ଲୋକଙ୍କ ଜୀବନ ଯିବା ପରେ ଚେତିଲା ବିଏମସି,ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ

Spread the love

ଭୁବନେଶ୍ଵର,୨୭/୦୨:ମହାନଗର ନିଗମ ଅଞ୍ଚଳ ଭିତରେ ଯିଏ ଯେଉଁଠି ବି ହୋଡିଂ ଲଗେଇଲେ ବିଏମସି ଠାରୁ ନେବାକୁ ପଡିବ ଅନୁମତି। ହୋଡିଂ ଲଗାଇବା ଆଗରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ। ନହେଲେ କଟା ହେବ ହୋଡିଂ। ତାଛଡ଼ା ଘରୋଇ ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ନିଜ ଘର ଉପରେ ଲଗାଇ ପାରିବେନି ହୋଡିଂ। ଏନେଇ କଡା ଚେତାବନୀ ଦେଇଛି ବିଏମସି। ଏଜେନ୍ସି ଠାରୁ ପଇସା ନେଇ ମନଇଚ୍ଛା ଘର ଉପରେ ହୋଡିଂ ଲଗାଯାଉଛି। ତୁରନ୍ତ ସେ ସବୁ ହୋଡିଂ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଛି। ଜନସାଧାରଣଙ୍କୁ ମଧ୍ୟ ଏଭଳି ହୋଡିଂ ନଜରକୁ ଆସିଲେ ଜଣାଇବାକୁ ଅନୁରୋଧ କରିଛନ୍ତି ମେୟର। ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ନେଇ ଗୁରୁବାର ବିଏମସିରେ ଏକ ବୈଠକ ବସି ଆଲୋଚନା ହୋଇଛି। କୌଣସି ଅଘଟଣ ସମୟରେ ଇନସ୍ୟୁରାନ୍ସ ବାବଦ ପଇସା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଯିବ। ଏଥିସହ ପ୍ରତି ହୋଡିଂ ରେ ଏଜେନ୍ସିର ଦସ୍ତଖତ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ 3ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ଅନୁମତି ଦିଆଯାଇଛି ହୋଡ଼ିଂ ଲଗାଇବାକୁ। ବାକି ଏଜେନ୍ସି ପାଇଁ ଆସନ୍ତା 6 ତାରିଖ ପରେ ଟେଣ୍ଡର ଖୋଲା ହେବ। କୌଣସି ଅମୂଲ୍ୟ ଜୀବନ ଯେପରି ନଷ୍ଟ ନ ହୁଏ ତାକୁ ଗୁରୁତ୍ୱ ଦେଉଛୁ। ଆଲୋଚନା ହୋଇଛି ଦୁଇ ରୁ ତିନି ସପ୍ତାହ ଭିତରେ ସମସ୍ତେ ସୁରକ୍ଷା ରିପୋର୍ଟ ଦେବାକୁ ନିର୍ଦେଶ ହୋଇଥିବା କହିଛନ୍ତି ବିଏମସି କମିଶନର।


Spread the love

Leave A Reply

Your email address will not be published.