ଭୁବନେଶ୍ଵର,୨୪/୦୨:ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ ଗୁଡ଼ିକର କୌଣସି ସାଧାରଣ ପୁନର୍ଗଠନ କିମ୍ବା ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ସରକାର ପଂଚାୟତ ପୁନର୍ଗଠନ କି ସୀମା ନିର୍ଦ୍ଧାରଣ ନ କରିବାକୁ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି।ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ।ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ।ନିର୍ଦ୍ଧାରିତ ସମୟ ରେ ହେବ ପଞ୍ଚାୟତ ନିର୍ବାଚନ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା।ଫେବ୍ରୁଆରୀ ୨୦୨୭ ପୂର୍ବରୁ ପଂଚାୟତ ନିର୍ବାଚନ କରିବା ପାଇଁ କୌଣସି ନିଷ୍ପତି ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।