Odisha

ନିଶା ମାଫିଆଙ୍କ ବିରୋଧରେ ଓଡ଼ିଶା ପୋଲିସର ବଡ଼ ଆକ୍ସନ: ଗଠନ ହେବ ସ୍ୱତନ୍ତ୍ର ଏଏନଟିଏଫ, ଖୋଲିବ ୪ଟି ନୂଆ ଏନଡ଼ିପିଏସ କୋର୍ଟ

ଭୁବନେଶ୍ୱର, ୧ ଜୁଲାଇ: ମାଦକ ଦ୍ରବ୍ୟ ଓ ବେଆଇନ ନିଶା କାରବାର ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସାରା ଦେଶରେ ଚାଲିଥିବା ‘ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ମାଦକଦ୍ରବ୍ୟ ବିନଷ୍ଟୀକରଣ ବିଶେଷ ଅଭିଯାନ’ ଅଧୀନରେ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ପୋଲିସ ବେଆଇନ ନିଶା ମାଫିଆଙ୍କ ନେଟୱାର୍କକୁ ଧ୍ୱଂସ କରିବା ସହ ରାଜ୍ୟରେ ଏକ […]