ଭାରତରେ ନ୍ୟୁ ମିନି କୁପର ଏସ ଓ ଅଲ୍‌-ଇଲେକ୍‌ଟ୍ରିକ ମିନି କଂଟ୍ରିମ୍ୟାନର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ନୂଆ ମିନି କୁପର ଏସ ଓ ନୂଆ ଅଲ୍‌-ଇଲେକ୍‌ଟ୍ରିକ ମିନି କଂଟ୍ରିମ୍ୟାନ୍‌ର ଶୁଭାରମ୍ଭ ସହିତ ଭାରତରେ ଏକ ନୂଆ ଘରର ସନ୍ଧାନ କରିଛି ନୂଆ ମିନି ପରିବାର । ଏହି କାର୍‌ଗୁଡିକ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଦେଶବ୍ୟାପୀ ସମସ୍ତ ମିନି ଅଥୋରାଇଜ୍‌ଡ ଡିଲରରେ ଏବଂ ଗ୍ଦଷକ୍ଟକ୍ଟ୍ର.ଜ୍ଞସଦ୍ଭସ.ସଦ୍ଭ ରେ ବୁକ୍ କରାଯାଇପାରିବ । ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ଭହେବ । ଏହା ସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆର ପ୍ରେସିଡେଂଟ ତଥା ସିଇଓ ବିକ୍ରମ ପାୱା କହିଛନ୍ତି, “ଏକ ଶୁଦ୍ଧ ଡିଜାଇନ, ଏକ ନିମଜ୍ଜିତ ଉପଭୋକ୍ତା ଅନୁଭୂତି , ଏକ ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟ ଓ ସୁନ୍ଦର ସରଳତା ସହିତ ନୂଆ ମିନି ପରିବାର ଡ୍ରାଇଭିଂ ଆନନ୍ଦକୁ ଏକ ନୂତନ ଯୁଗକୁ ନେଇଛି । ଏହା ଏକ ମଜବୁତ ପ୍ରଶଂସକ ଆଧାର ସ୍ଥାପନ କରିଛି । ମଡର୍ଣ୍ଣ ଓ କଲରଫୁଲ, ନୂଆକରି ବିକଶିତ ହୋଇଥିବା ଷ୍ଟାଇଲିଶ ଟ୍ରିମ୍ ‘କ୍ଲାସିକ୍‌’ ଓ ‘ଫେଭର୍‌ଡ’ ଏଭଳି ଡିଜାଇନ ଓ ଉପକରଣ ସ୍ତର ପ୍ରଦାନ କରୁଛି ଯେଉଁଥିରେ ପରିବେଶ ଅନୁକୂଳ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି ଯାହା ଏକ ସ୍ୱତନ୍ତ୍ର ଚରିତ୍ର ପ୍ରଦାନ କରୁଛି । ନୂଆ ମିନି କୁପର ଏସ ଏବଂ ନୂଆ ଅଲ-ଇଲେକ୍ଟ୍ରିକ ମିନି କଂଟ୍ରିମ୍ୟାନର ଏକ୍ସ-ଶୋ’ରୁମ୍ ମୂଲ୍ୟଗୁଡିକ ଯଥାକ୍ରମେ ୪୪,୯୦,୦୦୦ଟଙ୍କା ଏବଂ ୫୪,୯୦,୦୦୦ଟଙ୍କା ରହିଛି ।
