୨୪ ପର୍ଯ୍ୟନ୍ତ ଆଉ ସରକାର କୁ ଫେରିବନି ବିଜେଡି : ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ଵର,୨୪/୦୨:ବଜେଟ ସାଧାରଣ ଆଲୋଚନା ସମୟରେ ବିରୋଧୀଙ୍କୁ ଘୋର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।ବିରୋଧି ଦଳ ଚାଷୀଙ୍କ ନାରେ ରାଜନୀତି କରୁଛନ୍ତି। କେବଳ ଚାଷୀଙ୍କ ନାରେ ରାଜନୀତି କରିବାକୁ ଗୃହ କୁ ଅଚଳ କରୁଛନ୍ତି ବିରୋଧୀ। ବିରୋଧି ଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହାଲ୍ଲା କରୁଛନ୍ତି।ଲୋକଙ୍କ ସମସ୍ୟା କୁ ଗୃହରେ ଉପସ୍ଥାପନ ନ କରି କେବଳ ନାଟକ କରୁଛନ୍ତି। ଆଜିର ଘେରାଉ ପାଇଁ ବିରୋଧୀ ଦଳ ଲମ୍ବା ସମୟ ପ୍ରତିବାଦ କରୁଥଲେ। କିଛି କାରଣ ନଥାଇ ଏତେ ଲମ୍ବା ସମୟ ପ୍ରତିବାଦ ପୂର୍ବରୁ ଦେଖିବାକୁ ମିଳିନଥିଲା।ଚାଷୀ ଖୁସି ଅଛି। କିନ୍ତୁ ଆଜି ବିରୋଧୀ ଆନ୍ଦୋଳନ କଲେ। ସେଥିରେ ଚାଷୀ ନଥିଲେ । ପୂର୍ବରୁ ବିଜେଡି କହୁଥିଲା ଲକ୍ଷାଧିକ ଚାଷୀ ଙ୍କୁ ନେଇ ବିଧାନସଭା ଘେରାଉ କରିବୁ । କିନ୍ତୁ ଆଜି କେତେ ଲୋକ ଆସିଥିଲେ । ସେଠି ଚାଷୀ ଥିଲେ କି । ବରଗଡ଼ କି ସମ୍ବଲପୁର ଚାଷୀ ଆସିଥିଲେ କି । ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ।

ରାଜନୀତିକ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ। ସେଥିପାଇଁ କଂଗ୍ରେସ୍ କୁ ବିଦା କରିଥିଲେ ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି। ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧ କରୁଛନ୍ତି। କୃଷକ ଙ୍କ ସମସ୍ୟା ନେଇ ଆଲୋଚନା ହୋଇଥାନ୍ତା। ଦୁଇ ଦୁଇ ଥର ମୂଲତବୀ ପ୍ରସ୍ତାବ ଦେଇ ବି ପଛକୁ ଫେରିଲେ। ଚାଷୀଙ୍କୁ ନ୍ୟାୟ ଦେବାକୁ ଆଲୋଚନା କରୁ ନାହାଁନ୍ତି। କେବଳ ନିଜ ରାଜନୀତିକ ଫାଇଦା ପାଇଁ ଏଭଳି ପ୍ରତିବାଦ କରୁଛନ୍ତି।24 ବର୍ଷ ସରକାର ରେ ଥିଲେ ଏବେ ଯାଇଛନ୍ତି ବିରୋଧୀ କୁ ଆସନ୍ତା 24 ବର୍ଷ ଯାଏ ଆଉ ଫେରିବେ ନାହଁ।

Make in Odisha କୁ କେବଳ ବିଜେଡ଼ି ର ପ୍ରଚାର ପ୍ରସାର ରେ ବ୍ୟବହାର କରାଯାଉଥିଲା। ଆମେ ଉତ୍କର୍ଷ ଓଡିଶା ମାଧ୍ୟମ ରେ ବିକାଶ କରିବାକୁ ପଦକ୍ଷେପ ନେଇଛୁ।


Spread the love

Leave A Reply

Your email address will not be published.