କୋଲଗେଟର ଏଆଇ-ଚାଳିତ ଓରାଲ ହେଲଥ ମୁଭମେଂଟର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ଭାରତର ମୁଖ ସ୍ୱାସ୍ଥ୍ୟ ଯାତ୍ରାକୁ ସଫଳ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଦେଶର ଅଗ୍ରଣୀ ଓରାଲ୍ କେୟାର ବ୍ରାଣ୍ଡ କୋଲଗେଟ-ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ୍ ଏହାର ପରିବର୍ତନଶୀଳ ଓରାଲ୍ ହେଲଥ ମୁଭମେଂଟର ଶୁଭାରମ୍ଭ ଘୋଷଣା କରିଛି । ଏହି ଅନନ୍ୟ ଏଆଇ-ସକ୍ଷମ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କୁ ସେମାନଙ୍କ ମୁଖ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରିବା ଏବଂ ଭାରତରେ ଓରାଲ ହେଲ୍ଥକେୟାରର ସଚେତନତା ଏବଂ ଉପଲବ୍ଧତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା । ଏହି ଅଭିଯାନର କେନ୍ଦ୍ରରେ ରହିଛି ଲଗି.ଏଆଇ ସହ ସହଭାଗିତାରେ ବିକଶିତ ଏକ ଏଆଇ ଡେଂଟାଲ ସ୍କ୍ରିନିଂ ଟୁଲ, ଯାହା ବ୍ୟବହାରକାରୀମାନଙ୍କୁ ଏକ ସରଳ ହ୍ୱାଟସଆପ୍ ଇଂଟରଆକ୍ସନ ମାଧ୍ୟମରେ ତୁରନ୍ତ ଏଆଇ ଜେନେରେଟେଡ୍ ଡେଂଟାଲ ସ୍କ୍ରିନିଂ ରିପୋର୍ଟ ପ୍ରାପ୍ତ କରିବାକୁ ଅନୁମତି ଦେଇଥାଏ । ୯ଟି ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ ଥିବାରୁ ଯେ କୌଣସି ବ୍ୟକ୍ତି ବର୍ତମାନର କୋଲଗେଟ୍ ପ୍ରଡକ୍ଟ ପ୍ୟାକରେ ଥିବା କ୍ୟୁଆର କୋଡ ସ୍କାନ କରି କିମ୍ବା ୮୮୦୬୦୮୮୦୬୦ ଡାଏଲ କରି ଅଂଶଗ୍ରହଣ କରିପାରିବେ, କିଛି ପ୍ରଶ୍ନର ଉତର ଦେଇ ଏବଂ ସେମାନଙ୍କ ପାଟିର ତିନୋଟି ଫଟୋ ଅପଲୋଡ୍ କରି ମାଗଣା ଏଆଇ-ଚାଳିତ ଦନ୍ତ ସ୍କ୍ରିନିଂ ରିପୋର୍ଟ ପ୍ରାପ୍ତ କରିପାରିବେ ।
ଏହାବ୍ୟତୀତ, କୋଲଗେଟ ଇଣ୍ଡିଆନ ଡେଂଟାଲ ଆସୋସିଏସନ୍ (ଆଇଡିଏ) ସହିତ ସହଭାଗୀତା କରି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ୫୦,୦୦୦ ଦନ୍ତ ଚିକିତ୍ସକଙ୍କ ନେଟୱାର୍କକୁ ସକ୍ରିୟ କରିଛି ଏବଂ ଟୁଲ୍ ଆଧାରିତ ସ୍କ୍ରିନିଂ ପରେ ଲୋକଙ୍କୁ ମାଗଣା ଦନ୍ତ ଚିକିତ୍ସକଙ୍କ ପରାମର୍ଶ ପ୍ରଦାନ କରିଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଭାରତର ଏକାଧିକ ସହରରେ ରିଟେଲ ଷ୍ଟୋର, ଶିକ୍ଷାନୁଷ୍ଠାନ ଏବଂ କର୍ପୋରେଟ ଭଳି ଏକାଧିକ ଟଚ୍ ପଏଂଟକୁ ଅନ୍ତର୍ଭୁକ୍ତ କରିବା । ଏହି ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରି କୋଲଗେଟ-ପାମୋଲିଭ (ଇଣ୍ଡିଆ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପ୍ରଭା ନରସିଂହନ୍ କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ଭାରତରେ ସମସ୍ତଙ୍କ ଓରାଲ୍ ହେଲଥ ବା ମୁଖ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା । ଏହି ଦୀର୍ଘଦିନର ପ୍ରତିବଦ୍ଧତା ଦିଗରେ ହାସଟ୍ୟାଗ କୋଲଗେଟ ଓରାଲ ହେଲଥ ମୁଭମେଂଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ସାମଗ୍ରିକ କଲ୍ୟାଣ ପାଇଁ ଓରାଲ ହେଲ୍ଥ ଅତ୍ୟାବଶ୍ୟକ ଏବଂ ଆମର ଏଆଇ-ଚାଳିତ ଓରାଲ ହେଲ୍ଥ ମୁଭମେଂଟ ମାଧ୍ୟମରେ ଆମେ ସଚେତନତା ଏବଂ ଓରାଲ କେୟାରର ଉପଲବ୍ଧତାକୁ ଗଣତାନ୍ତ୍ରିକ କରୁଛୁ ।”
କଂପାନିର ପ୍ରମୁଖ ଶିକ୍ଷା କାର୍ଯ୍ୟକ୍ରମ- କୋଲଗେଟ ବ୍ରାଇଟ ସ୍ମାଇଲ୍ସ, ବ୍ରାଇଟ୍ ଫ୍ୟୁଚର୍ସପ୍ପ (ବିଏସବିଏଫ୍‌) ଭାରତରେ ୧୯୭୬ ମସିହାରୁ ୧୮୦ ନିୟୁତରୁ ଅଧିକ ସ୍କୁଲ ପିଲାଙ୍କ ପାଖରେ ପହଂଚିଛି । ସଠିକ ମୁଖ ଯତ୍ନ ଅଭ୍ୟାସ, ତମାଖୁ ପ୍ରତିରୋଧ ବିଷୟରେ ସଚେତନତା ଏବଂ ଉତମ ପୋଷଣର ଆବଶ୍ୟକତା ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରୁଛି । ଇଣ୍ଡିଆନ ଡେଂଟାଲ ଆସୋସିଏସନ (ଆଇଡିଏ) ସହ ସହଭାଗିତା ବ୍ୟତୀତ କମ୍ପାନି ଅନ-ସାଇଟ ମାଗଣା ଡେଂଟାଲ ସ୍କ୍ରିନିଂ ପାଇଁ ବହୁ ସଂଖ୍ୟକ ଖୁଚୁରା ଗ୍ରାହକ, ଶିକ୍ଷାନୁଷ୍ଠାନ, ହାଉସିଂ ସୋସାଇଟି, ବସ ଷ୍ଟେସନ ଏବଂ କର୍ପୋରେଟ ମାନଙ୍କ ସହ ସହଯୋଗ କରିବ । ଓରାଲ ହେଲ୍‌ଥ ମୁଭମେଂଟ ସହିତ ଏକ ବିଶାଳ ଗଣମାଧ୍ୟମ ଅଭିଯାନ ଚାଲିଛି, ଯେଉଁଥିରେ ଦେଶବ୍ୟାପୀ ଅନ୍‌-ଗ୍ରାଉଣ୍ଡ ସକ୍ରିୟ କାର୍ଯ୍ୟକଳାପ ଏବଂ ଇନଫ୍ଲୁଏନ୍ସର ସହଭାଗିତା ସହାୟତାରେ ଟେଲିଭିଜନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଲୋକମାନଙ୍କୁ ଦନ୍ତ ସ୍କ୍ରିନିଂ କରିବାକୁ ଅନୁରୋଧ କରାଯାଉଛି ।


Spread the love

Leave A Reply

Your email address will not be published.