ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ମାଇନ ଡାଇମଣ୍ଡ ଫେଷ୍ଟିଭାଲ ଘୋଷଣା, ହୀରା ମୂଲ୍ୟରେ ୩୦% ପର୍ଯ୍ୟନ୍ତ ରିହାତି

Spread the love

ଭୁବନେଶ୍ୱର: ଭାରତରେ ହୀରା ଗହଣା କ୍ରୟ ମାନସିକତାରେ ସ୍ପଷ୍ଟ ପରିବର୍ତ୍ତନ ହୋଇଛି। ପାରମ୍ପରିକ ଭାବେ ବିବାହ କିମ୍ବା ବଡ଼ ପାରିବାରିକ ଉତ୍ସବ ସହ ଏହା ଜଡ଼ିତ ଥିଲା। ଏବେ କିନ୍ତୁ ଜୀବନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତକୁ ପାଳନ କରିବା, ବିବାହ ବାର୍ଷିକୀ, କ୍ୟାରିୟରରେ ସଫଳତା, ନିଜ ପାଇଁ କ୍ରୟ ଓ ନିତିଦିନିଆ ଷ୍ଟାଇଲ ପାଇଁ ନାଚୁରାଲ ହୀରା ଗହଣା ଅଧିକ କ୍ରୟ କରାଯାଉଛି।
ପ୍ରତ୍ୟକ୍ଷ ବିଚାର ଓ ତୁଳନା ସହ ଋତୁ ଆଗକୁ ବଢ଼ୁଥିବା ବେଳେ ନିଜର ବିରଳତା, ଉଚିତ ମୂଲ୍ୟ ଓ ଅସୀମ ଭାବନା ପାଇଁ ପରିଚିତ ସାର୍ଟିଫାଏଡ ନାଚୁରାଲ ହୀରାରେ ନିବେଶ କରିବା ପାଇଁ ଏହି ସମୟ ଗ୍ରାହକମାନଙ୍କୁ ସୁଯୋଗ ପ୍ରଦାନ କରୁଛି ଯେଉଁଥିରେ ମୂଲ୍ୟରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ଓ ସେବା ପ୍ରତିଶ୍ରୁତି ରହିଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ଏହାର ସ୍ୱତନ୍ତ୍ର ବ୍ରାଣ୍ଡ ମାଇନ ଡାଇମଣ୍ଡସର ସାର୍ଟିଫାଏଡ ନାଚୁରାଲ ଡାଇମଣ୍ଡ ଗହଣାକୁ ନେଇ ଷ୍ଟୋର ଭିତର ମାଇନ ଡାଇମଣ୍ଡ ଫେଷ୍ଟିଭାଲ ଘୋଷଣା କରାଯାଇଛି । ଏହି ଉତ୍ସବର ଅଂଶ ସ୍ୱରୂପ ଗ୍ରାହକମାନେ ନାଚୁରାଲ ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ହାସଲ କରିପାରିବେ ଯାହା ଏହାକୁ ଅସଲି ନାଚୁରାଲ ହୀରାକୁ ମୂଲ୍ୟଯୋଗ ସହ ହାସଲ କରିବାର ଅପୂର୍ବ ସୁଯୋଗରେ ପରିଣତ କରିଛି। ସାରା ଭାରତରେ ମାଇନ ଡାଇମଣ୍ଡ ଫେଷ୍ଟିଭାଲ ୨୦୨୫ ଡିସେମ୍ବର ୨୦ରୁ ୨୦୨୬ ଜାନୁଆରି ୨୬ ପର୍ଯ୍ୟନ୍ତ ଚାଲିବ।
ମାଇନ ଡାଇମଣ୍ଡ ଫେଷ୍ଟିଭାଲରେ ସୋଲିଟାୟାର, ଉତ୍ସବ ପାଇଁ ପ୍ରସ୍ତୁତ ଥିବା ନାଚୁରାଲ ହୀରା ଗହଣ, ଦୈନନ୍ଦୀନ ପରିଧାନ ପାଇଁ ହାଲୁକା ଗହଣା ଓ ବ୍ରାଇଡାଲ ଗହଣା ସମେତ ମାଇନ ଡାଇମଣ୍ଡସର ବ୍ୟାପକ ଚୟନ କରିଛି। ଗ୍ରାହକମାନେ ନେକପିସ, ଇୟରରିଂଗ, ଷ୍ଟଡସ, ରିଙ୍ଗ, ଲେୟର୍ଡ ଚେନ ଓ କୋଅର୍ଡିନେଟେଡ ସେଟ ଅନୁସନ୍ଧାନ କରିପାରିବେ। ଯାହାର ଡିଜାଇନ ହାଲୁକାଠାରୁ ଆରମ୍ଭ କରି ଷ୍ଟେଟମେଂଟ ଆଧାରିତ ସିଲହୋଟ ପର୍ଯ୍ୟନ୍ତ ରହିଛି। ଉଭୟ ପ୍ରଥମ ଥର ନାଚୁରାଲ ହୀରା କ୍ରୟ କରିବାକୁ ଚାହୁଥିବା ଗ୍ରାହକ ଏବଂ ନିଜକୁ ଅପଗ୍ରେଡ କରିବାକୁ ଚାହୁଥିବା ଗ୍ରାହକଙ୍କ ଆବଶ୍ୟକତାକୁ ଏହି ଫେଷ୍ଟିଭାଲ ପୂରଣ କରିବ।
