କିମ୍‌ସରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଛାତିରୁ ବାହାରିଲା ସାଢ଼େ ଚାରିକିଲୋ ଓଜନର ଟ୍ୟୁମର

Spread the love

ଭୁବନେଶ୍ୱର, ୩୦ା୧: ଉନ୍ନତ ଏବଂ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ କିମ୍‌ସକୁ ମିଳିଛିଆଉ ଏକ ସଫଳତା। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ର ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଅସ୍ତ୍ରୋପଚାର ଜରିଆରେ ଜଣେ ମହିଳାଙ୍କ ଛାତିରୁ ବାହରିଛି ସାଢ଼େ ଚାରି କିଲୋ ଓଜନର ଏକ ଟ୍ୟୁମର। ମହିଳା ଜଣକ ଗତ ଦୁଇ ବର୍ଷ ହେବ ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଭୋଗୁଥିଲେ। ବର୍ଷ ବର୍ଷ ଧରି ଯନ୍ତ୍ରଣା ହେଉଥିଲା। ଏଥିପାଇଁ ସେ ଅନେକ ହସ୍‍ପିଟାଲରେ ପରାମର୍ଶ କରି କୌଣସି ସୁଫଳ ପାଇନଥିଲେ। ପରେ ସେ କିମ୍‌ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।

ପରୀକ୍ଷା ପରେ ତାଙ୍କ ଛାତିରେ ଏକ ବଡ଼ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା ଏବଂ ଅସ୍ତ୍ରୋପଚାର ଦ୍ୱାରା ଏହାକୁ ବାହାର କରାଯାଇପାରିବ ବୋଲି ଡାକ୍ତର ତାଙ୍କୁ ଆଶ୍ୱାସନା ଦେଇଥିଲେ। କିମ୍‍ସ କାର୍ଡିଓଥୋରାସିକ୍ ସର୍ଜରୀର ଆସୋସିଏଟ୍ ପ୍ରଫେସର ଡା. ଚନ୍ଦନ କୁମାର ରାୟ ମହାପାତ୍ର ଓ ଜେନେରାଲ ସର୍ଜରୀର ପ୍ରଫେସର ସୁବ୍ରତ ସାହୁ ଏହି ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସର୍ଜିକାଲ ଟିମ୍‌ରେ ମେଡିକାଲ ଅନ୍‌କୋଲୋଜିର ଆସୋସିଏଟ୍ ପ୍ରଫେସର ଡା. ଯୋଗମାୟା ପଟ୍ଟନାୟକ, କାର୍ଡିଆକ୍ ଆନେସ୍‌ସ୍ଥେସିଆ ପରାମର୍ଶଦାତା ଡା. ଅଶୋକ ବଡ଼ମାଳି ଓ ଡା. ଜ୍ଞାନରଞ୍ଜନ ମିଶ୍ର ମଧ୍ୟ ସାମିଲ ଥିଲେ। ସମସ୍ତ ଡାକ୍ତରଙ୍କ ମିଳିତ ପ୍ରୟାସରେ ସବୁଠାରୁ ବଡ଼ ଛାତି ଟ୍ୟୁମରକୁ ସଫଳତାର ସହ ବାହାର କରିବା ସମ୍ଭବ ହୋଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅସ୍ତ୍ରୋପଚାରକୁ ସଫଳତାର ସହ ପରିଚାଳନା କରିଥିବା ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Spread the love

Leave A Reply

Your email address will not be published.