ଭୁବନେଶ୍ୱର: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ, ସୋନାଲିକା ଟ୍ରାକ୍ଟର୍ସ ବିଶ୍ୱବ୍ୟାପୀ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ କରିଛି । କମ୍ପାନୀର ବାଂଲାଦେଶ ଡିଷ୍ଟ୍ରିବ୍ୟୁଟର ଏସିଆଇ ମୋଟର୍ସ ଲିମିଟେଡ ଗୋଟିଏ ଦିନରେ ସର୍ବାଧିକ ଟ୍ରାକ୍ଟର ଡେଲିଭରି କରି ଗିନିସ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିଛି । ୩୫୦ଟି ଟ୍ରାକ୍ଟର ଡେଲିଭରିକରି ଏହି ଅସାଧାରଣ ସଫଳତାକୁ ବାଂଲାଦେଶର ଦିନଜପୁରଠାରେ ଆୟୋଜିତ ଏକ ବିଶାଳ ସମାରୋହ ‘ସୋନାଲିକାର ବିଶ୍ୱଜୋୟ’ରେ ମାତ୍ର ୪ ଘଂଟା ମଧ୍ୟରେ ରେକର୍ଡ କରାଯାଇପାରିଛି । ଏହି ସମାରୋହ ପ୍ରଗତି, ଉତ୍ପାଦକତା ଓ ସହଭାଗିତାର ଏକ ଉତ୍ସବକୁ ପ୍ରତିଫଳିତ କରୁଛି ।
ଏହି ସଫଳତା ସମ୍ପର୍କରେ ଇଂଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ଡଃ ଦୀପକ ମିତଲ କହିଛନ୍ତି, “ ସୋନାଲିକାର ବିରାସତ ଏକ ଦୃଢ ବିଶ୍ୱାସ ଦ୍ୱାରା ପରିଚାଳିତ ଯେ, ଭାରତର ଉତ୍କର୍ଷତା ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିପାରିବ , ତେଣୁ ପ୍ରତ୍ୟେକ ସୋନାଲିକା ଟ୍ରାକ୍ଟର ଭାରତର ନିର୍ମାଣ ଦକ୍ଷତା ଓ ବ୍ରାଣ୍ଡ ଅପ୍ରତିରୋଧୀ ମନୋଭାବକୁ ଧାରଣ କରିଛନ୍ତି । ଆମର ବାଂଲାଦେଶ ଡିଷ୍ଟ୍ରିବ୍ୟୁଟର ଏସିଆଇ ମୋଟର୍ସ ଦ୍ୱାରା ହାସଲ କରାଯାଇଥିବା ଏହି ନୂଆ ଗିନିସ ୱାର୍ଲ୍ଡ ରେକର୍ଡ ପ୍ରତ୍ୟେକ କୃଷକ ଓ ପ୍ରତ୍ୟେକ ସହଯୋଗୀଙ୍କ ପାଖରେ କୃତଜ୍ଞ ଯିଏ ଆମର ଏହି ଯାତ୍ରାରେ ବିଶ୍ୱାସ କରିଛନ୍ତି । ଆଜି ସୋନାଲିକା ପରିବାରର ପ୍ରତ୍ୟେକ ସଦସ୍ୟ ଗର୍ବିତ କାରଣ ଆମେ ବିଶ୍ୱବ୍ୟାପୀ କୃଷକଙ୍କୁ ସଶକ୍ତ କରିବା ପାଇଁ ଆମର ଲକ୍ଷ୍ୟକୁ ସୁଦୃଢ କରିଛୁ ।” ସେହିପରି ଇଂଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିଃର ଇଂଟରନ୍ୟାଶନାଲ ବିଜ୍ନେସ୍ ବିଭାଗର ନିର୍ଦ୍ଦେଶକ ଓ ସିଇଓ ,ଗୌରବ ସକ୍ସେନା କହିଛନ୍ତି, “ଆମର ଡିଷ୍ଟ୍ରିବ୍ୟୁଟର ଏସିଆଇ ମୋଟର୍ସ ଲିମିଟେଡ ଦ୍ୱାରା ବାଂଲାଦେଶରେ ହାସଲ କରାଯାଇଥିବା ଗୋଟିଏ କାର୍ଯ୍ୟକ୍ରମରେ ସର୍ବବୃହତ ଡେଲିଭରିର ଗିନିସ ୱାର୍ଲ୍ଡ ରେକର୍ଡ , କିଭଳି ବିଶ୍ୱାସ, ଗ୍ରାହକ କୈନ୍ଦ୍ରିକତା ଓ ଉଦ୍ଦେଶ୍ୟ ପ୍ରଭାବ ସୃଷ୍ଟି କରିବା ପାଇଁ ଏକାଠି ହୋଇଛନ୍ତି ତାହାକୁ ପ୍ରତିଫଳନ କରୁଛି । ସୋନାଲିକା ପାଇଁ ରୂପାନ୍ତରଣର ଅର୍ଥ ହେଉଛି ଭାରତୀୟ ଉଦ୍ଭାବନ ସହ ଆମେ ସେବା ଯୋଗାଉଥିବା ପ୍ରତ୍ୟେକ କୃଷକ, ପ୍ରତ୍ୟେକ ସହଯୋଗୀ ଓ ପ୍ରତ୍ୟେକ ସମୁଦାୟର ଉନ୍ନତି କରିବା ।’ ଗତ ୧୮ ବର୍ଷ ହେବ ଏସିଆଇ ମୋଟର୍ସ ଲିଃ ସହ ସହଭାଗିତା ମାଧ୍ୟମରେ ସୋନାଲିକା ଏହାର ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକ ମାଧ୍ୟମରେ ବାଂଲାଦେଶରେ ନିଜର ନେତୃତ୍ୱ ସ୍ଥିତିକୁ ନିରନ୍ତର ମଜବୁତ କରିଆସୁଛି । ବାଂଲାଦେଶରେ ୫ ବର୍ଷରୁ ଅଧିକ ସମୟ ହେବ ସୋନାଲିକା ୧ ନମ୍ବର ଟ୍ରାକ୍ଟର ବ୍ରାଣ୍ଡ ସ୍ଥାନ ଧାରଣ କରିଆସୁଛି ଏବଂ ଦେଶର ଟ୍ରାକ୍ଟର ସେଗମେଂଟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଛି ।