ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୪

Spread the love

ଭୁବନେଶ୍ୱର, ୧୯ ଏପ୍ରିଲ ୨୦୨୪: ଓଡିଶାର ୧୦୮ ଆମ୍ବୁଲାନ୍ସ ସେବାର ଦକ୍ଷ ପରିଚାଳକ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ (ଜେଡ୍‌ଏଚ୍‌ଏଲ୍‌) ଏହାର ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚମତ୍କାର ସମର୍ପଣଭାବ ଓ ସେମାନଙ୍କର ସପୋର୍ଟ ଟିମ୍‌କୁ ସେମାନଙ୍କର ଆଦର୍ଶ ସେବା ପାଇଁ ସମ୍ମାନିତ କରିଛି । ଏହାବ୍ୟତୀତ ଜେଡ୍‌ଏଚ୍‌ଏଲ୍ ପକ୍ଷରୁ ଏହାର କର୍ମଚାରୀମାନଙ୍କ ୧୫ ଜଣ ପ୍ରତିଭାଶାଳୀ ପିଲାଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋତମ ପ୍ରଦର୍ଶନ କରିଛନ୍ତି । ଏନେଇ ଆଜି ଭୁବନେଶ୍ୱରର ଜୟଦେବ ଭବନଠାରେ ଜିକିତ୍ସା ଓଡିଶା ସ୍କୋଲାରସିପ୍ ୨୦୨୪ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଛି ।

ଜେଡ୍‌ଏଚ୍‌ଏଲ୍‌ର ମାର୍କେଟିଂ ଓ କମ୍ୟୁନିକେଶନ୍ସ ବିଭାଗ ମୁଖ୍ୟ ସୋଫିଆ ମାଧବନ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଜେଡ୍‌ଏଚ୍‌ଏଲ୍‌, ଓଡିଶା- ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଛନ୍ତି ।

ସମାରୋହରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ଜେଡ୍‌ଏଚ୍‌ଏଲ୍‌ର ଓଡିଶା ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଓ ଏହାର କର୍ମଚାରୀମାନେ ଓଡ଼ିଶାବାସୀଙ୍କୁ ସର୍ବୋତମ ଯତ୍ନ ସହିତ ସେବା ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛନ୍ତି । ଗାଡି ଚଳାଚଳ ପାଇଁ ରାସ୍ତା ନଥିବା ସ୍ଥାନରେ ରୋଗୀମାନଙ୍କୁ ପରିବହନ କରିବା ହେଉ ବା ଜଟିଳ ସମୟରେ ରକ୍ତଦାନ କରିବା କିମ୍ବା ପ୍ରାକୃତିକ ବିପର୍ଯ୍ୟୟଗୁଡିକ ସମୟରେ ଦୃଢ ସମର୍ପଣଭାବ ପ୍ରଦର୍ଶିତ କରିବା, ଆମର କ୍ରିୟୁ ସଦସ୍ୟମାନେ ଲୋକମାନଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ନିରନ୍ତର ଭାବେ ଦୃଢପ୍ରତିଜ୍ଞା ପ୍ରଦର୍ଶନ କରିଛନ୍ତି । ରୋଗୀମାନଙ୍କ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀଗୁଡିକୁ ଫେରାଇବା ସମେତ ବିଭିନ୍ନ ଆଦର୍ଶ କାର୍ଯ୍ୟଗୁଡିକ ସେମାନଙ୍କର ନିଃସ୍ୱାର୍ଥପରତାର ଏକ ପ୍ରମାଣ ଅଟେ ।”

ଏହି ଅବସରରେ ଅଶ୍ୱିନୀ କୁମାର ମହାରଣା, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ରମେଶ ଚନ୍ଦ୍ର ଜେନା, ମୁକେଶ ଚନ୍ଦ୍ର ନାଗ, ନଗେନ୍ଦ୍ର ଗୁଣ୍ଠ, ଗୌରାଙ୍ଗ ମହନ୍ତ, କେଦାରନାଥ ଭୂୟାଁ, ସୁଦାମ ଚରଣ ଖେତୀ, ଅରୁପାନନ୍ଦ ଓଝା, ନିହାର ରଞ୍ଜନ ବିଶ୍ୱାଳ, ତରୁଣ କୁମାର ଖରା, ବିଶ୍ୱ ଭୂଷଣ ରାଉତ, ପ୍ରଶାନ୍ତ ବାଗ, ପରିକ୍ଷିତ ବଳ, ମାନସ କୁମାର ଦାସ, ପ୍ରଭାକର ନାୟକ, ସୁମନ୍ତ ସାହୁ, ସୁମନ୍ତ କୁମାର ବେହେରା, କୁନ୍ଦନ ନାୟକ, କ୍ଷୀରସିନ୍ଧୁ ସାହୁ, ସୁଜିତ କୁମାର କର୍ଣ୍ଣ, ବିଶ୍ୱଜିତ ମୁଖୀ, ସତ୍ୟଜିତ ପାତ୍ର, ରମେଶ ଚନ୍ଦ୍ର ଦାସ, ସହଦେବ ପଟେଲ, ଦୈତାରୀ ଭତ୍ର, ପ୍ରସନ୍ନ ସେଠୀ, ରାଜ କିଶୋର ପ୍ରଧାନ, ହେମନ୍ତ ଧଳ, ଭୋଳେଶ୍ୱର ସାହୁ, ଏସକେ ମିନାଜ କାଦରି ଓ ସ୍ୱାଧୀନ କୁମାର ପ୍ରଧାନ ଆଦି ସମ୍ମାନିତ ୧୦୮ ଆମ୍ବୁଲାନ୍ସ କ୍ରିୟୁ ସଦସ୍ୟମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଏବଂ ରୋଗୀଙ୍କୁ ସେବା ପ୍ରଦାନ କରିବା ପାଇଁ ସମ୍ମାନିତ କରାଯାଇଛି ।

ଏହାବ୍ୟତୀତ ଏହି ଅବସରରେ ୪ ଜଣ କ୍ଲଷ୍ଟର ଲିଡର ପ୍ରଶାନ୍ତ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ରାମ, ପ୍ରଦୀପ କୁମାର ପ୍ରଧାନ, ସୁନିଲ କୁମାର ପାଢୀ, ୪ ଜଣ ମେଂଟେନାନ୍ସ ଏକ୍‌ଜିକ୍ୟୁଟିଭଙ୍କ ମଧ୍ୟରେ ରାକେଶ କୁମାର ପାତ୍ର, ସନ୍ତୋଷ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଶିବୁନା ବରାଳ ସମ୍ମାନିତ ହୋଇଛନ୍ତି । ସେହିପରି ୬ ଜଣ ସିଡିସି ଅଧିକାରୀଙ୍କ ମଧ୍ୟରେ ପ୍ରଜ୍ଞା ମହାପାତ୍ର, ସ୍ୱର୍ଣ୍ଣମୟୀ ଦେବୀ, ଦେବକାନ୍ତ ଜେନା, ମାମୁନି ପାଢୀ, ସ୍ରୋତସ୍ୱିନୀ ବାରିକ, ଲିପ୍ସା ପ୍ରଧାନଙ୍କୁ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ସମ୍ମାନିତ କରାଯାଇଛି ।

ଏହାବ୍ୟତୀତ ଏହି ଅବସରରେ ପୁରସ୍କୃତ ହୋଇଥିବା କୃତି ପିଲାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ମାଟ୍ରିକ ପରୀକ୍ଷାରେ ୯୩ ପ୍ରତିଶତ ରଖି ଉତୀର୍ଣ୍ଣ ହୋଇଥିବା ପୁଜାରିଣୀ କାମିଲା । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଚନ୍ଦନ କାମିଲାଙ୍କ ଝିଅ । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆଲୋକ କୁମାର ମହନ୍ତଙ୍କ ଝିଅ ତୃପ୍ତିମୟୀ ମହନ୍ତ , ଯେକି ୯୦.୧୭ ପ୍ରତିଶତ ରଖି ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ୮୮.୩୩ ପ୍ରତିଶତରେ ଉତୀର୍ଣ୍ଣ ହୋଇଥିବା ଦିବ୍ୟରଞ୍ଜନ ଖୁଂଟିଆ, ଯେକି କେନ୍ଦୁଝର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ଇଏମଟି ସଞ୍ଜୟ କୁମାର ଖୁଂଟିଆଙ୍କ ପୁଅ ।

ବର୍ତମାନ ଜେଡ୍‌ଏଚ୍‌ଏଲ୍ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୩୬୦ଟି ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ବେଳେ ଜଳବନ୍ଦୀ ଅଂଚଳଗୁଡିକରେ ୬ଟି ବୋଟ ଆମ୍ବୁଲାନ୍ସର ପରିଚାଳନା କରୁଛି । ଭୁବନେଶ୍ୱରରେ ଏହାର ଅତ୍ୟାଧୁନିକ କଲ ସେଂଟର ମାଧ୍ୟମରେ ସେବାଗୁଡ଼ିକୁ ସଂଯୋଗ କରି ରାଜ୍ୟର ପ୍ରତ୍ୟେକ କୋଣରୁ ଏକ କୋଟିରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ଜେଡ୍‌ଏଚ୍‌ଏଲ୍‌ର ଉତ୍ସର୍ଗୀକୃତ କଲ୍ ସେଂଟର ଜରୁରୀ କଲ୍‌ଗୁଡିକୁ ସୁଗମ ଓ ତତ୍କାଳ ପ୍ରତିକ୍ରିୟା ଦେବା ସୁନିଶ୍ଚିତ କରୁଥିବା ବେଳେ ରୋଗୀମାନଙ୍କୁ ଶୀଘ୍ର ହସ୍ପିଟାଲରେ ପହଂଚିବାରେ ସହଯୋଗ କରୁଛି । ରୋଗୀଙ୍କ ପରିବହନ ବ୍ୟତୀତ ଜେଡ୍‌ଏଚ୍‌ଏଲ୍‌ର କ୍ରିୟୁ ସଦସ୍ୟମାନେ ନିଜ କାର୍ଯ୍ୟରେ ଉଲ୍ଲେଖନୀୟ ନିଷ୍ଠାପରତା ଓ ମାନବିକତା ପ୍ରଦର୍ଶନ କରିଛନ୍ତି, ଅନେକ ଆହ୍ୱାନ ସତ୍ୱେ ଅଗଣିତ ଲୋକଙ୍କ ଜୀବନ ବଂଚାଇଛନ୍ତି । ଆମ୍ବୁଲାନ୍ସଗୁଡିକର ରଣନୈତିକ ଅବସ୍ଥିତି କମ୍ ସମୟ ମଧ୍ୟରେ ବିସ୍ତୃତ ଜିଲ୍ଲାସ୍ତରୀୟ କଭରେଜ ନିଶ୍ଚିତ କରୁଛି, ଓଡିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରୁଛି ।


Spread the love

Leave A Reply

Your email address will not be published.