କ୍ଲାସିକ ରାଉଣ୍ଡ ହେଡ୍‌ଲାଇଟ୍‌, ଆକର୍ଷଣୀୟ ଅକ୍ଟାଗୋନାଲ ଗ୍ରିଲ୍ ଓ କମ୍ପାକ୍ଟ ସିଲ୍‌ହୌଟେ ଆଦି ନୂଆ ମିନି କୁପର ଏସର ପ୍ରମୁଖ ଫିଚର ଅଟନ୍ତି, ଯାହା ନୂଆ ମିନି ଟ୍ୱିନପାୱାର ଟର୍ବୋ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଇନୋଭେଟିଭ ଓ ଏଫିସିଏଂଟ ପେଟ୍ରୋଲ ଇଞ୍ଜିନ ପ୍ରଦାନ କରୁଛି । ଏହା ୫୦୦୦ରୁ ୬,୫୦୦ ଆରପିଏମରେ ୧୫୦କେଡବ୍ଲୁ/୨୦୪ଏଚପିର ଶୀର୍ଷ ଆଉଟପୁଟ୍ ପ୍ରଦାନ କରୁଛି ଏବଂ ୧୪୫୦-୪୫୦୦ଆରପିଏମରରେ ୩୦୦ଏନଏମର ସର୍ବାଧିକ ଟର୍କ ଉତ୍ପନ୍ନ କରୁଛି । ଏହି କାର ୬.୬ ସେକେଣ୍ଡରେ ୦-୧୦୦କିମିର ଘଂଟା ପ୍ରତି ବେଗରେ ଗତି କରିଥାଏ ଏବଂ ଏହାର ଟପ୍ ସ୍ପିଡ୍ ଘଂଟା ପ୍ରତି ୨୪୨ କିମି ରହିଛି । ୭-ସ୍ପିଡ ସ୍ପିଡ୍ ଡବଲ କ୍ଲଚ ଷ୍ଟେପ୍‌ଟ୍ରୋନିକ ଟ୍ରାନ୍ସମିଶନ ଏକ ବିସ୍ତୃତ ଗିୟର ସ୍ପ୍ରେଡ୍ ଓ କ୍ଷୁଦ୍ର ଇଞ୍ଜିନ ସ୍ପିଡ ଷ୍ଟେପ୍ କାରଣରୁ ଦକ୍ଷ, ଆରାମଦାୟକ ଓ ସ୍ପୋର୍ଟି ଚାଳନା ପ୍ରଦାନ କରୁଛି । ୧୫୦କେଡବ୍ଲୁ/୨୦୪ଏଚପି ଏବଂ ୨୫୦ଏନଏମର ଏକ ସର୍ବାଧିକ ଟର୍କ ସହିତ ଅଲ୍‌-ଇଲେକ୍‌ଟ୍ରିକ ମିନି କଂଟ୍ରିମ୍ୟାନ ୮.୬ ସେକେଣ୍ଡରେ ୦-୧୦୦କିମି ବେଗରେ ଗତି କରିଥାଏ । ଏହା ୬୬.୪୫କେଡବ୍ଲୁଏଚର ମୋଟ କ୍ଷମତା ସହିତ ଏକ ଲିଥିୟମ-ଆୟନ ବ୍ୟାଟେରୀ ଦ୍ୱାରା ପରିଚାଳିତ ଅଟେ ଏବଂ ଏଥିରେ ୪୬୨କେଏମଏସ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଡବ୍ଲୁଏଲଟିପି ଡ୍ରାଇଭିଂ ରେଞ୍ଜ (ମିଳିତ) ରହିଛି । ମିନି ପରିବାରରେ ଆଡ୍‌ଭାନ୍ସଡ୍ ଆସିଷ୍ଟାନ୍ସ ସିଷ୍ଟମ ଯେପରିକି କ୍ରୁଜ କଂଟ୍ରୋଲ, ପାର୍କିଂ ଆସିଷ୍ଟାଂଟ ଓ କମ୍ଫର୍ଟ ଆକ୍‌ସେସ୍ ଆଦି ଆରାମ, ନିୟନ୍ତ୍ରଣ ଓ ସେଫ୍ଟି ପ୍ରଦାନ କରୁଛନ୍ତି । ଷ୍ଟାଣ୍ଡାର୍ଡ ସେଫ୍ଟି ଉପକରଣରେ ଫ୍ରଂଟ୍ ପାସେଞ୍ଜର ଏୟାରବ୍ୟାଗ୍ ଓ ସାଇଡ୍ କର୍ଟନ ଏୟାରବ୍ୟାଗ୍‌, ବ୍ରେକ୍ ଆସିଷ୍ଟ, ୩-ପଏଂଟ୍ ସିଟ୍ ବେଲ୍ଟ, ଡାଇନାମିକ ଷ୍ଟାବିଲିଟି କଂଟ୍ରୋଲ, କ୍ରାଶ ସେନ୍ସର, ଆଂଟି-ଲକ୍ ବ୍ରେକିଂ ସିଷ୍ଟମ, କର୍ଣ୍ଣରିଂ ବ୍ରେକ୍ କଂଟ୍ରୋଲ, ରିୟର ଭ୍ୟୁ କ୍ୟାମେରା ଓ ଟ୍ୟୁବ୍‌ଲେସ ଟାୟାର ସହ ଟାୟାର ପ୍ରେସର ଇଣ୍ଡିକେଟର ଆଦି ସାମିଲ ରହିଛି ।

