ZTOP IOT Solutions : ଓଡ଼ିଶାର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପକୁ ଛୁଂଚି ଯନ୍ତ୍ରଣା-ମୁକ୍ତ ଡିଭାଇସ ପାଇଁ ମିଳିଲା ପେଟେଂଟ
ଭୁବନେଶ୍ୱର : ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି(ZTOP IOT Solutions )ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (TAI) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ ଧରଣର ଉପକରଣ ଯାହା ଚିକିତ୍ସା ପ୍ରକ୍ରିୟା ସମୟରେ ଛୁଂଚି ଫୋଡ଼ିବା ସହିତ ଜଡିତ ଯନ୍ତ୍ରଣାକୁ ବହୁଳ ଭାବରେ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅଭିନବ ଉପକରଣ ବିଶ୍ୱ ସ୍ୱାସ୍ଥ୍ୟସେବା ବଜାର ପାଇଁ ଲକ୍ଷ୍ୟ ରଖି ଏକ ସ୍କିଲଡ ଇନ ଇଣ୍ଡିଆ ଉତ୍ପାଦର ଦୃଷ୍ଟିକୋଣକୁ ସୁଦୃଢ଼ କରିଛି । ସ୍ୱାସ୍ଥ୍ୟସେବା ଅଧ୍ୟୟନ ଦର୍ଶାଉଛି ଯେ ପ୍ରାୟ ୧୬% ବୟସ୍କ ବ୍ୟକ୍ତି ଛୁଂଚିକୁ ଭୟ ପାଇଁ ଟୀକାକରଣରୁ ବଂଚିତ ହୁଅନ୍ତି, ଏହା ସାଧାରଣତଃ ଟ୍ରାଇପାନୋଫୋବିଆ ସହିତ ଜଡିତ ଏକ ଅବସ୍ଥା । ରକ୍ତ ନମୁନା ସଂଗ୍ରହ ଏବଂ ଅନ୍ୟାନ୍ୟ ଛୁଂଚି-ଆଧାରିତ ରୋଗ ନିର୍ଣ୍ଣୟ ପ୍ରକ୍ରିୟା ସମୟରେ ମଧ୍ୟ ସମାନ ଚିନ୍ତା ପରିଲକ୍ଷିତ ହୁଏ, ଯାହା ପ୍ରାୟତଃ ରୋଗ ଚିହ୍ନଟ ଏବଂ ଚିକିତ୍ସାରେ ବିଳମ୍ବର କାରଣ ହୁଏ । ନୂତନ ଭାବରେ ପେଟେଂଟ ହୋଇଥିବା ଟିଏଆଇ ଉପକରଣ ଚର୍ମରେ ଏକ ପ୍ରାୟତଃ ଯନ୍ତ୍ରଣାହୀନ ଛୁଂଚି-ଆଧାରିତ ପ୍ରକ୍ରିୟାକୁ ସକ୍ଷମ କରି ଏହି ଆହ୍ୱାନର ସମାଧାନ କରୁଛି ।
Also Read : Dabur Red Toothpaste : ଯାତ୍ରା ସମୟରେ ପାଟିର ସ୍ୱଚ୍ଛତା: ଆପଣଙ୍କ ପାଇଁ ଏକ ସହଜ ମାର୍ଗଦର୍ଶିକା
ଚିକିତ୍ସା କ୍ଷେତ୍ରରେ ଏହି ନୂତନ ଉଦ୍ଭାବନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି, ଷ୍ଟାର୍ଟଅପର ଉପଦେଷ୍ଟା ତଥା ବିଶିଷ୍ଟ ଯନ୍ତ୍ରଣା ବିଶେଷଜ୍ଞ ଡାକ୍ତର ଶୋଭନ ରଥ କହିଛନ୍ତି ଯେ, “ରୋଗୀମାନଙ୍କ ମଧ୍ୟରେ ଆମେ ଟ୍ରାଇପାନୋଫୋବିଆ (ଇଞ୍ଜେକ୍ସନ ଭୟ) ର ପ୍ରଭାବ ଦେଖିଛୁ । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ପାଇଁ ନିର୍ମିତ ଏହି ଉପକରଣର ଅତ୍ୟନ୍ତ ଆବଶ୍ୟକତା ରହିଛି ଏବଂ ଏହାର ଏହି କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତନ ଆଣିବାର କ୍ଷମତା ରଖିଛି ।” ସେହିଭଳି ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ରୋଟାରିୟନ ବିକ୍ରମାଦିତ୍ୟ ନାୟକ କହିଛନ୍ତି ଯେ, “ସ୍ୱାସ୍ଥ୍ୟସେବା ପହଂଚରେ ଉନ୍ନତି ଆଣିବା ଦିଗରେ ସରକାର ପ୍ରଶଂସନୀୟ କାର୍ଯ୍ୟ କରୁଥିବା ବେଳେ, ରୋଗୀ-ଅନୁକୂଳ ନୂତନ ଉଦ୍ଭାବନ ମାଧ୍ୟମରେ ସେବାଗୁଡ଼ିକର ଗ୍ରହଣଯୋଗ୍ୟତା ବୃଦ୍ଧି କରି ଏଥିରେ ନିଜର ଅବଦାନ ରଖିବାକୁ ଆମେ ଲକ୍ଷ୍ୟ ରଖିଛୁ ।”
ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ଅବନୀଶ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, “ଭାରତ ସରକାର ଦେଶ ଭିତରେ ମାଗଣା ଟିକା ଯୋଗାଇବା ସହ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି । ଟିକାକରଣକୁ ଯନ୍ତ୍ରଣାମୁକ୍ତ କରୁଥିବା ଏକ ଉପକରଣର ପ୍ରଭାବ କେତେ ବ୍ୟାପକ ଯେ ହେବ ଏବଂ ଏହାଦ୍ୱାରା ସୃଷ୍ଟି ହେବାକୁ ଥିବା ହସ ଏବଂ ଆତ୍ମବିଶ୍ୱାସ ହିଁ ଆମ କାର୍ଯ୍ୟ ପଛର ପ୍ରକୃତ ଉଦ୍ଦେଶ୍ୟ ।” ଆସୋଚାମ ଓଡ଼ିଶା ଷ୍ଟାର୍ଟଅପ ଡେଭଲପମେଂଟ କାଉନସିଲର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରୁଥିବା ଶ୍ରୀ ନାୟକ, ଓଡ଼ିଶାର ଷ୍ଟାର୍ଟଅପ ଇକୋସିଷ୍ଟମ୍କୁ ସୁଦୃଢ଼ କରିବାରେ ନିରନ୍ତର ଭାବେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି ।
Also Read : ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଏବେ aiims ଭୁବନେଶ୍ୱରରେ
ଏହି ମେଡଟେକ ଉପକରଣଟି ଖୁବ୍ ଶୀଘ୍ର ଓଡ଼ିଶାର ଏକ ପ୍ରତିଷ୍ଠିତ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟକୁ ଯିବ ବୋଲି ଆଶା କରାଯାଉଛି, ଯାହାକି ବିଭିନ୍ନ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ଏହାର ବ୍ୟବସାୟୀକରଣ ଏବଂ ବ୍ୟାପକ ପ୍ରୟୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହି ଷ୍ଟାର୍ଟଅପ ନିଜର ନବସୃଜନ ଯାତ୍ରାକୁ ସଫଳ କରିବାରେ ଷ୍ଟାର୍ଟଅପ ଓଡ଼ିଶା ଏବଂ ସଫ୍ଟୱେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆର ନିରନ୍ତର ସହଯୋଗକୁ ସ୍ୱୀକାର କରିଛି । ଚିନ୍ତାଧାରା ଠାରୁ ଆରମ୍ଭ କରି ମିନିମମ ଭାୟାବଲ ପ୍ରଡକ୍ଟ (ଏମଭିପି) ପର୍ଯ୍ୟନ୍ତ ଟିମ୍କୁ ମାର୍ଗଦର୍ଶନ କରିବା ସହିତ ପେଟେଂଟ ଦାଖଲ ଏବଂ ପରାମର୍ଶ ସମ୍ବନ୍ଧୀୟ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ପ୍ରଦାନ କରିଥିବାରୁ, ଭିଆଇଟି-ଟିବିଆଇ (ଭେଲୋର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର) କୁ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।