation

Spread the love

forest conservation : କେନ୍ଦ୍ରାପଡା ଜିଲ୍ଲାରେ ଭିତରକନିକା ଜାତୀୟ ଉଦ୍ୟାନ ଅବସ୍ଥିତ। ଏହି ସ୍ଥାନଟି ଲୁଣା ଜଙ୍ଗଲ ଓ ଲୁଣିପାଣି କୁମ୍ଭୀରର ଭୂସ୍ୱର୍ଗ ପାଇଁ ପ୍ରସିଦ୍ଧି ଲାଭ କରିଛି ।

ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ ସମୁଦାୟ ପାଠ୍ୟକ୍ରମର ୧୫ ଜଣ ବିଦ୍ୟାର୍ଥୀଙ୍କୁ ସାମିଲ୍ କରାଯାଇଥିଲା ।କମ୍ଯୁନିଟି ପାର୍ଟିସିପେସନ ମାଧ୍ୟମରେ ନୂତନ ଜଙ୍ଗଲ ସ୍ରୁଷ୍ଟି କରିବା, ଜଙ୍ଗଲକୁ ସଂରକ୍ଷଣ( forest conservation ) କରିବା, ଏହା ଆମ ପାଇଁ କେତେ ଉପକାରୀ, ବାତ୍ୟା ସମୟରେ ଏହା କବଚ ପରି ସୁରକ୍ଷା ଦେଉଛି ସେହି ବିଷୟରେ ଆଲୋଚନା ହୋଇଥିଲା।

କ୍ଲାଇମେଣ୍ଟ ଚାମ୍ପିୟନ ର ୧୦୬ ଜଣ ଦିଦି ଓ ପାଖାପାଖି ଅଞ୍ଚଳର ଲୋକମାନେ କିପରି ଭାବେ ବିଭିନ୍ନ ପ୍ରକାରର ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ସେହି ବିଷୟରେ ମଧ୍ୟ ତଥ୍ୟ ମିଳିଥିଲା।

ଭିତରକନିକା ମ୍ୟାଗ୍ରୁଭ,କୁମ୍ଭୀରର ବିଭିନ୍ନ ପ୍ରଜାତି ପଶୁ, ପକ୍ଷୀ, ଗଛ, କିପରି ଭାବରେ ଚାରା ପ୍ରସ୍ତୁତ କରାଯାଇଛି, ସେଗୁଡିକ ଯତ୍ନ ନେବା,ବିଷୟରେ ଜାଣିବାକୁ ମିଳିଥିଲା।

ବିପଦ ସଙ୍କୁଳ ଅବସ୍ତାରେ ଥିବା କୁମ୍ଭୀର ଅଣ୍ଡା କୁ ସଂରକ୍ଷଣ ପାଇଁ କୁମ୍ଭୀର ହ୍ୟାଚେରୀ ଏବଂ ପ୍ରଜନନ କମ୍ପ୍ଲେକ୍ସରେ ରଖାଯାଉଛି । ଏଠାରେ ଚାରା ରୋପଣ କରାଯାଇ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ପଠାଯାଇଛି।

ରାଜନଗର ଡିଏଫଓ ଭରତରାଜ ଗାଓଁକର, ଜିଲ୍ଲା ପ୍ରୋଜେକ୍ଟ ୟୁନିଟ୍ ମୁଖ୍ୟ ଜଗଦୀଶ ଚନ୍ଦ୍ର ସାହୁ, ୟୁଏନଡିପିର କମ୍ଯୁନିକେସନ ଆସୋସିଏଟ ତାଜିନ କୁରେସି, ଲାଇଭ୍ଲୀଉଡ ଅଫିସର ସଙ୍ଗୀତ ମହାପାତ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଦୁଇଟି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ପାଇଁ ଅନୁମତି ମିଳିଥିବା।

ଆଇଆଇଏମସିର ଆସିଷ୍ଟାଣ୍ଟ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍, ଏକାଡେମିକ କମ୍ ଟିଚିଙ୍ଗ୍ ଆସୋସିଏଟ ହରେକୃଷ୍ଣ ପ୍ରଧାନ, କ୍ୟାମେରା ଟିଚିଙ୍ଗ୍ ଆସୋସିଏଟ ଅକ୍ଷୟ କୁମାର ସାହୁ ଏହାକୁ ମାର୍ଗଦର୍ଶନ ଦେଇଥିଲେ।


Spread the love

Leave A Reply

Your email address will not be published.