ଝାରସୁଗୁଡ଼ା : ଏପ୍ସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶ୍ରୀପୁରା ଜଙ୍ଗଲ ଜମି ଅଧିଗ୍ରହଣ ସମ୍ବନ୍ଧିତ ମିଥ୍ୟା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରାଯାଇଛି । ତଥ୍ୟ ଅନୁଯାୟୀ ଝାରସୁଗୁଡା ବ୍ଲକର ଶ୍ରୀପୁରାଠାରେ ଜଙ୍ଗଲ, ଚରାଭୂମି କିମ୍ବା ଅନୁସୂଚିତ ଜାତି/ଜନଜାତି ଭୂମିର ଅବୈଧ ଅଧିଗ୍ରହଣକୁ ନେଇ କମ୍ପାନୀ ବିରୁଦ୍ଧରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା । ଯାହା ପରେ କମ୍ପାନୀ ଏକ ପ୍ରେସ ବିବୃତି ମାଧ୍ୟମରେ ଏସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛି । ଏହି ଦାବିଗୁଡିକୁ ଆଧାର କରି ଶ୍ରୀପୁରା ଗ୍ରାମ ପଂଚାୟତ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖାଯାଇଥିଲା, ଯାହାକୁ କମ୍ପାନୀ କର୍ତୁପକ୍ଷ ତଥ୍ୟଗତ ଭାବେ ଭୂଲ, ଭ୍ରମାତ୍ମକ ଓ ଭିତିହୀନ ବୋଲି ଦର୍ଶାଇଛି । ସରକାରୀ ନିର୍ଦେଶାବଳୀ ଏବଂ ପ୍ରଯୁଜ୍ୟ ଆଇନଗୁଡ଼ିକର ଅନୁପାଳନ କରାଯାଇ ପ୍ରକଳ୍ପ ପାଇଁ ସମସ୍ତ ଜମିକୁ ଅଧିଗ୍ରହଣ କରାଯାଇଛି ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏହି ସମ୍ପର୍କୀତ ସମସ୍ତ କାଗଜପତ୍ର ଦକ୍ଷ କର୍ତୃପକ୍ଷଙ୍କ ଯାଂଚ ପାଇଁ ମଧ୍ୟ ଉପଲବ୍ଧ ରହିଛି ।
କମ୍ପାନୀ ଏହାର ପ୍ଲାଂଟ ସାଇଟ ପାଇଁ ଏକ ସର୍ବସାଧାରଣ ରାସ୍ତାର ବ୍ୟବହାର କରୁଛି ଯାହାକୁ ସାଧାରଣ ଜନତା ମଧ୍ୟ ବ୍ୟବହାର କରୁଛନ୍ତି । କମ୍ପାନୀ ଭବିଷ୍ୟତରେ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ପରିବର୍ତନ ଦିଗରେ ଛୋଟ ଜମି ପାଇଁ ଆବେଦନ କରିଥିବା ବେଳେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରିକୁ ଅଣ-ଜଙ୍ଗଲ ଜମିରେ ନିର୍ମାଣ କରାଯାଉଛି । ଏପ୍ସିଲନ କାର୍ବନ ଅଶୋକା ଏହି ପ୍ରକଳ୍ପରୁ ବାର୍ଷିକ ୮୭୫,୦୦୦ ଏମଟି କାର୍ବନ ଉତ୍ପାଦ ଉତ୍ପାଦନ କରିବ ଯାହା ଏହାକୁ ଭାରତରେ ଅନ୍ୟତମ ସର୍ବବୃହତ ସମନ୍ୱିତ କାର୍ବନ କମ୍ପେ୍ଲକ୍ସରେ ପରିଣତ କରୁଛି । ଏହା ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ ବର୍ତମାନ ସମ୍ପୂର୍ଣ୍ଣ ରୂପେ ଆମଦାନି କରାଯାଉଥିବା ଅନେକ ଉତ୍ପାଦ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ ।
କମ୍ପାନୀ ଝାରସୁଗୁଡ଼ାର ଶ୍ରୀପୁରା ଗ୍ରାମ ଉପରେ ଏକ ସ୍ୱତନ୍ତ୍ର ଧ୍ୟାନ ସହିତ ଝାରସୁଗୁଡାର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି, ଯାହା ୧୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ହିତାଧିକାରୀଙ୍କ ନିକଟରେ ପହଂଚିଛି । ଏପ୍ସିଲନ ଫାଉଣ୍ଡେଶନ ମାଧ୍ୟମରେ କମ୍ପାନୀ ପ୍ରଭାବଶାଳୀ ସିଏସଆର ପଦକ୍ଷେପଗୁଡିକର ଆରମ୍ଭ କରିଛି ଯେଉଁଥିରେ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମାଧ୍ୟମରେ ଶ୍ରୀପୁରା ଗ୍ରାମର ମହିଳାଙ୍କ ପାଇଁ ସ୍ଥାୟୀ ଜୀବିକା ପଦକ୍ଷେପ ଏବଂ ଆସିଷ୍ଟାଂଟ ଇଲେକ୍ଟ୍ରିସିଆନ, ମେକାନିକାଲ ଫିଟର ଓ ୱାୟାରମ୍ୟାନ ଭଳି ଟ୍ରେଡରେ ୧୮୧ ଜଣ ସ୍ଥାନୀୟ ଯୁବପିଢିଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବା ସାମିଲ ରହିଛି । କମ୍ପାନୀ ପକ୍ଷରୁ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଡ୍-ଡେ ମିଲ୍ ପାଇଁ ଏକ କିଚେନ ସେଡ୍ ନିର୍ମାଣ କରାଯାଇଛି ଏବଂ ବ୍ୟାଟେରୀ ବ୍ୟାକ୍ଅପ ସହ ଏକ ସୋଲାର ପାୱାର ସିଷ୍ଟମ ଇନ୍ଷ୍ଟଲ କରାଯାଇଛି । ଏହାଛଡା ଓପନ ଜିମ୍ ସୁବିଧା ସହ ଏକ ଭିଲେଜ ପାର୍କ ନିର୍ମାଣ କରାଯାଇଛି, ନବୀକରଣଯୋଗ୍ୟ ଶକ୍ତି ପଦକ୍ଷେପ ଅଧିନରେ ୭୫ଟି ଷ୍ଟ୍ରିଟଲାଇଟ ପ୍ରଦାନ କରାଯାଇଛି ଏବଂ ଆଖପାଖ ଗ୍ରାମଗୁଡିକୁ ସେବା ଯୋଗାଉଥିବା ଶ୍ରୀପୁରା ପଂଚାୟତକୁ ଏକ ୨୪ ଘଂଟିଆ ଆମ୍ବୁଲାନ୍ସ ଦାନ କରାଯାଇଛି । କମ୍ପାନୀ ପକ୍ଷରୁ ଶ୍ରୀପୁରା ଭିଲେଜ କମ୍ୟୁନିଟି ସେଂଟରଠାରେ ଏକ ଶିଶୁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବା ବେଳେ ୩ଟି ଗ୍ରାମର ୬୦ରୁ ଅଧିକ ପିଲାଙ୍କୁ ସ୍ୱତନ୍ତ୍ର ଡର୍ମାଟୋଲୋଜିକ ଓ ଅର୍ଥୋପେଡିକ ଚିକିତ୍ସା ପ୍ରଦାନ କରାଯାଇଛି ।