Business

ନାମଦେବ ଫିନଭେଷ୍ଟ ପକ୍ଷରୁ ଏମଏସଏମଇ ଦିବସରେ ଉଦ୍ୟୋଗୀମାନଙ୍କ ପାଇଁ ଦାୟିତ୍ୱପୂର୍ଣ୍ଣ ଋଣ ଉପରେ ଆଲୋକପାତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧିର ମୁଳଦୁଆ ହୋଇରହିଛି ଯାହା ଉଦ୍ୟମିତା, ନିଯୁକ୍ତି ସୃଷ୍ଟି ଓ ଅନ୍ତର୍ଭୁକ୍ତିକରଣ ବିକାଶକୁ ସହାୟତା ଦେଉଛି। ଦେଶରେ ୬.୩ କୋଟିରୁ ଅଧିକ ଏମଏସଏମଇ ୟୁନିଟ ରହିଛି ଓ ଭାରତର ଜିଡିପି ପ୍ରତି ଏହି କ୍ଷେତ୍ରର ଅବଦାନ ୩୧.୧ ପ୍ରତିଶତ ରହିଛି ଏବଂ ବିନିର୍ମାଣ ଉତ୍ପାଦନ ପ୍ରତି ଅବଦାନ ୩୫.୪ ପ୍ରତିଶତ ରହିଛି। ୩୨.୮ କୋଟି ଲୋକଙ୍କୁ ଏହା ରୋଜଗାର ଯୋଗାଇଛି ଯାହା କୃଷି ପରେ ଦେଶର ଦ୍ୱିତୀୟ ବୃହତ ନିଯୁକ୍ତି ପ୍ରଦାନକାରୀ ହୋଇଛି। ନିକଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏମଏସଏମଇକୁ “ଉଦ୍ୟମିତାର ନର୍ସରି” ଓ ବିକଶିତ ଭାରତ ଲକ୍ଷ୍ୟ ପାଇଁ ମୂଳକେନ୍ଦ୍ର ବୋଳଇ କହିଥିଲେ। ମୋଟ ଋଣ ଅଭିବୃଦ୍ଧିଠାରୁ ଏମଏସଏମଇ ଋଣ ଅଭିବୃଦ୍ଧି ଅଧିକ ରହିଛି ବୋଲି କହିବା ସହ ଏମଏସଏମଇଗୁଡ଼ିକୁ ଦୀର୍ଘକାଳୀନ ବ୍ୟବସାୟ ସହଯୋଗୀ ଭାବେ ଦେଖିବାକୁ ସେ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ।
ଏହି ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ ନାମଦେବ ଫିନଭେଷ୍ଟ ପକ୍ଷରୁ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଅଭିବୃଦ୍ଧିରେ ସହଯୋଗ କରିବା, ପ୍ରଯୁକ୍ତି ଆପଣାଇବା ଓ ସ୍ଥିରତା ସୁଦୃଢ଼ କରିବା ଏବଂ ଅଭିଳାଷକୁ ସ୍ଥାୟୀ ପ୍ରଗତିରେ ପରିଣତ କରିବା ପାଇଁ ସମୟୋପଯୋଗୀ ଓ ଢ଼ାଂଚାଗତ ଫାଇନାନ୍ସ ଉପରେ ଆଲୋକପାତ କରାଯାଇଛି। ଦୈନନ୍ଦିନ ବ୍ୟବସାୟ ଜାରି ରଖିବା ଓ ଅଭିବୃଦ୍ଧି ଅଭିଳାଷ ପୂରଣ କରିବା ପାଇଁ ଦ୍ୱିତୀୟ ଓ ତୃତୀୟଶ୍ରେଣୀ ସହରର ଅଧିକାଂଶ ଉଦ୍ୟୋଗୀ ଏଭଳି ଫାଇନାନ୍ସ ଖୋଜୁଛନ୍ତି ଯାହା ନଗଦ ରାଶି ପ୍ରଦାନ କରିବା ସହ ବ୍ୟବସାୟ ବଜାୟ ରଖିବା, ନୂଆ ସୁଯୋଗ ହାସଲ କରିବ ଓ ବ୍ୟାପକ ହେବା ପାଇଁ ବିଶ୍ୱାସ ପ୍ରଦାନ କରିବ।
ଅତ୍ୟାଧୁନିକ ପ୍ରଯୁକ୍ତି, ଉପକରଣ ଓ ପ୍ରକ୍ରିୟାରେ ନିବେଶ କରିବାରେ ଏମଏସଏମଇ ଫାଇନାନ୍ସ ସହାୟକ ହୋଇଥାଏ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ଥିବା ଏମଏସଏମଇଗୁଡ଼ିକ ପାଖରେ ଅଭିବୃଦ୍ଧି ସମ୍ଭାବନା ଥିଲେ ମଧ୍ୟ ସେମାନେ ସଂଗଠିତ ଋଣ ହାସଲ କରିବାରେ ଅସୁବିଧାର ସାମନା କରିଥାନ୍ତି। ଦାୟିତ୍ୱବାନ ଋଣ ପ୍ରଦାନ ଓ ସୁହାଇବା ଭଳି ଋଣ ସମାଧାନ ଏହି ଅଂଚଳର ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ସୁଦୃଢ଼ କରିବା ଏବଂ ଭାରତର ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧିରେ ଅଂଶ ଗ୍ରହଣ କରିବାରେ ସହାୟକ ହୋଇଥାଏ।
