ଭୁବନେଶ୍ୱର: ନିଜ ୬୪ତମ ଜନ୍ମଦିନ ପାଳନ କରି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ ବନ୍ଦେ ଭାରତମ ଶୁଭାରମ୍ଭ କରିଛନ୍ତି ଯାହା ହେଉଛି ସାରା ଭାରତରେ ନବସୃଜନକାରୀ, ଉଦ୍ୟୋଗୀ ଓ ସମସ୍ୟା ସମାଧାନକାରୀଙ୍କୁ ଚିହ୍ନଟ ଓ ସହଯୋଗ କରିବାର ଏକ ଜାତୀୟ ଅଭିଯାନ। ଏହି ଅଭିଯାନ ବିଭିନ୍ନ ଭାରତୀୟ ଭାଷାରେ ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୮୦୦ରୁ ଅଧିକ ଜିଲ୍ଲାରେ ପହଂଚିବ। ଏଥିରେ ସବୁ ବୟସ ଓ ପୃଷ୍ଠଭୂମିର ଲୋକ ଅଂଶଗ୍ରହଣ କରିପାରିବେ।
ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ପରିସଂସ୍ଥାରେ ଭାରତ ଅଗ୍ରଣୀ ସ୍ଥାନରେ ରହିଥିଲେ ମଧ୍ୟ ୮୦ ପ୍ରତିଶତ ଷ୍ଟାର୍ଟଅପ ପାଂଚଟି ସହରରୁ ଆସୁଛନ୍ତି। ଫଳରେ ଅନେକ ଆଶାୟୀ ନବସୃଜନକାରୀଙ୍କୁ ମେଂଟରସିପ ଓ ନେଟୱର୍କ ମିଳିପାରୁନାହିଁଁ। ବନ୍ଦେ ଭାରତମ ଅଭିଯାନ ମେଟ୍ରୋ ସହରଠାରୁ ଆରମ୍ଭ କରି ଉଦୀୟମାନ ସହର ଓ ଛୋଟ ସହର ତଥା ଗ୍ରାମୀଣ ସମୁଦାୟ ପର୍ଯ୍ୟନ୍ତ ଏହି ଅଭିଯାନ ଅର୍ଥନୈତିକ ଓ ସାମାଜିକ ପ୍ରଭାବ ସୃଷ୍ଟି କରିବା ପାଇଁ ଚିନ୍ତାଧାରା, ସମାଧାନ ଓ ସଂସ୍ଥା ଗଠନ କରିବାକୁ ଚାହୁଥିବା ବ୍ୟକ୍ତିବିଶେଷକୁ ଖୋଜିବ।
ବୟସ, ପେସା, ଶିକ୍ଷାଗତ ଯୋଗ୍ୟତା ଓ ବିକାଶର ସ୍ତର ଭିନ୍ନ ଚିନ୍ତାଧାରା, ନବସୃଜନ ଓ ସମାଧାନ କିମ୍ବା ଉଦ୍ୟମିତା ଅଭିଳାଷ ରଖିଥିବା ସମସ୍ତଙ୍କ ପାଇଁ ଏହି ଅଭିଯାନ ଖୋଲା ରହିଛି। ଅଂଶଗ୍ରହଣକାରୀମାନେ ଚିନ୍ତାଧାରା, ପ୍ରୋଟୋଟାଇମ, ପ୍ରାରମ୍ଭିକ ପର୍ଯ୍ୟାୟ ସଂସ୍ଥା କିମ୍ବା ପ୍ରତିଷ୍ଠିତ ବ୍ୟବସାୟ ମଧ୍ୟ ଆବେଦନ କରିପାରିବେ। ପଞ୍ଜୀକୃତ ଷ୍ଟାର୍ଟଅପ ଆବଶ୍ୟକ ନାହିଁ। ପ୍ରଯୁକ୍ତି, ବିନିର୍ମାଣ, ସ୍ଥାୟିତ୍ୱ, କୃଷି, ପାରମ୍ପରିକ କଳା ଓ ଗୋଷ୍ଠୀ ଆଧାରିତ ସମାଧାନ ଭଳି କ୍ଷେତ୍ରରୁ ଆବେଦନ ଆହ୍ୱାନ କରାଯାଉଛି। ଆବେଦନ କରିବାକୁ ମହିଳା ଉଦ୍ୟୋଗୀ, ଆଦିବାସୀ ଉଦ୍ୟୋଗୀ, ଗ୍ରାମୀଣ ନବସୃଜନକାରୀ, ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଗୋଷ୍ଠୀ ଭିତିକ ନବସୃଜନକାରୀମାନଙ୍କୁ ଉତ୍ସାହିତ କରାଯାଉଛି।
