ସାମଗ୍ରିକ ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇଥାଏ ଆଲମଣ୍ଡ

Spread the love

ଭୁବନେଶ୍ୱର : ମଧୁମେହ ରୋଗ ଏବଂ ସମସ୍ତଙ୍କ ପାଇଁ ପହଂଚଯୋଗ୍ୟ ଚିକିତ୍ସାର ମହତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘କାର୍ଯ୍ୟକ୍ଷେତ୍ରରେ ମଧୁମେହ’, ଯାହା କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ମଧୁମେହ ରୋଗକୁ ଭଲ ଭାବରେ ବୁଝିବା ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଭାବୀ ପରିଚାଳନା ପାଇଁ ସହଯୋଗୀ ପରିବେଶ ସୃଷ୍ଟି କରିବା ଲାଗି ପ୍ରୋତ୍ସାହିତ କରୁଛି । ଏକ ସନ୍ତୁଳିତ ଆହାର ଶରୀରରେ ରକ୍ତସର୍କରା ସ୍ତର ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏକ ମୁଠା ଆଲମଣ୍ଡ ସହ ନିଜର ଦିନ ଆରମ୍ଭ କରିବା ଦ୍ୱାରା ତାହା ସୁସ୍ଥ ରକ୍ତ ସର୍କରା ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ଆଲମଣ୍ଡଗୁଡିକ ପ୍ରୋଟିନ, ଅନସାଚୁରେଟେଡ ଫ୍ୟାଟ, ଡାଏଟାରୀ ଫାଇବର ସମେତ ୧୫ଟି ଜରୁରୀ ପୋଷକତତ୍ୱରେ ସମୃଦ୍ଧ ଅଟେ ଯାହା ଶରୀରରେ ସୁସ୍ଥ ରକ୍ତସର୍କରା ବଜାୟ ରଖିବାରେ ସାହାଯ୍ୟ କରିବା ସହ ଟାଇପ ୨ ଡାଇବେଟିସ ଥିବା ଲୋକଙ୍କର ଗ୍ଲୁକୋଜ ନିୟନ୍ତ୍ରଣକୁ ଉନ୍ନତ କରିଥାଏ । ନିଜର ପୋଷଣ ସମୃଦ୍ଧ ଓ ବିବିଧତା ଯୋଗୁ ଆଲମଣ୍ଡକୁ ପ୍ରତିଦିନର ଖାଦ୍ୟ ଓ ସ୍ନାକ୍ସରେ ସାମିଲ କରିବା ଏକ ସହଜ ବିକଳ୍ପ ଅଟେ ଯାହା ଉତମ ସାମଗ୍ରିକ ମେଟାବୋଲିକ ସ୍ୱାସ୍ଥ୍ୟରେ ସହଯୋଗ କରିଥାଏ । ଉତମ ମଧୁମେହ ପରିଚାଳନା ଓ ସାମଗ୍ରିକ ସ୍ୱାସ୍ଥ୍ୟ ଦିଗରେ କାଲିଫର୍ଣ୍ଣିଆ ଆଲମଣ୍ଡ ଏକ ସରଳ ତଥାପି ପ୍ରଭାବୀ ପଦକ୍ଷେପ ଅଟେ ।