ଏହି ଅବସରରେ ନାମଦେବ ଫିନଭେଷ୍ଟର ଏମଡି ଓ ସିଇଓ ଶ୍ରୀ ଜିତେନ୍ଦ୍ର କୁମାର ତନୱାର କହିଛନ୍ତି ଯେ, “ରାଜସ୍ଥାନ ଓ ବାହାର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ଯେଉଁ ଉଦ୍ୟୋଗୀମାନଙ୍କ ସହିତ ଆମେ କାମ କରୁଛୁ ସେଠାରେ ଅଭିଳାଷ ଓ ସହଜଲବ୍ଧତା ମଧ୍ୟରେ ଥିବା ଅଭାବ ସର୍ବଦା ମୂଳ ଆହ୍ୱାନ ହୋଇରହିଛି। ଏହି ଅଭାବ ଅପରିହାର୍ଯ୍ୟ ନୁହେଁ, ବରଂ ସଠିକ ଆର୍ଥିକ ସହଯୋଗିତା ଓ ସଠିକ୍ ଉଦ୍ଦେଶ୍ୟ ଜରିଆରେ ତାହାର ମୁକାବିଲା କରାଯାଇପାରିବ ବୋଲି ଏମଏସଏମଇ ଦିବସ ଆମକୁ ମନେ ପକାଇ ଦେଉଛି। ଆରବିଆଇ ପକ୍ଷରୁ ଏମଏସଏମଇଗୁଡ଼ିକୁ ସ୍ୱଳ୍ପ ପରିମାଣର ଋଣଗ୍ରହୀତା ନୁହେଁ, ବରଂ ଦୀର୍ଘକାଳୀନ ସହଯୋଗୀ ଭାବେ ଉପସ୍ଥାପନ କରାଯାଇଛି ଯାହା ଏଭଳି କ୍ଷେତ୍ର ପାଇଁ ନାମଦେବ ରହିଥିବା ଆଭିମୁଖ୍ୟ ସହ ମେଳ ଖାଉଛି।
ଏତିହାସିକ ଭାବେ ସଂଗଠିତ ଋଣ ପାଇବାରୁ ବଂଚିତ ଥିବା ଉଦ୍ୟୋଗୀମାନଙ୍କ ଆର୍ଥିକ ବାସ୍ତବତାକୁ ବୁଝିବା ଓ ସେମାନେ ଯେଉଁଠାରୁ ଆସୁଛନ୍ତି ସେଠାରେ ତାଙ୍କ ପାଇଁ ସମାଧାନ ଗଢ଼ିବା ଉପରେ ଆମେ କାମ କରୁଛୁ। ଆମେ ଦେଖିଛୁ ଯେ ଯେତେବେଳେ କୌଣସି କ୍ଷୁଦ୍ର ବ୍ୟବସାୟ ପ୍ରତିକ୍ର୍ରିୟାଶୀଳ ଢ଼ାାଂଚାଗତ ଋଣ ଅନୁଭବ କରିଥାଏ, ସଂଗଠିତ ଅର୍ଥନୀତି ସହିତ ସେମାନଙ୍କ ସମ୍ପର୍କ ସୁଦୃଢ଼ ହୋଇଥାଏ। ଅଣସଂଗଠିତ ବଚିଂବା ପାଇଁ ସଂଘର୍ଷଠାରୁ ସଂଗଠିତ ଅଭକିବୃଦ୍ଧି ପର୍ଯ୍ୟନ୍ତ ସେହି ପରିବର୍ତନ ହେଉଛି ପ୍ରକୃତ ଅନ୍ତର୍ଭୁକ୍ତୀକରଣ ଫାଇନାନ୍ସ।’’
ନାମଦେବ ଫିନଭେଷ୍ଟର ଏମଏସଏମଇ ଋଣକୁ କ୍ଷୁଦ୍ର ବ୍ୟବସାୟଗୁଡ଼ିକର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା, ବ୍ୟବସାୟ ସମ୍ପ୍ରସାରଣ, ଉପକରଣ ଉନ୍ନତି ଓ ପରିଚାଳନାରେ ଉନ୍ନତିରେ ସହାୟକ ହେବା ପାଇଁ ପ୍ରସ୍ତୁତ କରାଯାଇଛି। ଶୀଘ୍ର ପ୍ରୋସେସିଂ, ସର୍ବନିମ୍ନ କାଗଜପତ୍ର, ନମନୀୟତ ପରିଶୋଧ ବିକଳ୍ପ ଓ ଢ଼ାଂଚାଗତ ଫାଇନାନ୍ସ ସହାୟତା ଜରିଆରେ ଋଣ ହହାସଲ ଯାତ୍ରାକୁ ସହଜ କରିବାକୁ ଏହା ଲକ୍ଷ୍ୟ ରଖିଛି।
ସ୍ଥାନୀୟ ବ୍ୟବସାୟର ଆବଶ୍ୟକତା ଅନୁସାରେ ସୁହାଇବା ଭଳି ଆର୍ଥିକ ସମାଧାନ ପ୍ରଦାନ କରି ନାମଦେବ ଫିନଭେଷ୍ଟ ଏମଏସଏମଇଗୁଡ଼ିକୁ ପରିଚାଳନା ସୁଦୃଢ଼ କରିବା, ନଗଦ ପ୍ରବାହ ପରିଚାଳନା ଏବଂ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହେଉଛି। ଉଦୀୟମାନ ବଜାରଗୁଡ଼ିକରେ ଏମଏସଏମଇଗୁଡ଼ିକୁ ସହଯୋଗ କରିବାକୁ କମ୍ପାନି ପ୍ରତିବଦ୍ଧ ରହିଛି।