ପ୍ରତିଶ୍ରୁତି ଆଧାରିତ ନାଚୁରାଲ ହୀରା କ୍ରୟ ଉପରେ ବ୍ରାଣ୍ଡର ରହିଥିବା ଗୁରୁତ୍ୱକୁ ଦୋହରାଇ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ ପି ଅହମ୍ମଦ କହିଛନ୍ତି ଯେ, “ଆଜିର ଗ୍ରାହକମାନେ ସାର୍ଟିଫିକେସନ ଓ ମୂଲ୍ୟ ଉପରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ସହିତ ନିତିଦିନିଆ ପରିଧାନ ସହ ଖାପଖାଉଥିବା ନାଚୁରାଲ ଡାଇମଣ୍ଡ ଚାହୁଛନ୍ତି। ସାର୍ଟିଫାଏଡ ନାଚୁରାଲ ଡାଇମଣ୍ଡ ଜରିଆରେ ମାଇନ ଡାଇମଣ୍ଡକୁ ସ୍ୱଚ୍ଛ ମୂଲ୍ୟ ଓ କଠୋର ଗୁଣାତ୍ମକ ପ୍ରକ୍ରିୟା ସହ ସେହି ପ୍ରତିଶ୍ରୁତି ଅନୁସାରେ ପ୍ରସ୍ତୁତ କରାଯାଇଛି। ମାଇନ ଡାଇମଣ୍ଡ ଫେଷ୍ଟିଭାଲ ସହ ଆମେ ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସହ ଅତିରିକ୍ତ ମୂଲ୍ୟ ପ୍ରଦାନ କରୁଥିବା ବେଳେ ମାଲାବାର ସହ ଗ୍ରାହକଙ୍କ ଥିବା ବିଶ୍ୱାସକୁ ବଜାୟ ରଖିଛୁ।”
ମାଇନ ଡାଇମଣ୍ଡ ଫେଷ୍ଟିଭାଲ ଜରିଆରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ମାଲାବାର ପ୍ରମିସେସ ଜରିଆରେ ଗ୍ରାହକଙ୍କ ବିଶ୍ୱାସ ଦୃଢ଼ କରିବା ଜାରି ରଖିଛି। ଦାୟିତ୍ୱବାନ ଭାବେ ସଂଗ୍ରହ ଓ ସାର୍ଟିଫାଏ କରାଯାଇଥିବା ନାଚୁରାଲ ହୀରାରୁ ପ୍ରତିଟି ନାଚୁରାଲ ହୀରା ଗହଣା ପ୍ରସ୍ତୁତ କରାଯାଇଛି ଏବଂ ସୂକ୍ଷ୍ମ ଭାବେ ୨୮ ପ୍ରକାର ପରୀକ୍ଷା ଦେଇ ସେଗୁଡ଼ିକ ଗତି କରିଛି। ପ୍ରତି ଉତ୍ପାଦରେ ଆଇଜିଆଇ କିମ୍ବା ଜିଆଇଏ ସାର୍ଟିଫିକେଟ ରହିଛି ଯାହା ଗୁଣାତ୍ମକ ମାନ ଓ କାରିଗରିକୁ ନିଶ୍ଚିତ କରୁଛି।
ଗ୍ରାହକମାନେ ଜୀବନବ୍ୟାପୀ ରକ୍ଷଣାବେକ୍ଷଣ, ଏକ ବର୍ଷର ମାଗଣା ବୀମା, ବାଏବ୍ୟାକ ଗ୍ୟାରେଂଟି ଭଳି ମୂଲ୍ୟଯୁକ୍ତ ସେବାରୁ ଉପକୃତ ହୋଇପାରିବେ। ଉତ୍ପାଦ ମୂଲ୍ୟ ସ୍ୱଚ୍ଛତାର ସହ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଉଛି ଯେଉଁଥିରେ ମୋଟ ଓଜନ, ଷ୍ଟୋନର ଓଜନ, ଗଢ଼ା ମୂଲ୍ୟ ଆଦି ଉଲ୍ଲେଖ ରହୁଛି ଯାହା ପ୍ରତି ସ୍ତରରେ ସୂଚନା ଆଧାରିତ ନିଷ୍ପତ୍ତି ନେବାରେ ସହାୟକ ହେଉଛି।
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ନୈତିକ ସଂଗ୍ରହ ଓ ନିୟମ ପାଳନ ଆଧାରିତ ଅଭ୍ୟାସକୁ ଗ୍ରହଣ କରୁଛି। ସୁନା ଚୋରାଚାଲାଣ, ଶିଶୁ ଶ୍ରମିକ ଓ ଟିକସ ଠକେଇ ପ୍ରତି କଠୋର ଆଭିମୁଖ୍ୟ ରଖି ସ୍ୱତନ୍ତ୍ର ଭାବେ ସ୍ୱୀକୃତିପ୍ରାପ୍ତ ମାଧ୍ୟମରେ ସଂଗ୍ରହ କରୁଛି ଏବଂ ପ୍ରଯୁଜ୍ୟ ଆମଦାନୀ, ଟିକସ ଓ ଉଚିତ ମଜୁରି ମାନକୁ ପାଳନ କରୁଛି।


Spread the love

Leave A Reply

Your email address will not be published.