ଭୁବନେଶ୍ୱର : ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁଶନ କମ୍ପାନୀ ଲିମିଟେଡ (ଏମଏସଇଡିସିଏଲ) ସଫଳତାର ସହ କେବଳ ୩୦ ଦିନରେ ୪୫,୯୧୧ଟି ଅଫ୍-ଗ୍ରିଡ ସୋଲାର ଆଗ୍ରିକଲ୍ଚରାଲ (ସୌର କୃଷି) ପମ୍ପ ସ୍ଥାପନ କରି ଗିନିସ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ଏହା ମହାରାଷ୍ଟ୍ରକୁ ଭାରତରେ ଦ୍ରୁତତମ-ନିୟୋଜିତ ସୌର କୃଷି ରାଜ୍ୟ ଓ ବିଶ୍ୱ ସ୍ତରରେ ଚୀନ୍ ପରେ ୨ୟ ଦେଶ ଭାବେ ଅବସ୍ଥାପିତ କରିଛି । ଏମଏସଇଡିସିଏଲର ପରିଚାଳନାଗତ ଉତ୍କର୍ଷତା ଓ କୃଷକ-କୈନ୍ଦ୍ରିତ ମଡେଲ ଏହି ଐତିହାସିକ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏଭଳି ପଦକ୍ଷେପଗୁଡିକ ମାଧ୍ୟମରେ ଏମଏସଇଡିସିଏଲ ସୌର ଜଳସେଚନ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ଏକ ବିସ୍ତୃତ ଓ ପ୍ରତିକୃତିଯୋଗ୍ୟ ମଡେଲ ସ୍ଥାପନ କରିଛି, ଯାହା ମଜବୁତ ବ୍ୟବସ୍ଥା, ବାସ୍ତବ ସମୟର ତଦାରଖ ଓ କୃଷକ-ପ୍ରଥମ କାର୍ଯ୍ୟକାରିତା କିଭଳି ପରିବର୍ତନଶୀଳ ପ୍ରଭାବଗୁଡିକୁ ପରିଚାଳନା କରିପାରିଥାଏ ତାହାକୁ ପ୍ରଦର୍ଶିତ କରିଥାଏ । ବର୍ତମାନ ସୁଦ୍ଧା ୭.୪ ଲକ୍ଷରୁ ଅଧିକ ସୋଲାର ପମ୍ପ ସ୍ଥାପନ କରାଯିବା ଓ ୧୦.୪୫ ଲକ୍ଷ ପମ୍ପର ଏକ ଲକ୍ଷ୍ୟ ସହିତ ଏମଏସଇଡିସିଏଲ ଭାରତର କୃଷି କ୍ଷେତ୍ରରେ ଅନ୍ୟତମ ସର୍ବବୃହତ ନବୀକରଣଯୋଗ୍ୟ ଶକ୍ତି ରୂପାନ୍ତରଣର ନେତୃତ୍ୱ ନେଉଛି, ଏହା ଏଭଳି ଏକ ମଡେଲ ସୃଷ୍ଟି କରିଛି ଯାହାକୁ ରାଜ୍ୟଗୁଡିକରେ ଓ ଆନ୍ତର୍ଜାତୀୟ ସ୍ତରରେ ନକଲ କରାଯାଇପାରିବ ।
ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ୍ନବିସ କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ତାଙ୍କ ପରିବର୍ତନଶୀଳ ପିଏମ-କୁସୁମ ପଦକ୍ଷେପ ଅଧିନରେ, ମହାରାଷ୍ଟ୍ର ସ୍ୱଚ୍ଛ, କୃଷକ-କେନ୍ଦ୍ରିତ ଜଳସେଚନ ଦିଗରେ ଏହି ପରିବର୍ତନକୁ ତ୍ୱରାନ୍ୱିତ କରିଛି । ଏକ ମାସରେ ଆମେ ରାଜ୍ୟରେ ୪୫,୯୧୧ରୁ ଅଧିକ ସୋଲାର ପମ୍ପ ସ୍ଥାପନ କରିଛୁ । ଏହି ସଫଳତା ଜଳସେଚନ ସୁରକ୍ଷା ନିଶ୍ଚିତ କରିଛି, ଉତ୍ପାଦକତା ଓ କୃଷକଙ୍କ ଆୟ ବୃଦ୍ଧି କରିଛି ଏବଂ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଛି ।”
ସେହିପରି ଏମଏସଇଡିସିଏଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଆଇଏଏସ ଶ୍ରୀ ଲୋକେଶ ଚନ୍ଦ୍ର କହିଛନ୍ତି, “ଏହି ସଫଳତା ଦକ୍ଷ ସ୍କିମ ଡିଜାଇନ, ସ୍ୱଚ୍ଛ ବିକ୍ରେତା ତାଲିକାଭୁକ୍ତୀକରଣ ଓ କଠୋର ସେବା-ସ୍ତରୀୟ ଅନୁପାଳନ ଯୋଗୁଁ ସମ୍ଭବ ହୋଇଛି । ପ୍ରତ୍ୟେକ ବିକ୍ରେତା ୩ ଦିନ ମଧ୍ୟରେ କୃଷକଙ୍କ ଅଭିଯୋଗଗୁଡିକର ସମାଧାନ କରିବା ପାଇଁ ବାଧ୍ୟ ଅଟନ୍ତି, ଯେଉଁଥିରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ଏମ୍ଏସଇଡିସିଏଲ ପାଖକୁ ଯିବ । ରାଜ୍ୟ ସରକାର ଅଫ୍-ଗ୍ରିଡ ସୋଲାର ପମ୍ପ ମାଧ୍ୟମରେ ନୂଆ କୃଷି ସଂଯୋଗ ରିଲିଜ କରିବା , ସମ୍ପୂର୍ଣ୍ଣ ରୂପେ ସୋଲାର-ଆଧାରିତ ସମାଧାନକୁ ସ୍ଥାନାନ୍ତର ହେବା ପାଇଁ ଏକ ନୀତି ଆପଣାଇଛନ୍ତି ।”
ଏହି ସଫଳତା ପିଏମ-କୁସୁମ (କମ୍ପୋନେଂଟ ବି) ଓ ମାଗେଲ ତ୍ୟାଲା ସୌର କୃଷି ପମ୍ପ ଯୋଜନା (ଏମଟିଏସକେପିୱାଇ) ସ୍କିମଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ମାଧ୍ୟମରେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା, କୃଷକଙ୍କ ଜୀବିକାକୁ ଉନ୍ନତ କରିବା ଏବଂ ସ୍ଥାୟୀ ଜଳସେଚନରେ ସହଯୋଗ କରିବା ପାଇଁ ଏମଏସଇଡିସିଏଲର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।