ଆବେଦନଗୁଡ଼ିକୁ ନବସୃଜନକ, ଉଦ୍ୟମିତା ସମ୍ଭାବନା, ପ୍ରଭାବ ଓ ବ୍ୟାପକତା ଅନୁସାରେ ମୂଲ୍ୟାଙ୍କନ କରାଯିବ। ଆଗାମୀ ଦିନରେ ଅନୁଶୀଳନ ଯୋଗ୍ୟତା, ବିଚାରକ ମଣ୍ଡଳୀ ଓ ଚୟନ ପର୍ଯ୍ୟାୟ ସମ୍ପର୍କରେ ସୂଚନା ଦିଆଯିବ। ରାଜଞ ଓ ଆଂଚଳିକ ମୂଲ୍ୟାଙ୍କନ ପରେ ୭୫ ଫାଇନାଲିଷ୍ଟମାନଙ୍କୁ ଅହମଦାବାଦ ଆମନ୍ତ୍ରଣ କରାଯିବ ଯେଉଁଠାରେ ସେମାନଙ୍କୁ ମେଂଟରସିପ, ଶିଳ୍ପ ଭାବ ବିନିମୟ ଓ ନିବେଶକ ତଥା ବ୍ୟବସାୟ ଲିଡରଙ୍କ ସହ ଯୋଡ଼ିହେବାର ସୁଯୋଗ ପ୍ରଦାନ କରାଯିବ।
ଏହି ଅଭିଯାନର ଶୁଭାରମ୍ଭ କରି ଶ୍ରୀ ଗୌତମ ଆଦାନୀ କହିଛନ୍ତି ଯେ, “ମୁଁ ଯେତେବେଳେ ମୋ ଯାତ୍ରା ଆରମ୍ଭ କରିଥିଲି, ମୋ ପାଖରେ କିଛି ନଥିଲା। ମୋ ପାଖରେ ଯାହା ସବୁ ଅଛି ଓ ମୁଁ ଯାହା କିଛି ହାସଲ କରିଛି ତାହା ମୋତେ ଭାରତର ମାଟି ଦେଇଛି। ଆମ ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ, କିନ୍ତୁ ସୁଯୋଗ ସବୁ ବେଳେ ଦେଶର କୋଣ ଅନୁକୋଣରେ ପହଂଚିନଥାଏ।
ଭାରତ ବିଶ୍ୱର ଅନ୍ୟତମ ବୃହତ ଷ୍ଟାର୍ଟଅପ ପରିସଂସ୍ଥା ଗଠନ କରିଛି, ତଥାପି ଅଧିକାଂଶ ପ୍ରତିଷ୍ଠାତା କିଛି ହାତଗଣତି ସହରରୁ ଆସୁଛନ୍ତି। ବନ୍ଦେ ଭାରତମରେ ଆମ ଉଦ୍ୟମ ହେଉଛଇ ସେଭଳି ନବସୃଜନକାରୀ, ସମସ୍ୟା ସମାଧାନକାରୀ ଓ ଉଦ୍ୟୋଗୀମାନଙ୍କୁ ସନ୍ଧାନ କରିବା ଯେଉଁମାନଙ୍କ ଚିନ୍ତାଧାରା ମାନ୍ୟତା, ସହାୟତା ଓ ଏକ ବୃହତ ମଂଚ ପାଇବାକୁ ହକଦାର। ଗଢ଼ିବାର ସାହସ ଓ ସୃଷ୍ଟି କରିବାର ସଂକଳ୍ପ ରଖିଥିବା ପ୍ରତିଟି ଭାରତୀୟଙ୍କୁ ଆମେ ଆଗେଇ ଆସିବା ଓ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରଛୁ।’’
ଏହି କାର୍ଯ୍ୟକ୍ରମରେ ନଗଦ ପୁରସ୍କାର, ବର୍ଗ ଅଧାରିତ ମାନ୍ୟତା ଆଦି ରହିଛି ଯାହା ପରବର୍ତୀ ପର୍ଯ୍ୟାୟରେ ଘୋଷଣା କରାଯିବ। ସ୍ୱାଧୀନତା ଦିବସରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ଯେଉଁଥିରେ ମେଂଟର, ଶିଳ୍ପ ଲିଡର, ନିବେଶକ ଓ ସାଥୀ ନବସୃଜନକାରୀମାନେ ଭାଗ ନେବେ।
“ଯଦି ମୁଁ କରି ଦେଖାଇଛି, ତେବେ ଯେକୌଣସି ଭାରତୀୟ କରିପାରିବେ। ସେମାନଙ୍କ ପାଇଁ କେବଳ ଏତିକି ଦରକାର ହେଉଛି ଏକ ସୁଯୋଗ ଓ ଏକ ମଂଚ ବୋଲି ଶ୍ରୀ ଆଦାନୀ କହିଛନ୍ତି।
ଭାରତର ତୃଣମୂଳ ନବସୃଜନକାରୀ ଓ ଉଦ୍ୟୋଗୀଙ୍କୁ ସନ୍ଧାନ କରିବା ପାଇଁ ଗୌତମ ଆଦାନୀଙ୍କ ପକ୍ଷରୁ ଜାତୀୟ ଆନ୍ଦୋଳନ “ବନ୍ଦେ ଭାରତମ”ର ଶୁଭାରମ୍ଭ