ନୂଆ ମିନି କୁପର ଏସ ୧୦ଟି ଆକର୍ଷଣୀୟ ରଙ୍ଗରେ ଏବଂ ନୂଆ ଅଲ୍ ଇଲେକ୍ଟ୍ରିକ ମିନି କଂଟ୍ରିମ୍ୟାନ ୯ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ନୂଆ ଅଲ-ଇଲେକ୍ଟ୍ରିକ ମିନି କଂଟ୍ରିମେନ ଇଲେକ୍‌ଟ୍ରିକ କାର୍ ୱାନ୍‌-ଟାଇମ ଇନ୍‌ଷ୍ଟଲେଶନ ସହିତ ଏକ କମ୍ପ୍ଲିମେଂଟାରୀ ମିନି ସ୍ମାର୍ଟ ୱାଲ୍‌ବକ୍ସ ଚାର୍ଜର ସହ ଆସୁଛି । ନୂଆ ଅଲ୍‌-ଇଲେକ୍‌ଟ୍ରିକ ମିନି କଂଟ୍ରିମ୍ୟାନ ପୂର୍ବାପେକ୍ଷା ଅଧିକ ଉଚ୍ଚ, ଲମ୍ବା ଓ ବୃହତ ହୋଇଛି । ଆଇକୋନିକ୍ ଗୋ-କାର୍ଟ ପର୍‌ଫର୍ମାନ୍ସ ମିନି ହେରିଟେଜକୁୁ ଉଜ୍ଜୀବିତ କରୁଛି । ଡ୍ରାଇଭିଂ ଫନ୍ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଡିଜିଟାଲ ଇନୋଭେଶନ ଓ ନିମଜ୍ଜିତ ଉପଭୋକ୍ତା ଅନୁଭୂତି, ମିନି ସର୍କୁଲାର ଓଏଲଇଡି ଟଚ୍‌ସ୍କ୍ରିନ ଡିସ୍‌ପ୍ଲେ ସହିତ ଡ୍ରାଇଭର ଓରିଏଂଟେଡ ନୂଆ ମିନି ଇଂଟରାକ୍ସନ ୟୁନିଟ ଭଳି ଫିଚର ରହିଛି । ନୂଆ ମିନି ଅପରେଟିଂ ସିଷ୍ଟମ ୯, ଇଂଟେଲିଜେଂଟ୍ ପର୍ସନାଲ ଆସିଷ୍ଟାଂଟ୍‌, ଡିଜିଟାଲ କୀ ପ୍ଲସ, ଏକ୍ସପେରିଏନ୍ସ ମୋଡ୍‌, ଟେଲିସର୍ଭିସେସ, ଫିଶ୍‌ଆଇ କ୍ୟାମେରା ସାମିଲ ରହିଛି । ଅସୀମିତ କିଲୋମିଟର ପାଇଁ ଏହି କାର୍ ଦୁଇ ବର୍ଷର ଷ୍ଟାଣ୍ଡାର୍ଡ ସୁବିଧା ସହ ଆସୁଛି । ମିନି କୁପର ଏସ ଏବଂ ଅଲ୍ ଇଲେକ୍ଟ୍ରିକ୍ ମିନି କଂଟ୍ରିମ୍ୟାନ୍ ଉପରେ ଯଥାକ୍ରମେ ୨ ବର୍ଷ ଏବଂ ୫ବର୍ଷ ୨୪ ଘଂଟିଆ ସହଜ ରୋଡ୍‌-ସାଇଡ୍ ସହାୟତା ସୁବିଧାଜନକ ରାସ୍ତାକଡ଼ ଚାର୍ଜିଂ ଭଳି ସୁବିଧା ରହିଛି ।


Spread the love

Leave A Reply

Your email address will not be published.