ଏସମ୍ପର୍କରେ ନ୍ୟୁଟ୍ରିସନ ଓ ୱେଲନେସ୍ କନ୍‌ସଲ୍ଟାଂଟ ଶୀଲା କ୍ରିଷ୍ଣାସ୍ୱାମୀ କହିଛନ୍ତି, “ଚଳିତ ବିଶ୍ୱ ମଧୁମେହ ଦିବସରେ ମୁଁ ସମସ୍ତଙ୍କୁ ଉପଯୁକ୍ତ ଆହାର ବିକଳ୍ପ ଚୟନ କରିବାକୁ ପ୍ରୋତ୍ସାହିତ କରୁଛି । ଆଲମଣ୍ଡ, ପନିପରିବା, ସ୍ପ୍ରାଉଟ, ସତେଜ ଫଳ ଭଳି ପୋଷଣ ସମୃଦ୍ଧ ଖାଦ୍ୟଗୁଡିକ ନିଜର ପ୍ରତିଦିନର ରୁଟିନରେ ସାମିଲ କରିବା ଦ୍ୱାରା ତାହା ରକ୍ତସର୍କରା ସ୍ତର ଉନ୍ନତ ରଖିବାରେ ସାହାଯ୍ୟ କରିଥାଏ । କାରଣ ଆଲମଣ୍ଡଗୁଡିକରେ ପ୍ରୋଟିନ, ଅନସାଚୁରେଟେଡ ଫ୍ୟାଟ ଓ ଡାଏଟାରୀ ଫାଇବର ସହ ଏକ ନିମ୍ନ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହାର ଅର୍ଥ ହେଉଛି ସେଗୁଡିକ ରକ୍ତସର୍କରା ସ୍ତର ବୃଦ୍ଧି କରନ୍ତି ନାହିଁ ।” ମ୍ୟାକ୍ସ ହେଲ୍‌ଥକେୟାର,ଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, “ଜୀବନଶୈଳୀ ଓ ଖାଦ୍ୟ ବିକଳ୍ପଗୁଡିକ ମଧୁମେହର ପ୍ରମୁଖ ଅବଦାନକାରୀ ଅଟନ୍ତି । ଶସ୍ୟଜାତୀୟ ଖାଦ୍ୟ, କାଲିଫର୍ଣ୍ଣିଆ ଆଲମଣ୍ଡ ଭଳି ବାଦାମ, ସବୁଜ ପତ୍ରଯୁକ୍ତ ପନିପରିବା ଓ ହୋଲଗ୍ରେନରେ ସମୃଦ୍ଧ ଏକ ସନ୍ତୁଳିତ ଆହାର ମଧୁମେହକୁ ରୋକିବାରେ ସାହାଯ୍ୟ କରିପାରିଥାଏ । ବିଶେଷ ଭାବେ ଆଲମଣ୍ଡ ବିଭିନ୍ନ ପ୍ରକାରର ପୋଷଣତତ୍ୱ ପାଇଁ ପରିଚିତ ଅଟେ ଏବଂ ଏହା ପ୍ରୋଟିନ ଓ ଡାଏଟାରୀ ଫାଇବରର ଏକ ଉତମ ଉତ୍ସ ଅଟେ ।”

ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ କହିଛନ୍ତି, “ଏକ ସୁସ୍ଥ ଶରୀର ଓ ମସ୍ତିଷ୍କ ଏକ ସୁସ୍ଥ ଆହାର ସହ ଆରମ୍ଭ ହୋଇଥାଏ । ମୁଁ ମୋର ଖାଦ୍ୟରେ କାଲିଫର୍ଣ୍ଣିଆ ଆଲମଣ୍ଡ ଭଳି ପୋଷଣ-ସମୃଦ୍ଧ ଖାଦ୍ୟକୁ ସାମିଲ କରିବା ନିଶ୍ଚିତ କରିଥାଏ । ଆଲମଣ୍ଡ ମୋତେ ସାରାଦିନ ଶକ୍ତିସମ୍ପନ୍ନ ରଖିଥାଏ ଓ ସନ୍ତୁଳିତ ଅନୁଭବ ଦେଇଥାଏ ।” ଆୟୁର୍ବେଦ ବିଶେଷଜ୍ଞ ମଧୁମିତା କ୍ରିଷ୍ଣନ କହିଛନ୍ତି, “ଆୟୁର୍ବେଦ ଅନୁଯାୟୀ, ଧ୍ୟାନ ଓ ଉତମ ଖାଦ୍ୟ ସହ ଦିନର ଆରମ୍ଭ ଉଭୟ ମସ୍ତିଷ୍କ ଓ ଶରୀରକୁ ପ୍ରସ୍ତୁତ କରିଥାଏ । ଆଲମଣ୍ଡଗୁଡିକ ଏହାର ପୁଷ୍ଟିକର ଗୁଣ ପାଇଁ ମୂଲ୍ୟବାନ ଅଟେ । ଏହା ହଜମରେ ସାହାଯ୍ୟ କରିଥାଏ, ଦୋଷଗୁଡିକୁ ସନ୍ତୁଳିତ ରଖିଥାଏ ଓ ଶରୀରକୁ ଭିତରୁ ପୁନର୍ଜୀବିତ କରିଥାଏ । ଆଲମଣ୍ଡକୁ ପ୍ରତିଦିନର ଆହାରରେ ସାମିଲ କଲେ ତାହା ସାମଗ୍ରିକ ସୁସ୍ଥତାରେ ସହଯୋଗ କରିଥାଏ ।”


Spread the love

Leave A Reply

Your email address will not be published.