ଭୁବନେଶ୍ୱର : ସାରା ଦେଶରେ ବ୍ରାଣ୍ଡର ରିଟେଲ ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, ତାଇୱାନର ବୈଷୟିକ କମ୍ପାନୀ , ଆସସ ଇଣ୍ଡିଆ ଭୁବନେଶ୍ୱରରେ ଏହାର ନୂତନ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ଘୋଷଣା କରିଛି। ଏହି ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋରଟି ୩୦୦ ବର୍ଗଫୁଟ ଅଂଚଳରେ ବ୍ୟାପିଛି ଏବଂ ଏଠାରେ ବହୁ ପ୍ରକାରର ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ହାର୍ଡୱେର୍ ଉପଲବ୍ଧ ହେବ, ଯେଉଁଥିରେ ଆସସର ପ୍ରମୁଖ ଉତ୍ପାଦ ଯଥା ଭିଭୋବୁକ, ଜେନବୁକ, ରପବ୍ଲିକ ଅଫ ଗେମର୍ସ(ଆରଓଜି) ଲାପଟପ୍, ଗେମିଂ ଡେସ୍କଟପ୍, ଅଲ୍-ଇନ୍-ୱାନ୍ ଡେସ୍କଟପ୍ ଏବଂ ଆସେସୋରିଜ୍ ସାମିଲ ରହିଛି। ଓଡ଼ିଶାରେ ଅବସ୍ଥିତ ଏହା ବ୍ରାଣ୍ଡର ସପ୍ତମ ଏକ୍ସକ୍ଲୁସିଭ ଷ୍ଟୋର ଅଟେ ।
ଏହି ସମ୍ପ୍ରସାରଣ ବିଷୟରେ ମତବ୍ୟକ୍ତ କରି ଆସସ ଇଣ୍ଡିଆର ପିସି ଏବଂ ଗେମିଂ ବିଜନେସ୍ର ନ୍ୟାସନାଲ ସେଲ୍ସ ମ୍ୟାନେଜର ଜିଗେନେଶ ଭାଭସାର କହିଛନ୍ତି ଯେ, “ଭାରତରେ ଆମର ରିଟେଲ୍ ନେଟୱାର୍କର ସମ୍ପ୍ରସାରଣ ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାରୁ, ଭୁବନେଶ୍ୱର ସହରରେ ଏହି ନୂତନ ବ୍ରାଣ୍ଡ ଷ୍ଟୋରର ଉଦଘାଟନ ଦେଶର ବିଭିନ୍ନ ଅଂଚଳର ଗ୍ରାହକମାନଙ୍କୁ ଆମର ଅତ୍ୟାଧୁନିକ ନବସୃଜନର ଏକ ଅନନ୍ୟ ଅନୁଭୂତି ସହିତ ସଶକ୍ତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ଏକ ରଣନୈତିକ ରିଟେଲ୍ ସମ୍ପ୍ରସାରଣ ଆଭିମୁଖ୍ୟ ସହିତ, ଆମେ ଆମର ବ୍ୟବହାରକାରୀଙ୍କ ପାଇଁ ଅଧିକ ସମ୍ପର୍କ ଏବଂ ନୂତନ ସୁବିଧା କେନ୍ଦ୍ର ସୃଷ୍ଟି କରିବା ଜାରି
Prev Post
Next Post