ଭୁବନେଶ୍ୱରରେ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ପାଳିତ; ‘ସମବାୟରୁ ସମୃଦ୍ଧି’ ଅଭିଯାନର ଶୁଭାରମ୍ଭ କଲେ ସମବାୟ ମନ୍ତ୍ରୀ
ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ଓଡ଼ିଶା ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ବେଶ୍ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଏହି ନୂତନ ମନ୍ତ୍ରଣାଳୟର ପାଞ୍ଚବର୍ଷ ପୂର୍ତ୍ତି ଉପଲକ୍ଷେ ସାଧାରଣ ଜନତାଙ୍କୁ ସମବାୟ ଆନ୍ଦୋଳନ ସହିତ ଯୋଡ଼ିବା ପାଇଁ ୨୦୨୬ ଜୁନ୍ ୨୯ ରିଖଠାରୁ ଜୁଲାଇ ୦୬ ରିଖ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ବୃହତ […]